Vastu Shastra- ସକାଳୁ ଉଠିବା ପରେ ଭୁଲରେବି ଦେଖନ୍ତୁ ନାହିଁ ଏହି 5  ଜିନିଷ, ଜୀବନ ସାରା ରହିଥାଏ ଦରିଦ୍ରତା

ଶାସ୍ତ୍ରରେ ଅଛି ଯଦି ସକାଳ ସମୟ ଖୁସିରେ ବିତେ ତ ଦିନଟି ପୁରା ଖୁସିରେ ବିତିବ ଯଦି ଦିନ ଆରମ୍ଭରୁ କିଛି ଅଶୁଭ ହୁଏ ତେବେ ପୁରା ଦିନଟି ବିଗିଡି ଯାଏ । କିନ୍ତୁ ଏମିତି କିଛି ଜିନିଷ ଅଛି ମନୁଷ୍ୟ ଜାଣତ ଅଜାଣତ ରେ ଦେକହିବା ଦ୍ୱାରା ଜୀବନରେ ଉନ୍ନତି କରିପାରେ ନାହିଁ । ସେ ଦିନ କୁ ଦିନ ତାର ଅଧୋଗତି ହୋଇଥାଏ । ଓ ବହୁତ ସମସ୍ୟାରେ ପଡିଥାଏ । ଏବେ ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ ଜିନିଷ ଦେଖିବା ଉଚିତ ନୁହେଁ ।

ଆଇନା

ସାଧାରଣ ଭାବେ କିଛି ଲୋକ ସକାଳୁ ଉଠି ଆଇନାଁରେ ନିଜ ମୁହଁ ଦେଖିବାକୁ ଚାଲି ଯାଆନ୍ତି । ବସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠି ଆଇନା ଦେଖିବା ଉଚିତ ନୁହେଁ ଏହା ଦ୍ବାରା ନକରାତ୍ମକ ପ୍ରଭାବ ବଢି ଥାଏ ଓ କାର୍ଯ୍ୟ ରେ ସଫଳତା ମିଳିନ ଥାଏ । ଯଦି ଆଇନା ଭାଙ୍ଗି ଯାଇଥାଏ ସେଥିରେ ମୁହଁ ଦେଖିଲେ ଜୀବନରେ ବହୁତ ସମସ୍ୟା ଦେଖାଯାଏ ।

ଛାଇ

ସକାଳୁ ଉଠି ନିଜର ଛାଇ ଦେଖିବା ଉଚିତ ନୁହେଁ । ଏହାଦ୍ୱାରା ମନୁଷ୍ୟ ଜୀବନରେ ଦୁର୍ଭାଗ୍ୟ ବଢି ଥାଏ । ଛାଇ ମନୁଷ୍ୟ ମନରେ ଭୟ, ଅଶାନ୍ତି, ଭ୍ରମ ସୃଷ୍ଟି କରିଥାଏ । ଏଥିପାଇଁ ଛାଇକୁ ସକାଳୁ ଉଠି ଦେଖିଲେ ଅଶୁଭ ହୋଇଥାଏ ।

ଚରିତ୍ର ହୀନ ବ୍ୟକ୍ତିଙ୍କ ମୁହଁ

ସକାଳୁ ଉଠି ମନୁଷ୍ୟକୁ ନିଜ ଚତୁର୍ପାଶ୍ୱରେ ଥିବା କୌଣସି ଚରିତ୍ର ହିଁ ବ୍ୟକ୍ତି ରହୁଥାଏ ଯାହାର ଚାଲି ଚଲଣ ଠିକ ନଥାଏ ଅର୍ଥାତ କୌଣସି ବହୁତ ନାରୀ ସହ ସମ୍ପର୍କ ରଖୁଥାଏ ବ କୌଣସି ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ରଖିଥାଏ ତ ତାର ମୁହଁ ଦେଖିବା ଉଚିତ ନୁହେଁ । ଏହାଦ୍ୱାରା ବହୁତ ଅଶୁଭ ହୋଇଥାଏ ।

କଲି ଝଗଡା

ସକାଳୁ ଉଠି କଲି ଝଗଡା କରିବା କିମ୍ବା ଦେଖିବା ଅଶୁଭ ହୋଇଥାଏ ବା ଏମିତି କଲି ଝଗଡର ନ ପଡି ଭଗବାନଙ୍କ ନାମ ନେଇ ସେଠାରୁ ଚାଲିଯିବା ଉଚିତ ।

ମିଛ କହିବା ବ୍ୟକ୍ତି

ସକାଳୁ ଉଠିଥିବା ବେଳେ ଯଦି କୌଣସି ମିଛୁଆ ବ୍ୟକ୍ତି ଦେଖା ହୁଏ ତାହା ସହ କଥା ନ ହୋଇ ଚାଲିଯିବା ଉଚିତ । ନଚେତ ପୁରା ଦିନଟି ଖରାପ ହୋଇଥାଏ ବାରମ୍ବାର ଏହି ଭଳି ବ୍ୟକ୍ତିଙ୍କ ମୁହଁ ଦେଖିବା ଦ୍ୱାରା ମନୁଷ୍ୟର ପ୍ରକୃତି ମଧ୍ୟ ସେହି ଭଳି ହୋଇଯାଏ ।

ହିଂଶ୍ର ପଶୁଙ୍କ ଚିତ୍ର

ସକାଳୁ ଉଠିଥିବା ମାତ୍ରେ ହିଂଶ୍ର ପଶୁ ବା ଯୁଦ୍ଧର ଚିତ୍ର ଦେଖିବା ଦ୍ୱାରା ମନୁଷ୍ୟର ତାମସିକ ଗୁଣ ବଢି ଥାଏ ଓ ତାର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ଏବଂ ତାର ସ୍ଵଭାଵ କ୍ରୋଧଭାବ ହୋଇଯାଏ ।

ସକାଳୁ ଉଠିଥିବା ପରେ କଣ ଦେଖିବା ଉଚିତ

ସକାଳୁ ମାତା ପିତାଙ୍କୁ ଦେଖିବା ଦ୍ୱାରା ତାଙ୍କର ଆଶୀର୍ବାଦ ମିଳିଥାଏ । ଦିନଟି ବହୁତ ଶୁଭ ହୋଇଥାଏ । ସକାଳୁ ଉଠି ନିଜ ହାତକୁ ଦର୍ଶନ କରିବା ଉଚିତ । ହାତରେ ମା ଲକ୍ଷ୍ମୀ ବାସ ଥାଏ ଓ ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।