ଖୋଲିଗଲା Sonali ଙ୍କ ଅସଲ ଚେହେରା ! ଭାଇରାଲ ହେଉଛି Soumya ଙ୍କ ଆତ୍ମହତ୍ୟା ପୂର୍ବରୁ ପ୍ରେମିକା Sonali Nanda ଙ୍କ ସହ ତାଙ୍କର ଶେଷ ଫୋନ୍ କଲ୍, ଏମିତି ହୋଇଥିଲା ଉଭୟଙ୍କ ଯୁକ୍ତିତର୍କ

ଭୁବନେଶ୍ବର ସୌମ୍ଯରଞ୍ଜନ ସୁଇସାଇଡ ମାମଲାକୁ ପ୍ରାୟ ଆଠଦିନ ବିତିଯାଇଛି । ଆଉ ଏହି ମାମଲାକୁ ନେଇ ଉଭୟଙ୍କ ଘରଲୋକ ମିଡିଆ ଆଗରେ ନିଜର ମନ୍ତବ୍ୟ ରଖି ସାରିଛନ୍ତି । ସୌମ୍ଯଙ୍କ ପରିବାର ଲୋକେ ନ୍ୟାୟ ଦାବି କରୁଥିବା ବେଳେ ସୋନାଲିଙ୍କ ଘରଲୋକ ସୋନାଲିଙ୍କୁ ସମର୍ଥନ କରୁଥିବାର ଦେଖିବାକୁ ମିଳିଛି । ମୃତ୍ୟୁ ପୂର୍ବରୁ ସୌମ୍ଯ ଏକ ସୁଇସାଇଡ ନୋଟ ଛାଡି ଯାଇଥିଲେ । ଯେଉଁଥିରେ ଏତେ ଭଲ ପାଇବା ପରେ ମଧ୍ୟ ପ୍ରେମିକା ସୋନାଲି କିପରି ତାଙ୍କୁ ଧୋକା ଦେଇଥିଲେ ସେସବୁ ଟିକିନିଖି ଲେଖିଛନ୍ତି ।

ଏହାସହ ସୋନାଲିଙ୍କ ଉପରେ ତଦନ୍ତ କରାଯାଉ ବୋଲି ନିଜ ଶେଷ ଇଚ୍ଛା ପ୍ରକାଶ କରିଥିଲେ । ସୌମ୍ଯ ତାଙ୍କ ସୁଇସାଇଡ ନୋଟରେ ପ୍ରେମିକା ସୋନାଲି ନନ୍ଦଙ୍କୁ ତାଙ୍କ ମୃତ୍ୟୁ ପାଇଁ ସ୍ପଷ୍ଟ ଭାବେ ଦାୟୀ କରିଛନ୍ତି । ତେବେ ଏହି ମାମଲାରେ ଆଉ ଏକ ଟ୍ଵିଷ୍ଟ ସାମ୍ନାକୁ ଆସିଛି । ବର୍ତ୍ତମାନ ମିଡିଆରେ ସୌମ୍ଯ ଏବଂ ସୋନାଲିଙ୍କର ଏକ ଅଡିଓ ବାର୍ତ୍ତା ଭାଇରାଲ ହେଉଛି ।

ଯାହା ସୌମ୍ଯଙ୍କ ମୃତ୍ୟୁ ପୂର୍ବରୁ ସୋନାଲିଙ୍କ ସହ ତାଙ୍କର ଶେଷ କଥାବାର୍ତ୍ତା ବୋଲି କୁହାଯାଉଛି । ଏହି କଥାବାର୍ତ୍ତା ପରେ ସୌମ୍ଯ ଭାଙ୍ଗିପଡି ସୁଇସାଇଡ ଭଳି ପଦକ୍ଷେପ ନେଇଥିଲେ । ଏହି ଅଡିଓରେ ଆପଣ ସୌମ୍ଯ ଏବଂ ସୋନାଲିଙ୍କର ବାର୍ତ୍ତାଳାପ ଶୁଣି ପାରୁଥିବେ । ସୌମ୍ଯ ଏକଦମ କୋହ ଭରା କଣ୍ଠରେ କାନ୍ଦି କାନ୍ଦି କଥା ହେଉଥିବା ବେଳେ ସୋନାଲି ତାଙ୍କ ସହ ବହୁତ ରୁକ୍ଷ ସ୍ଵରରେ କଥା ହେଉଥିବା ଶୁଣିବାକୁ ମିଳୁଛି ।

ସୌମ୍ଯ କାନ୍ଦି କାନ୍ଦି ସୋନାଲିଙ୍କୁ ସାରସ୍ଵତ ନାମକ ଯୁବକଙ୍କ ସହ କଥା ନହେବାକୁ ଗୁହାରି କରୁଥିବା ବେଳେ ସୋନାଲି ଓଲଟା ମୁହଁତୋଡ ଦେଖାଇ କହୁଛନ୍ତି କି ହଁ ସେ ସାରସ୍ଵତଙ୍କ ସହ କଥା ହେବେ ଏବଂ ତାଙ୍କ ଘରେ ମଧ୍ୟ ତାଙ୍କୁ ଏଥିପାଇଁ କେହି କିଛି କହିବେ ନାହିଁ । ସେମାନଙ୍କ ବାର୍ତ୍ତାଳାପରୁ ଜଣାପଡୁଛି କି ସୋନାଲି ଦୀର୍ଘ ସମୟ ଧରି ଅନଲାଇନ ରହି ମଧ୍ୟ ଫୋନ ନ ଉଠାଇବାରୁ ସୌମ୍ଯ ସୋନାଲିଙ୍କ ଜଣେ ବାନ୍ଧବୀଙ୍କୁ କଲ୍ କରି ଦେଇଥିଲେ ।

ଯାହାଫଳରେ ସୋନାଲି ଖୁବ ରାଗିଯାଇ ସୌମ୍ଯଙ୍କ ସହ ସେ ଆଉ ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି ବୋଲି କହୁଛନ୍ତି । ସୋମ୍ୟ କିନ୍ତୁ ସୋନାଲିଙ୍କ ବ୍ୟବହାର ସହିପାରୁ ନାହାନ୍ତି ଏବଂ ତାଙ୍କ ପାଖେ ବହୁତ କାକୁତି ମିନତି କରୁଛନ୍ତି । ଏପରିକି ସୋନାଲି ତାଙ୍କୁ ଆଉ କେବେ ମଧ୍ୟ କଲ୍ ନକରିବାକୁ ସୌମ୍ଯଙ୍କୁ କହୁଛନ୍ତି ।

ଶେଷରେ ଏହିପରି ପ୍ରାୟ ୧୦ ମିନିଟ ସେମାନେ ଯୁକ୍ତିତର୍କ କରିବା ପରେ ସୋନାଲି କଲ୍ କାଟି ଦେଉଛନ୍ତି । ସୌମ୍ଯଙ୍କ କାନ୍ଦିବା ପରେ ମଧ୍ୟ ସୋନାଲିଙ୍କୁ କିଛି ବି ଫରକ ପଡୁ ନଥିବାର ସେମାନଙ୍କ କଥାରୁ ସ୍ପଷ୍ଟ ବାରି ହେଉଛି । ତେବେ ଭିଡିଓ କିଏ ଭାଇରାଲ କରିଛି ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଏହି ଅଡିଓ ବାର୍ତ୍ତା ଶୁଣିବା ପରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।