Vastu Shastra- ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯଦି ଘରେ ଥାଏ ଏହି 5 ଜିନିଷ, ଦରିଦ୍ରତା କେବେବି ଆସି ନଥାଏ

ଭଗବାନ ଶ୍ରକୃଷ୍ଣ ମହାରାଜ ଯୁଧିଷ୍ଟିର ଙ୍କୁ ତାଙ୍କର ରଜ୍ୟଭିସେକ ସମୟରେ ତାଙ୍କୁ ରାଜ୍ୟରେ ସୁଖ ସମୃଦ୍ଧି ଆଣିବାପାଇଁ କିଛି ବାସ୍ତୁ ଶାସ୍ତ୍ରର ନିୟମ କହିଥିଲେ । ବାସ୍ତୁ ଅନୁସାରେ ଆମ ଘରେ ଥିବା ସବୁ ଜିନିଷର ଉର୍ଯା ରହିଥାଏ । କିଛି ଜିନିଷ ସକରାତ୍ମକ ଊର୍ଯା ଦେଇଥାଏ ତ କିଛି ନକରାତ୍ମକ ଊର୍ଯା ଦେଇଥାଏ । କିନ୍ତୁ ଏହାର ସନ୍ତୁଳନ ଠିକ ରହିବା ଆବଶ୍ୟକ । ଅଧିକ ନକାରାତ୍ମକ ଊର୍ଯା ହେଲେ ଘରେ କ୍ଳେଶ ବଢ଼ିଥାଏ ଜାଗା ଦ୍ଵାରା ଘରେ ଥିବା ବ୍ୟକ୍ତି ର ମାନସିକ ସ୍ଥିତି ଭଲ ରହିନଥାଏ ।

ଯଦି କୌଣସି ବାସ୍ତୁ ଠିକ ଜାଗାରେ ନ ରଖାଯାଏ ତେବେ ସେହି ବାସ୍ତୁ ନକାରାତ୍ମକ ଊର୍ଯା ସୃଷ୍ଟି କରିଥାଏ । ଯାହାର ପ୍ରଭାବ ମନୁଷ୍ୟ ଜୀବନରେ ପଡ଼ିଥାଏ । ସେଥିପାଇଁ ପ୍ରାଚୀନ କାଳରୁ ହିଁ ଆମର ମୁନି ଋଷି ଏବଂ ଦେବୀ ଦେବତା ମାନେ ଯେଉଁ ଜ୍ଞାନ ଦେଇଛନ୍ତି ତାହା ବହୁତ ଉପରି ଅଟେ । ମହାଭାରତ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ମହାରାଜ ଯୁଧିଷ୍ଟିର ଙ୍କୁ ଏମିତି ୫ଟି ଶୁଭ ଜିନିଷ ବିଷୟରେ କହିଛନ୍ତି ଯାହା ଘରେ ରହିବା ଦ୍ଵାରା ଘରେ ସୁଖ ଶାନ୍ତି ରହିଥାଏ ଏବଂ ସକରାତ୍ମକ ଚିନ୍ତାଧାରା ଆସିଥାଏ । ଏହି ଘରେ ମାତା ଲକ୍ଷ୍ମୀ ମଧ୍ୟ ରହିଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ବିଷୟରେ ।

ଭଗବାନ ଶ୍ରକୃଷ୍ଣ କହିଛନ୍ତି ଯେଉଁ ଘରେ ଧୂପ, ଡିପ, ପୁଷ୍ପ, ଗନ୍ଧ, ନୈବେଦ୍ୟ ଭଳି ପଞ୍ଚ ତତ୍ତ୍ଵ ରହିଥାଏ ସେଠାରେ ବାସ୍ତୁ ଦୋଷର ସମସ୍ୟା କେବେ ମଧ୍ୟ ଉତ୍ତ୍ପନ୍ନ ହୋଇନଥାଏ । ପ୍ରଥମ ବାସ୍ତୁ ନିୟମ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ଘରେ ପାଣିର ଉଚିତ ବ୍ୟବସ୍ଥା କରାଯାଇଥାଏ ସେହି ଘରେ ରହୁଥିବା ବ୍ୟକ୍ତି ସବୁବେଳେ ଖୁସିରେ ରହିଥାଏ । ପାଣିର ବ୍ୟବସ୍ଥା ଘରର ଉତ୍ତର ପୂର୍ବ ଦିଗରେ ରହିବା ଉଚିତ । ଏହି ଘରେ ରହୁଥିବା ବ୍ୟକ୍ତି ମାନଙ୍କ ଉପରେ ସ୍ଵୟଂ ଭଗବାନ ଙ୍କ ଆଶୀର୍ବାଦ ରହିଥାଏ ।

ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ଘରେ ଚନ୍ଦନ କାଠ ରହିବ ବହୁତ ଶୁଭ ହୋଇଥାଏ । ଆପଣ ଘରେ ଚନ୍ଦନ କାଠ, ଚନ୍ଦନ ମାଳ, କିଛିବି ରଖିଦିଅନ୍ତୁ । କାରଣ ଭଗବାନ ଶ୍ରୀକୃଷ୍ଣ ମହାରାଜ ଯୁଧିଷ୍ଟିର ଙ୍କୁ କହିଥିଲେ ହଜାର ସାପ ରହିବା ପରେ ମଧ୍ୟ ଚନ୍ଦନ ସବୁବେଳେ ପବିତ୍ର ରହିଥାଏ । ଚନ୍ଦନ ଘରେ ସକରାତ୍ମକ ଉର୍ଜା ସୃଷ୍ଟି କରିଥାଏ । ଯେଉଁ ଘରେ ଚନ୍ଦନ ର ମହକ ରହିଥାଏ ସେହି ଘରେ ଦେବୀ ଦେବତା ବାସ କରିଥାନ୍ତି ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଘରେ ଗାଈ ର ଶୁଦ୍ଧ ଘିଅର ବ୍ୟବହାର କରିବା ବହୁତ ଲାଭଦାୟକ ହୋଇଥାଏ । ଘିଅର ବ୍ୟବହାର ନିଜ ଖାଦ୍ୟରେ ଆଊ ଦୀପ ଜଳେଇବା ଆବଶ୍ୟକ । କିନ୍ତୁ ସବୁବେଳେ ଧ୍ୟାନ ରଖନ୍ତୁ ଘରେ କେବେବି ଘିଅରେ ସମାପ୍ତ ନହେବା ଦରକାର । ତୁଳସୀ ଗଛ ପାଖରେ ସବୁଦିନ ସନ୍ଧ୍ୟାରେ ଘିଅର ଦୀପ ଜଳାନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରେ ଭଗବାନ ଙ୍କ କୃପା ସଦା ସର୍ବଦା ରହିଥାଏ ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଘରେ ମହୁ ରହିବା ବହୁତ ଶୁଭ ହୋଇଥାଏ । ମହୁ ଘରକୁ ପବିତ୍ର ରହିଥାଏ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ରହିଥାଏ । ଆପଣଙ୍କ ଘରେ କୌଣସି ସମସ୍ୟା ଆସିନଥାଏ । ଘରେ ଆସୁଥିବା ସବୁ ଦୁଃଖ କଷ୍ଟ ଦୁର ହୋଇଥାଏ ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମାତା ସରସ୍ୱତୀଙ୍କ ପୂଜା ସଦା ସର୍ବଦା କରିବା କଥା । ମାତା ସରସ୍ୱତୀ ଙ୍କ ଫଟୋ ବା ମୂର୍ତ୍ତି ଘରେ ରହିବା ନିହାତି ଆବଶ୍ୟକ । ଏହା ଦ୍ଵାରା ଘରେ କୌଣସି ନକରାତ୍ମକ ଊର୍ଯା ସୃଷ୍ଟି ହୋଇନଥାଏ । ଘରେ ଆସୁଥିବା ସବୁ ସମସ୍ୟାର ଅନ୍ତ ହୋଇଥାଏ । ତେବେ ଏହା ଥିଲା ସେହି ୫ଟି ଉପାୟ ଯାହା ଭଗବାନ ଶ୍ରୀକୃଷ୍ଣ ମହାରାଜ ଯୁଧିଷ୍ଟିର ଙ୍କୁ କହିଥିଲେ ।