Vastu tips- ଘରର ଏହି ଦିଗରେ ଜୋତା ଚପଲ ଭୁଲରେ ବି ରଖିବେ ନାହିଁ, ଆସିଥାଏ ଦରିଦ୍ରତା

ଘରେ ଏହି ସ୍ଥାନରେ ଜୋତା ରହିଲେ ଏହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସବୁ ବସ୍ତୁ ର ନିର୍ଦ୍ଧିଷ୍ଟ ସ୍ଥାନ ଏବଂ ଦିଗ ରହିଛି । କାରଣ ସବୁ ବସ୍ତୁରେ ସକରାତ୍ମକ ଏବଂ ନକରାତ୍ମକ ଫଳ ରହିଥାଏ । ଶାସ୍ତ୍ର ଅନୁସାରେ ଯଦି ଏହି ବସ୍ତୁ ସବୁକୁ ତାର ନିର୍ଦ୍ଧିଷ୍ଟ ସ୍ଥାନରେ ରଖା ନଯାଏ ତେବେ ଏହା ନକରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ ଯାହାର ପ୍ରଭାବ ପରିବାର ଲୋକଙ୍କ ଉପରେ ପଡ଼ିଥାଏ ।

ଯେଉଁ ବସ୍ତୁ ର ସମ୍ବନ୍ଧ ପଞ୍ଚତତ୍ୱ ସହିତ ରହିଛି ତାହାକୁ କେବେ ମଧ୍ୟ ଓଲଟା ଜାଗାରେ ରଖନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଜୋତା ଏବଂ ଚପଲ ରଖିବାର ଠିକ ସ୍ଥାନ ବିଷୟରେ କହିବାକୁ ଯାଉଛୁ । ବାସ୍ତୁ ଅନୁସାରେ ଜୋତା ଏବଂ ଚପଲ ପାଇଁ ମଧ୍ୟ ନିର୍ଦ୍ଧିଷ୍ଟ ଦିଗ ରହିଛି । ଘର ଭିତରେ ସବୁଠାରୁ ବେଶୀ ଊର୍ଜ୍ଜା ଜୋତା ଏବଂ ଚପଲ ସୃଷ୍ଟି କରିଥାନ୍ତି ।

କାରଣ ଏହାକୁ ଆମେ ଗୋଡ଼ରେ ପିନ୍ଧିଥାଉ ଏବଂ ବହୁତ ଆଡୁ ବୁଲିକି ଆସିଥାଉ । ତେଣୁ ଏହାକୁ ରଖିବା ପାଇଁ ଖାସ ଧ୍ୟାନ ଦେବାକୁ ପଡିଥାଏ । ସବୁବେଳେ ଲୋକ ନିଜ ଜୋତା ଚପଲ ଘର ବାହାରେ ଖୋଲି ଦିଅନ୍ତି ଆଊ କିଛି ଲୋକ ଘର ଭିତରେ ଜୋତା ଚପଲ ପିନ୍ଧିଥାନ୍ତି । କିନ୍ତୁ ବାସ୍ତୁ ଅନୁସାରେ ଏମିତି କରିବା ଅନୁଚିତ ଅଟେ । ଏହା ଘରେ ଝଗଡ଼ା ସୃଷ୍ଟି କରିଥାଏ ଏବଂ ଘରୁ ଦେବୀ ଦେବତା ପଳାଇ  ଯାଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

ବିଛା ଯାଇଥିବା ଜୋତା ଚପଲ

ବାସ୍ତୁ ଅନୁସାରେ ଯେଉଁ ଘରେ ଚପଲ ଏପଟ ସେପଟେ ପଡ଼ିଥାଏ ସେହି ଘରେ ଶନି ଙ୍କ ଖରାପ ପ୍ରଭାବ ପଡ଼ିଥାଏ । କାରଣ ଶନି ଙ୍କୁ ପାଦର କାରକ ମନାଯାଏ । ତେଣୁ ଘରେ ଚପଲ ଠିକ ଭାବରେ ରଖନ୍ତୁ ।ଘର ଭରେ ବେଶି ଚପଲ ପଡ଼ିଲେ ଏହା ନକରାତ୍ମକ ଉର୍ଜା ସୃଷ୍ଟି କରିଥାଏ । ସାଥିରେ ଓଲଟା ପଡ଼ିଥିବା ଚପଲ ପାଇଁ ଘରେ ଅଶୁଭ ସମାଚାର ଆସିଥାଏ ।

ପୁରୁଣା ଜୋତା ଚପଲ

ଘରେ ଯଦି ପୁରୁଣା ଜୋତା ଚପଲ ଅଛି ତେବେ ତାକୁ ଶୀଘ୍ର ଘରୁ ବାହାର କରନ୍ତୁ । ତାକୁ ଘର ଭିତରେ ରଖନ୍ତୁ ନାହିଁ । ଯଦି ପୁରୁଣା ଚପଲ ଠିକ ଅବସ୍ଥାରେ ଅଛି କିନ୍ତୁ ତାହାର ବ୍ୟବହାର କରୁ ନାହାନ୍ତି ତେବେ ଏହାକୁ ଗରିବକୁ ଦାନ କରନ୍ତୁ । ଏହା ଦ୍ଵାରା ଶନିଦେବଙ୍କ କୃପା ଘରେ ରହିଥାଏ ।

ଜୋତା ଷ୍ଟାଣ୍ଡ

ଜୋତା ରଖୁଥିବା ଷ୍ଟାଣ୍ଡ କୁ ରୋସେଈଘର ବା ଠାକୁର ଘର ର କାନ୍ଥ କୁ ଲଗାଇ ରଖନ୍ତୁ ନାହିଁ । ଏମିତି କରିବା ବହୁତ ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ସବୁବେଳେ ଝଗଡ଼ା ହୋଇଥାଏ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିନଥାଏ ।

ଚମଡା ଜୋତା

ଦେବୀ ଦେବତା ମାନଙ୍କ ପୂଜା କରୁଥିବା ମଣିଷ କୁ ଚମଡା ରେ ତିଆରି ଜୋତା ପିନ୍ଧିବା କଥା ନୁହେଁ । ଏହା ପାପ ଅଟେ । ଯଦି ଆପଣ ସବୁଦିନ ପୂଜା କରୁଛନ୍ତି ତେବେ ଚମଡା ରେ ତିଆରି ଜୋତା ପିନ୍ଧନ୍ତୁ ନାହିଁ ।

କଳା ରଙ୍ଗର ଜୋତା

କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଯିବା ବେଳେ କଳା ରଙ୍ଗର ଜୋତା ପିନ୍ଧିବା ଶୁଭ ବୋଲି କୁହାଯାଏ । ଏହା ଦ୍ଵାରା ଶନିଦେବଙ୍କ କୃପା ମିଳିଥାଏ ଏବଂ କାମରେ ସଫଳତା ମଧ୍ୟ ମିଳେ । କଳା ରଙ୍ଗର ଜୋତା ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ଵାରା ଅଟକି ରହୁଥିବା କାର୍ଯ୍ୟ ପୁରଣ ହୋଇଥାଏ ।

ଖଟ ତଳେ ଜୋତା

ସୋଉଥିବା ଖଟ ତଳେ ଜୋତା ରଖିକି ସୁଅନ୍ତୁ ନାହିଁ ଏହା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।