Vastu Tips- ପ୍ରଜାପତି ଘରକୁ ଆସିବା ପଛରେ ରହିଛି ଏହି ବଡ କାରଣ, ଦେଇଥାଏ ଏମିତି ବିଶେଷ ସଂକେତ

ଭବିଷ୍ୟତରେ କେବେ କାହାର କଣ ହେବ ତାହା କାହାକୁ ବି ଜଣା ନାହିଁ । ମାତ୍ର ଶକୁନି ଶାସ୍ତ୍ର ଦ୍ଵାରା ଆମେ କିଛି ସଂକେତ ପାଇଥାଉ ଯେ ଆମର କଣ ହେବ ବା ଘଟିବାକୁ ଯାଉଛି ଆଗାମୀ ଦିନରେ । ଆମକୁ ନିହାତି ଜାଣିବା ଆବଶ୍ୟକ ଯେ ଆମ ଆଖପାଖରେ କଣ କଣ ସବୁ ଘଟୁଛି । ମାତ୍ର ଏହା ଜାଣିବା ଦ୍ବାରା ଆମର ଭବିଷ୍ୟତ ବଦଳି ନଥାଏ ।

ଏପରି ଦୈନନ୍ଦିନ ଜୀବନରେ ବହୁତ ଘଟଣା ଘଟିଥାଏ ଯାହାକି ଆମ ସହିତ ଘଟିବାକୁ ଯାଉଥିବା ଘଟଣାର ସଂକେତ ଦେଇଥାଏ । ତେବେ ଆଜି ଆମେ ଏପରି ଘଟଣା ବିଷୟରେ ଜଣାଇବୁ ଯାହାର ପାଜେଟିଭ ପ୍ରଭାବ ଆମ ଉପରେ ପଡ଼ିବ । ତେବେ ଚାଲନ୍ତୁ ଜାଣିବା ଆମ ଆଖ ପାଖରେ କଣ କଣ ଏପରି ଘଟଣା ଘଟୁଛି ଯାହା ଆମ ଭବିଷ୍ୟତ ନିର୍ଣ୍ଣୟ କରୁଚି ।

ପର୍ବଦିନ ଉପହାର ମିଳିବା – ଯଦି ଆପଣ ଘରେ କିଛି ପର୍ବର ଆୟୋଜନ କରିଛନ୍ତି ଏବଂ ଆପଣଙ୍କୁ ଅନ୍ୟମାନଙ୍କ ଠାରୁ କିଛି ଉପହାର ମିଳୁଛି ତେବେ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପା ବର୍ଷିବାକୁ ଯାଉଛି । ଏବଂ ଘରକୁ ଧନ ଆସିବାର ସଂକେତ ମିଳିଛି ।

ରାସ୍ତାରେ ଗାଈ ଦେଖିବା – ଯଦି ଆପଣ କିଛି ଗୁରୁତ୍ଵପୂର୍ଣ୍ଣ କାମରେ ବାହାରକୁ ଯାଉଛନ୍ତି ଏବଂ ବାଟରେ ଆପଣ ଏକ ଗାଈକୁ ଦେଖିଲେ ଜାଣି ନିଅନ୍ତୁ ଆପଣ ଯେଉଁ କାମରେ ବାହାରିଛନ୍ତି ଆପଣ ସଫଳତା ଲାଭ କରିବେ । ଏବଂ ମାଆ ଲକ୍ଷ୍ମୀଙ୍କର ଅପାର କୃପା ଆପଣଙ୍କ ଉପରେ ପଡ଼ିବାର ସଂକେତ ମିଳୁଛି ।

ଘରେ ବାଦୁଡିର ବସା – ଯଦି ଆପଣଙ୍କ ଘରେ ବାଦୁଡ଼ିର ବସା ହେଇଚି ତେବେ ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଏହା ଆପଣଙ୍କର ସୁନେଲି ଭବିଷ୍ୟତକୁ ଦର୍ଶାଉଛି ।

ଚଢ଼େଇ ମାନଙ୍କର ଏପରି କାମ – ଯଦି ଆପଣଙ୍କ ଘର କିମ୍ବା ଆପଣଙ୍କ ବଗିଚାକୁ ଚଢ଼େଇ ମାନେ ଆସି ଯଦି କିଚିରୀମିଚିରି ଶବ୍ଦ କରି ଆପଣଙ୍କ ଘରୁ ସବୁଦିନ ଦାନା ଖାଆନ୍ତି ତେବେ ଏହା ଆପଣଙ୍କ ଭବିଷ୍ୟତ ଉଜ୍ଵଲର ସଂକେତ ଦିଏ ।

ରାସ୍ତାରେ ସାପ ଦେଖିବା – ଯଦି ଆପଣ କୁଆଡେ ଯାଉଛନ୍ତି ଓ ବାଟରେ ଆପଣ ସାପ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ଅଟେ କାରଣ ଏହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନର ସଂକେତ ଦେଇଥାଏ ।

ଭାଙ୍ଗୁଥିବା ତାର ଦେଖିବା- ଯଦି ଆପଣ କେବେ ରାତିରେ ଭାଙ୍ଗିଥିବା ତାର ଦେଖିବେ ତେବେ ଆପଣ ସେହି ସମୟରେ ଯାହା ମନାସିବେ ତାହା ପାଇବେ । ଏହା ଶୁଭର ପ୍ରତୀକ ।

ଘରକୁ ପ୍ରଜାପତି ଆସିବା – ପ୍ରଜାପତି ଯଦି ଘରକୁ ଆସେ ତେବେ ଏହା ଘରେ କିଛି ଶୁଭ କାମ ହେବାର ସଂକେତ ଦେଇଥାଏ । ଏହା ବ୍ୟତୀତ ଆପଣଙ୍କର ବା ଆପଣଙ୍କ ପରିବାର ସହିତ କିଛି ଶୁଭ ହେବାକୁ ଯାଉଛି ।

କାନ କୁଣ୍ଡାଇ ହେବା – ଯଦି ଆପଣଙ୍କ କାନ କୁଣ୍ଡାଇ ହେଉଛି ତେବେ ଆପଣଙ୍କ ବିଷୟରେ କେଉଁଠାରେ ଚର୍ଚା ହେଉଛି । ଯଦି ଆପଣଙ୍କ ବାମ କାନ କୁଣ୍ଡାଇ ହେଉଛି ତେବେ ଜାଣି ରଖନ୍ତୁ ଆପଣଙ୍କ ପ୍ରଶଂସା ହେଉଛି । ଯଦି ଡାହାଣ କାନ କୁଣ୍ଡାଇ ହେଉଛି ତେବେ ନିନ୍ଦା ଚାଲିଛି ଆପଣଙ୍କର ।
ଭୁଲରେ ଓଲଟା ବସ୍ତ୍ର ପିନ୍ଧିବା- ଯଦି ଆପଣ । ଭୁଲରେ ଓଲଟା ପୋଷାକ ଧାରଣ କରୁଛନ୍ତି ତେବେ ଖୁସି ହୁଅନ୍ତୁ ଯେ ଆପଣଙ୍କ ଜୀବନରେ କିଛି ନୂତନ ପରିବର୍ତ୍ତନ ଘଟିବାକୁ ଯାଉଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।