ଅଦ୍ଭୁତ ! ନିଜ ପାଇଁ ନିଜେ କବର ତିଆରି କରୁଛନ୍ତି ଏହି ବୃଦ୍ଧ ଦମ୍ପତି, ଆଉ କବର ପାଇଁ ସେ ଯାହାସବୁ କରିଛନ୍ତି ନା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video

କ-ବ-ର ଖୋଳା ଯାଉଛି ଆଉ ବାଉଁଶ ବନ୍ଧା ଚାଲିଛି । ଏ ଦୃଶ୍ୟ ଦେଖିଲେ ଆପଣ ଭାବିବେ କେହି ହୁଏତ ଦେହତ୍ୟାଗ କରିଛନ୍ତି ସେଥିପାଇଁ ଏଠାରେ କ-ବ-ର ଖୋଳା ଚାଲିଛି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ୍ । ଆମେ ଯାହା କହିବୁ ଶୁଣିଲେ ଆପଣ ନିଜ କାନକୁ ବିଶ୍ବାସ କରି ପାରିବେନି । କାରଣ ଏଠାରେ ସ୍ଥିତି ସଂପୂର୍ଣ୍ଣ ଅଲଗା । କାରଣ ବଞ୍ଚିଥିବା ମଣିଷ ନିଜେ ନିଜ ପାଇଁ କ-ବ-ର ଖୋଳୁଛି । ଏକଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ହେଲେ ଏକଥା ବିଶ୍ଵାସ ନହେଲେ ମଧ୍ୟ ସତ ।

କାରଣ ବଞ୍ଚି ଥାଉ ଥାଉ ନିଜ ପାଇଁ ନିଜେ କ-ବ-ର ଖୋଳିବାରେ ଲାଗି ପଡିଛନ୍ତି ଏହି ବୃଦ୍ଧଜଣକ । ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସୁଉରି ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଜବ ଘଟଣା । ଏହି ବୃଦ୍ଧ ଦମ୍ପତି ହେଉଛନ୍ତି ସେହି ଗାଁର ଲକ୍ଷ୍ମଣ ଭୂୟାଁ ଏବଂ ପତ୍ନୀ ଜେଙ୍ଗୀ ଭୂୟାଁ । ଲକ୍ଷ୍ମଣଙ୍କ ବୟସ 80 ହୋଇଥିବା ବେଳେ ପତ୍ନୀ ଜେଙ୍ଗୀଙ୍କୁ ମଧ୍ୟ 80 ଟପିଲାଣି । ଏହି ବୃଦ୍ଧ ଦମ୍ପତିଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ମଧ୍ୟ ଅଛନ୍ତି ।

ପିଲାମାନେ ବିବାହ ପରେ ଅନ୍ୟତ୍ର ରହୁଥିବା ବେଳେ ବୁଢା ବାପାମା’ଙ୍କର ସେବା କରିବାକୁ କାହାର ଇଚ୍ଛା ନାହିଁ । ପିଲାମାନେ ପାଖରେ ନଥିବାରୁ ଆଜି ବି ନିଜେ ରୋଜଗାର କରି ପେଟକୁ ଦାନା ଗଣ୍ଡେ ଯୋଗାଡ କରନ୍ତି ଏହି ବୃଦ୍ଧ ଦମ୍ପତି । ଲକ୍ଷ୍ମଣଙ୍କ ବୟସ ଅଧିକ ହୋଇଯିବାରୁ ଏବଂ ହାତଗୋଡ ପୂର୍ବ ଭଳି ଚାଲୁ ନଥିବାରୁ ସେ ଏବେ ଠାରୁ ନିଜ ମନ ପସନ୍ଦର କ-ବ-ର ନିଜେ ତିଆରି କରିଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କ-ବ-ର ତିଆରି କରିବା ପାଇଁ ସେ ଘରର ଧାନ, କୋଳଥ, କାଜୁ ଓ ଦୁଇଟି ଗାଈ ବିକ୍ରି କରି ପ୍ରାୟ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ପାଇଁ ଏବଂ ପତ୍ନୀ ଜେଙ୍ଗୀଙ୍କ ପାଇଁ ଏହି ସମାଧି ତିଆରି କରିଛନ୍ତି । କ-ବ-ର ଦୁଇଟି ଏବେ ଖୋଳା ରଖା ଯାଇଥିବା ବେଳେ ଏଥିରେ ମାର୍ବଲ ମଧ୍ୟ ଲଗାଇଛନ୍ତି ଲକ୍ଷ୍ମଣ ।

ସେ ସମୟ ପାଇଲେ କ-ବ-ର ପାଖରେ ଯାଇ ବସିବା ସହ ତା’ର ଦେଖାଶୁଣା ମଧ୍ୟ କରନ୍ତି । ନିଜ ମୃତ୍ୟୁକୁ ଅନେଇ ବସିଥିବା ଏହି ଦମ୍ପତି ନିଜ ପାଇଁ ନିଜେ କ-ବ-ର ତିଆରି କରିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।