Vastu Shastra- ଶ୍ରୀ କୃଷ୍ଣ କହିଛନ୍ତି ସବୁଦିନ ସକାଳୁ ଏହି 3ଟି କାମ କରିବା ଦ୍ଵାରା ଦୂର ହେଇଯାଏ ଦରିଦ୍ରତା

ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀ କୃଷ୍ଣଙ୍କ ଅନୁସାରେ ବ୍ୟକ୍ତିକୁ ତାହାର କର୍ମ ଅନୁସାରେ ହିଁ ଫଳ ମିଳିଥାଏ । ଭଲ କାମ କରିବା ପାଇଁ ଓ ଜୀବନରେ ସଫଳତା ହାସଲ କରିବା ପାଇଁ ଆମ ସମସ୍ତଙ୍କୁ କିଛି ନିୟମ ଆଇନ ମାନି ଚାଲିବା ଉଚିତ । ସର୍ବେ ପ୍ରଥମ ବ୍ୟକ୍ତିକୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ହିଁ ଉଠି ଯିବା ଉଚିତ । ହିନ୍ଦୁ ଶାସ୍ତ୍ରରେ ଏହା କୁହାଯାଇଛି କି ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦାୟ ଉପରେ ଉଠିଥାଏ ସେହି ବ୍ୟକ୍ତିର ଜୀବନରେ କେବେ ବି କିଛି ଭଲ ହୋଇ ନ ଥାଏ ।

ସେଥିପାଇଁ ସମସ୍ତେ ଏହି ପ୍ରୟାସ କନ୍ତୁ କି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ହିଁ ଆପଣ ନିଜର ବିଛଣାରୁ ଉଠି ନିଜର ସ୍ନାନ ଇତ୍ୟାଦି କାମ ଶେଷ କରି ଇଶ୍ଵରଙ୍କର ପୂଜା କରନ୍ତୁ । ସକାଳୁ ଉଠି ନିଜ ଘରର ସବୁ କବାଟ ଓ ଝରାକାକୁ ଖୋଲି ଦିଅନ୍ତୁ ।

ଯାହା ଦ୍ଵାରା ସୂର୍ଯ୍ୟର କିରଣ ଆପଣଙ୍କ ଘରେ ପ୍ରବେଶ କରି ପାରିବ । ଯାହା ଦ୍ଵାରା ଆପଣଙ୍କ ଘରେ ଥିବା ନକରାତ୍ମକ ଊର୍ଜା ଚାଲିଯିବ । ଏହା ପରେ ଘରକୁ ପରିଷ୍କାର କରି ଦିଅନ୍ତୁ ଯାହା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଆଗମନ ଆପଣଙ୍କ ଘରକୁ ହେବ । ସର୍ବେ ପ୍ରଥମ ସକାଳୁ ଉଠି ଭଗବାନଙ୍କର ନାଁ ନେଇ ଭଗବାନଙ୍କୁ ଧନ୍ୟବାଦ କରନ୍ତୁ । ଏହା ପରେ ନିଜର ଦୁଇ ହାତକୁ ଯୋଡି ତାହାର ଦର୍ଶନ କରି ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ ।

କରାଗ୍ରେ ବସତେ ଲକ୍ଷ୍ମୀଃ କରମଧ୍ୟେ ସରସ୍ୱତୀ ।

କରମୂଲେ ତୁ ଗୋବିନ୍ଦଃ ପ୍ରଭାତେ କରଦର୍ଶନମ ॥

ଏହାର ଅର୍ଥ ହାତର ଉପରି ଭାଗରେ ମାତା ଲକ୍ଷ୍ମୀ ଓ ମଧ୍ୟ ଭାଗରେ ମାତା ସରସ୍ଵତୀ ଓ ପୁରା ହାତରେ ଶ୍ରୀ କୃଷ୍ଣ ନିବାସ କରିଥାନ୍ତି । ଯେଉଁ ବ୍ୟକ୍ତି ନିଜର ହାତକୁ ଦର୍ଶନ କରି ଦିନର ଆରମ୍ଭ କରିଥାଏ ତାକୁ ଜୀବନରେ ସଫଳତା ନିଶ୍ଚିତ ମିଳିଥାଏ । ଆପଣ ନିଜର ହାତକୁ ଦେଖିବାର ଲାଭ ଏହା ବି ହୋଇଥାଏ କି ଆପଣଙ୍କ ଉପରେ ଭଗବାନଙ୍କ କୃପା ବର୍ଷିବ । ଏହା ପରେ ତୁଲସୀ ଗଛର ଦର୍ଶନ କରନ୍ତୁ ଓ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ତମ୍ଭା ପାତ୍ରରେ ଜଳ ଅର୍ପଣ କରନ୍ତୁ । ଏହା ପରେ ଘରର ଗୁରୁଜନଙ୍କର ପଦ ଛୁଇଁ ତାଙ୍କର ଆଶୀର୍ବାଦ ନିଅନ୍ତୁ ।

ସକାଳୁ ଉଠି ଯେଉଁ ଭଳି ଭାବରେ ଆପଣ ସ୍ନାନ କରି ନିଜକୁ ପରିଷ୍କାର କରି ଦିଅନ୍ତି ଠିକ ସେହିଭଳି ସକାଳୁ ଉଠି ନିଜର ଘର ଦ୍ଵାରକୁ ବି ସଫା ରଖନ୍ତୁ । ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଥାନ୍ତି । ସପ୍ତାହକୁ ଥରେ ନିଜର ଘରକୁ ପୋଛିବା ସମୟରେ ସେଥିରେ ଅଳ୍ପ ଗୋମୁତ୍ର କିମ୍ବା ଲୁଣ ଦେଇ ସେହି ପାଣି ଦ୍ଵାରା ଘରକୁ ସଫା କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କର ଘରର ପ୍ରାୟତଃ ସବୁ ସମସ୍ୟାର ସମାଧାନ ହୋଇଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।