Vastu Tips- ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯଦି ଘରେ ଥାଏ ଏହି 5 ଜିନିଷ ତ ଘରୁ କୋଶେ ଦୂରରେ ରହିଥାଏ ଦରିଦ୍ରତା

ଆପଣ ସମସ୍ତେ ମହାଭାରତ ବିଷୟରେ ଜାଣିଛନ୍ତି । କହିବାକୁ ଗଲେ ଭଗବାନ କୃଷ୍ଣ ଯେତେବେଳେ ଯୁଧିଷ୍ଠିରଙ୍କ ରାଜ ତିଳକ କରିଲେ ତେବେ ସେହି ସମୟରେ ରାଜ୍ୟରେ ସୁଖ ସମୃଦ୍ଧି ଆଣିବା ପାଇଁ କିଛି ବାସ୍ତୁ ନିୟମ ବିଷୟରେ ଯୁଧିଷ୍ଠିରକହିଥିଲେ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ସବୁ ଜିନିଷର ଘରର ସଦସ୍ୟଙ୍କ ଉପରେ କିଛି ନା କିଛି ପ୍ରଭାବ ନିଶ୍ଚିତ ପକାଇ ଥାଏ । ଏମିତିରେ ଏହା ସକରାତ୍ମସକ ନଚେତ ନକରାତ୍ମକ ପ୍ରଭାଵ ହୋଇପାରେ ।

ଯଦି ଅଧିକ ନକରାତ୍ମକ ପ୍ରଭାବ ପଡେ ତେବେ ଘରର ବହୁତ ସମସ୍ୟା ଉତ୍ପନ୍ନ ହୋଇଥାଏ ଓ ବ୍ୟକ୍ତିଙ୍କ ମାନସିକ ସ୍ଥିତି ପ୍ରଭାବିତ ହୋଇ ବ୍ୟକ୍ତିର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ଯଦି କୌଣସି ବସ୍ତୁ ଠିକ ଜାଗାରେ ରଖା ନ ଯାଏ ତେବେ ସେହି ବସ୍ତୁ ନକରାତ୍ମକ ପ୍ରଭାବ ପକାଇଥାଏ ।

ଯାହା ଦ୍ୱାରା ମନୁଷ୍ୟକୁ ବହୁତ ସମସ୍ୟା ଘେରି ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ୫ ଟି ଜିନିଷ ବିଷୟରେ ଜାଣିବା ଯାହା ଦ୍ଵାରା ଘରେ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ । ଭଗବାନ କୃଷ୍ଣ କହନ୍ତି କି ଯେଉଁ ଘରେ ଧୂପ, ଦୀପ, ପୁଷ୍ପ ଗନ୍ଧ ଓ ନୈବେଦ୍ୟ ଭଳି ୫ଟି ତତ୍ୱ ଥିବ ସେହି ଘରେ ବାସ୍ତୁ ଦୋଷର ସମସ୍ୟା ରୁହେ ନାହିଁ ।

ପ୍ରଥମ

ପ୍ରଥମ ନିୟମ ଅନୁସାରେ ଯେଉଁ ଘରେ ପାଣିର ଉଚିତ ବ୍ୟବସ୍ଥା ଥାଏ ସେହି ସ୍ଥାନରେ ସବୁବେଳେ ସୁଖ ସମୃଦ୍ଧି ବାସ କରେ । ପାଣିର ବ୍ୟବସ୍ଥା ଘରର ଉତ୍ତର ପୂର୍ବ ଦିଗରେ ରହିବା ଉଚିତ । ଘରକୁ ଆସୁଥିବା କୌଣସି ବି ବ୍ୟକ୍ତି ଏହି ଦିଗରେ ରଖା ଯାଇଥିବା ପାଣିକୁ ସେବାନ କରିବା ଦ୍ୱାରା ଘରର ସୁଖ, ଶାନ୍ତି, ଧନ, ବୈଭବରେ ବୃଦ୍ଧି ହୋଇଥାଏ । କାରଣ ଏହି ଜଳରେ ଈଶ୍ୱରୀୟ ପ୍ରଭାବ ଥାଏ ।

ଦ୍ଵିତୀୟ

ଘରର ଠାକୁର ଘରେ ଚନ୍ଦନର କାଠ କିମ୍ବା ମାଳ, ଧୂପକାଠି ରଖିବା ଉଚିତ । କୃଷ୍ଣ କହିଥିଲେ କି ଚନ୍ଦନ ଏକ ପବିତ୍ର ଜିନିଷ ଅଟେ ଓ ଏହାର ବାସ୍ନା କେବେ ବି କମ ହେବ ନାହିଁ । ଯେଉଁ ଘରେ ଚନ୍ଦନ ଥାଏ ସେହି ଘରୁ ନକରାତ୍ମକ ପ୍ରଭାବ ଦୂର ହୋଇ ଦେବା ଦେବୀଙ୍କ ବାସ ହୋଇଥାଏ ।

ତୃତୀୟ

ଭଗବାନ କୃଷ୍ଣ କୁହନ୍ତି କି ଘରେ ଗାଈର ଶୁଦ୍ଧ ଘିଅ ରଖିବା ଦ୍ୱାରା ବହୁତ ଶୁଭ ହୋଇଥାଏ । ଏଥିପାଇଁ ଦୀପ ଜାଳିଲା ବେଳେ କିମ୍ବା ଭୋଜନରେ ଏହି ଘିଅ ପ୍ରୟୋଗ କରନ୍ତୁ । କିନ୍ତୁ ମନେ ରଖିବେ କି ଏହି ଘିଅ ଯେପରି ଶେଷ ନ ହୋଇଯାଏ ଓ ତୁଳସୀ ଚୌରାରେ ଘିଅର ଦୀପ ଜାଳିବା ଦ୍ୱାରା ଘର ଧନ ଧାନ୍ୟରେ ପୁରି ଉଠେ ।

ଚତୁର୍ଥ

ମହୁ ଘରେ ରହିବା ଦ୍ୱାରା ଘରର ବାତାବରଣ ସ୍ଵଛ ରହିବା ସଙ୍ଗେ ସଙ୍ଗେ ଆତ୍ମାକୁ ଶାନ୍ତି ରଖିଥାଏ । ଏଥିପାଇଁ ପୂଜାରେ ମହୁର ବ୍ୟବହାର କରାଯାଏ ।

ପଞ୍ଚମ

ଯେପରି ପଦ୍ମ କାଦୁଆରେ ହୋଇଥାଏ ଓ ମା ସରସ୍ୱତୀ ତା ଉପରେ ବିଜେ କରନ୍ତି । ସେହିପରି ମା ସରସ୍ଵତୀଙ୍କ ଫୋଟ ରଖି ପୂଜା କରିବା ଦ୍ୱାରା ଘରେ ଧନର ଅଭାବ ରୁହେ ନାହିଁ । ତଥା ବ୍ୟକ୍ତିର ବୁଦ୍ଧି ଶୁଦ୍ଧ ରହିଥାଏ । ସେଥିପାଇଁ ସରସ୍ଵତୀଙ୍କ ଫୋଟ ଘରେ ରଖିବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।