ଜନ୍ମ ବାରରୁ ଜାଣନ୍ତୁ ମହିଳାଙ୍କ ବ୍ୟକ୍ତିତ୍ଵ ସ୍ଵଭାବ କେମିତି ହେଇଥାଏ

ଆମେ ଏହା ଜାଣିଛୁ ଯେ ବାର ଅନୁଯାୟୀ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ କେଉଁ କାମ କରିବା ଉଚିତ । ଜ୍ୟୋତିଶ ଶାସ୍ତ୍ର ଅନୁଯାୟୀ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ମହିଳାଙ୍କ ସ୍ଵଭାବ ଓ ଚରିତ୍ର ଜାଣିବାକୁ ହେଲେ ହସ୍ତରେଖା ଉପରେ ବିଶ୍ୱାସ କରିବାକୁ ପଡ଼ିବ । କିନ୍ତୁ ବିଦ୍ୱାନ ମାନଙ୍କ ମତ ଅନୁଯାୟୀ ଜନ୍ମବାରରୁ ମହିଳାଙ୍କ ବିଷୟରେ ଅନେକ କଥା ଜାଣି ହୋଇଥାଏ । ତେବେ ଆସନ୍ତୁ ଜା ଣିବା କେଉଁ ବାରରେ ଜନ୍ମ ହେଲେ ମହିଳାମାନଙ୍କ ସ୍ଵଭାବ କିପରି ହୋଇଥାଏ ।

ରବିବାର:- ଏହି ଦିନ ଜନ୍ମ ହୋଇଥିବା ନାରୀମାନେ ଭଗବାନଙ୍କ ଉପରେ ଗଭୀର ବିଶ୍ୱାସ ରଖିଥାନ୍ତି । ଏମାନେ ଦାନ ପରି ପୁଣ୍ୟ କାମ କରିବାକୁ ପସନ୍ଦ କରିଥାନ୍ତି । ଏହା ସହ ଏମାନେ ଶକ୍ତିଶାଳୀ ଏବଂ ଶାନ୍ତିପ୍ରିୟ ମନଭାବର ହେବା ସହ ଚାଲାକ ମଧ୍ୟ ହୋଇଥାନ୍ତି ।

ସୋମବାର:- ଏହି ବାରରେ ଜନ୍ମ ହୋଇଥିବା ନାରୀମାନେ ଦେଖିବାପାଇଁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜ ସୁନ୍ଦରତା ପାଇଁ ବହୁତ ଗର୍ବ କରିଥାନ୍ତି । ଏମାନେ ମିଠା କଥା କହି ସମସ୍ତଙ୍କ ମନ ଜିଣିଥାନ୍ତି । ସେମାନଙ୍କ ଜୀବନ ସୁଖମୟ ହୋଇଥାଏ ।

ମଙ୍ଗଳବାର:- ଏହି ବାରରେ ଜନ୍ମ ହୋଇଥିବା ନାରୀମାନେ ସ୍ୱଭାବରେ ସାଧାରଣତଃ ଶକ୍ତ ହୋଇଥାନ୍ତି । ଏମାନେ ଶୀଘ୍ର କହା ଉପରେ ବିଶ୍ୱାସ କରନ୍ତି ନାହିଁ । ମିଛ କହୁଥିବା ଲୋକମାନଙ୍କୁ ଏମାନେ ପସନ୍ଦ କରନ୍ତି ନାହିଁ ।

ବୁଧବାର:- ଏହି ବାରରେ ଜନ୍ମ ହୋଇଥିବା ନାରୀମାନେ ସବୁବେଳେ ଠିକ କଥା କହିଥାନ୍ତି । ଏମାନେ ଶିକ୍ଷା କ୍ଷେତ୍ରରେ ବହୁତ ଆଗକୁ ଯାଇଥାନ୍ତି । କାରଣ ଏମାନଙ୍କ ଉପରେ ମାତା ସରସ୍ୱତୀଙ୍କ ଆଶ୍ରିବାଦ ସଦା ସର୍ବଦା ରହିଥାଏ । ଏହି ନାରୀମାନେ ନିଜ କଥା ଦ୍ଵାରା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି ।

ଗୁରୁବାର:- ଏହି ବାରରେ ଜନ୍ମ ହୋଇଥିବା ନାରୀମାନେ ସ୍ଵୟଂ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଏମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି । ଏମାନେ ଛନ୍ଦ କପଟ କିଛି ବୁଝନ୍ତି ନାହିଁ । ଏମାନେ କେବେ ମଧ୍ୟ କାହାକୁ କଷ୍ଟ ଦିଅନ୍ତି ନାହିଁ । ଏହି ନାରୀମାନେ ସଦା ସର୍ବଦା ଅନ୍ୟମାନଙ୍କ ଭଲ ଚିନ୍ତା କରିଥାନ୍ତି । ଏମାନେ ବହୁତ ପରୋପକାରୀ ହୋଇଥାନ୍ତି ।

ଶୁକ୍ରବାର:- ଏହି ବାରରେ ଜନ୍ମ ହୋଇଥିବା ନାରୀମାନେ ସର୍ବାଗୁଣା ସମ୍ପୂର୍ଣ୍ଣ ହୋଇଥାନ୍ତି । ଏମାନେ ସିକ୍ଷାଖେତ୍ରରେ ଉନ୍ନତି କରିବା ସହିତ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି । ଏମାନେ ନିଜ ଜୀବନରେ ସଫଳତା ପ୍ରାପ୍ତି କରିଥାନ୍ତି ।

ଶନିବାର:- ଏହି ବାରରେ ଜନ୍ମ ହୋଇଥିବା ନାରୀମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସୁନ୍ଦର ହେବା ସହିତ କୋମଳ ହୃଦୟର ହୋଇଥାନ୍ତି । ଏହି ନାରୀମାନେ ସମସ୍ତଙ୍କ ଭଲ ଚିନ୍ତା କରିଥାନ୍ତି । ଏମାନେ ସବୁବେଳେ ଅନ୍ୟ ମାନଙ୍କ ସାହାଯ୍ୟ କରିଥାନ୍ତି । ଏମାନେ ନିଜ କଥା ଦ୍ଵାରା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏମାନେ ବହୁତ ନିରୀହ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।