କ୍ରିକେଟର ବିରାଟ କୋହଲିଙ୍କୁ ଓଠରେ ଓଠ ମିଶାଇ ଲିପ୍ କରିଦେଲେ ଜଣେ ମହିଳା । ଆଉ ସୋସିଆଲ ମିଡିଆରେ ଏହି ଭିଡିଓଟି ବର୍ତ୍ତମାନ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । କଥାଟା ମନକୁ ଟିକେ ଖଟକା ଲାଗୁଥିଲେ ମଧ୍ୟ ଏକଥା ଏକଦମ ସତ । ଯୁବତୀଜଣକ କୋହଲିଙ୍କ ପାଖକୁ ଆସି ତାଙ୍କୁ କିସ୍ କରିବା ବେଳର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଏ ମୋବାଇଲ୍ରୁ ସେ ମୋବାଇଲରୁ ଘୁରି ବୁଲିଛି ।
ତେବେ ଯୁବତୀ ଜଣକ ଅସଲରେ ବିରାଟ କୋହଲିଙ୍କୁ କିସ୍ କରୁନାହାନ୍ତି ବରଂ ତାଙ୍କର ମହମ ଷ୍ଟାଚ୍ୟୁକୁ ଖୁବ ପ୍ରେମର ସହ ଆସି ଲିପ୍ କିସ୍ କରୁଥିବା ଦେଖୁଥିବା ମିଳିଛି । ଆଜ୍ଞା ହଁ, ଭାଇରାଲ ହେଉଥିବା ଏହି ଭିଡିଓକୁ ଆପଣ ପ୍ରଥମେ ଦେଖିଲେ ଆସାଲରେ ବିରାଟ କୋହଲିଙ୍କୁ ହିଁ ଲିପ୍ କିସ୍ ଦେଉଛନ୍ତି ବୋଲି ଭାବିବେ । ଏହି ଭିଡିଓ ଦେଖିବା ଲୋକେ ଭିଡିଓଟି ଦେଖୁ ଦେଖୁ ଆଖି ବଡ ବଡ କରି ଦେଉଛନ୍ତି । ହେଲେ କିଛି ସମୟ ପରେ ଜାଣି ପାରିବେ ଆପଣ ଜାଣିପାରିବେ ଯେ ଏହା ଅସଲରେ ବିରାଟ କୋହଲିଙ୍କ ଏକ ମହମ ଷ୍ଟାଚ୍ୟୁ ।
ଯାହା ଏତେ ଜୀବନ୍ତ ଯେ ଅନେକ ଲୋକଙ୍କୁ ଦ୍ଵନ୍ଦରେ ପକାଇ ଦେଉଛି । ବିରାଟ କୋହଲିଙ୍କର ମହିଳା ଫ୍ୟାନ ଫଲୋଇଂ ଢେର ଅଧିକ ଓ ତାଙ୍କୁ ନେଇ ଅନେକ ଯୁବତୀ ଦିୱାନୀ ଅଟନ୍ତି । ଏପରି ବେଳେ କେହି ତାଙ୍କୁ କିସ୍ କରିଦେବା ଖବର ଶୁଣିବା ସେତେ ଆଶ୍ଚର୍ଯ୍ୟକର ହୋଇ ନଥିଲେ ମଧ୍ୟ ଏଭଳି ଘଟଣା ଶୁଣିବା କିନ୍ତୁ ପ୍ରଥମ । ତେବେ ଯୁବତୀ ଜଣକ ବିରାଟଙ୍କ ଷ୍ଟାଚ୍ୟୁକୁ ଏଭଳି କିସ୍ କରିବା ନେଇ ନେଟିଜେନ୍ସ ମାନେ ମିଶ୍ରିତ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।
କାହା କାହାକୁ ଏହା ବିଲକୁଲ ପସନ୍ଦ ଆସୁ ନଥିବା ବେଳେ ଅନେକ ଲୋକ ଯୁବତୀଙ୍କୁ ସମାଲୋଚନା କରୁଛନ୍ତି । ଆଉ କିଛି ଯୁବତୀ ଫ୍ୟାନ୍ସଙ୍କ ଛାତିରେ ଏ ଦୃଶ୍ୟ ଦେଖି ଝଟକା ଲାଗୁଛି । କିନ୍ତୁ ପରେ ଏହା ବିରାଟଙ୍କ ଷ୍ଟାଚ୍ୟୁ ବୋଲି ଜାଣି ସେମାନେ ଆଶ୍ଵାସନା ହେଉଛନ୍ତି । ତେବେ ଏହି ଭିଡିଓଟିକୁ ଜଣେ ଟ୍ଯୁଟର ୟୁଜର୍ସ ପ୍ରଥମେ ନିଜ ଆକାଉଣ୍ଟରେ ଶେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।
ମାତ୍ର କେଇ ଘଣ୍ଟାର ପୋଷ୍ଟ ପରେ ଏହି ଭିଡିଓଟିକୁ 8 ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ 5 ହଜାରରୁ ଅଧିକ ଦର୍ଶକ ଲାଇକ ମଧ୍ୟ କରିଛନ୍ତି ଏବଂ 790 ରୁ ଅଧିକ ୟୁଜର୍ସ ରିଟ୍ବିଟ ମଧ୍ୟ କରିଛନ୍ତି । ଏହାସହ କିଛି ୟୁଜର୍ସ ଏହି ଭିଡିଓକୁ ନେଇ ମଜାଦାର କମେଣ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।