Vastu Shastra- ଦୋକାନ ସାମ୍ନା ରେ କେବେ ବି ରଖନ୍ତୁ ନାହିଁ ଏହି ସବୁ ଜିନିଷ, ବର୍ବାଦ ହେଇଯିବେ, ଦୋକାନର ଉନ୍ନତି ପାଇଁ ଜାଣି ରଖନ୍ତୁ ଏହି ସବୁ ବାସ୍ତୁ ନିୟମ

ଆମକୁ ବଞ୍ଚିବା ପାଇଁ ହେଲେ ଧନର ଆବଶ୍ୟକତା ପଡିଥାଏ । ସେଥିପାଇଁ ଲୋକମାନେ ବହୁତ ପରିଶ୍ରମ କରନ୍ତି । ସଦାବେଳେ ଲୋକେ ଚାହାନ୍ତି କି ଲକ୍ଷ୍ମୀମାତା ତାଙ୍କ ଉପରେ କୃପା କରନ୍ତୁ ଓ ଘରେ ସୁଖ ଶାନ୍ତି ସର୍ବର୍ଦା ରହିଥାଉ ଓ କିଛି ଏମିତି ସମୟ ଥାଏ ଆମେ ଯେତେ ପରିଶ୍ରମ କଲେ ମଧ୍ୟ ଆମକୁ ତାର ଫଳ ମିଳିନଥାଏ ।  ଏହା କେବଳ ଗୋଟେ କାରଣରୁ ହୋଇପାରେ ସେଇଟା ହେଉଛି ବାସ୍ତୁ ଦୋଷ । ଲୋକେ ଜାଣିଛନ୍ତି ବାସ୍ତୁ କହିଲେ ଖାଲି ଘରର ବାସ୍ତୁ ବୋଲି ବୁଝିନ୍ତି ।

କିନ୍ତୁ ଆପଣ ଯେଉଁଠାରେ କାମ କରୁଛନ୍ତି ଓ ଯେଉଁଠାରେ ଆପଣଙ୍କର ଅଫିସ ଅଛି ଦୋକାନ ହେଉ ସେଠାରେ ମଧ୍ୟ ବସ୍ତୁ ଦୋଷ ରହିଥାଏ । ସେ ଛୋଟ ହୋଇଥାଊ ବା ବଡ । ନିଜର ହେଉବା ଭଡାରେ କରୁଥିବା ଦୋକାନ ବାସ୍ତୁ ଯଦି ଠିକ ଭାବରେ ହୋଇନଥିବ ତେବେ ସେଠାରେ ଯେତେ ପରିଶ୍ରମ କଲେ ମଧ୍ୟ କୌଣସି ଲାଭ ମିଳିବ ନାହିଁ ।

ସେଥିପାଇଁ ଆମେ ଆପଣଙ୍କୁ ଆଜି ଆମେ କିଛି ଏମିତି କହିବୁ ଯାହା ଆପଣ କରିବା ଦ୍ଵାରା ଯାହା ବାସ୍ତୁ ଦୂରେଇ ଯିବ । ଆପଣ ଯେଉଁ କାମ କରନ୍ତୁ ନା କାହିଁକି ସେଠାରେ ଦେବୀ ଓ ଦେବତାଙ୍କ ଫୋଟୋ ରଖି ପୂଜା କରିବା ଉଚିତ । ପିଇବା ପାଣି ହେଉ ବା କୌଣସି ମନ୍ଦିର ହେଉ ତାକୁ ଐଶାନ୍ୟ କୋଣରେ ରଖିବେ ନଚେତ ଉତ୍ତର ଦିଗ ରହିବା ଦରକାର । ଆଉ ଏକ କଥା ହେଉଛି ଦୋକାନ ଘରର କବାଟ ଭିତରକୁ ଫିଟିବା ଦରକାର ଦୋକାନ ସାମ୍ନାରେ କେବେ ଅଳିଆ ଗଦାଇ ରଖିବେ ନାହିଁ ।

ଏଥିରେ ଧନ ବୃଦ୍ଧି ହେବା ସହିତ ମା ଲକ୍ଷ୍ମୀ କୃପା କରିଥାନ୍ତି । କିନ୍ତୁ ଗୋଟେ କଥା ସବୁବେଳେ ମନେ ରଖିଥିବେ ଉତ୍ତର ଦିଗରେ କୌଣସି ଭାରି ଜିନିଷ ବା ବୁକୁଥିବା ଜିନିଷ ରଖନ୍ତୁ ନାହିଁ ଏହା ଦ୍ଵାରା ବାସ୍ତୁ ଦୋଷ ଲାଗିପାରେ । ନିଜ ଦୋକାନ ଉତ୍ତର ପୂର୍ବ ବା ଦକ୍ଷିଣ ପୂର୍ବ ଦିଗରେ ଜିନିଷ ରଖନ୍ତୁ ନାହିଁ । ଏଥିରେ ବ୍ୟବସାୟରେ ଭଲ ଲାଭ ହେବ ।

ଯଦି ଦୋକାନ ସମନ୍ନାରେ ବିଜୁଳି ଖୁମ୍ବ ବା ପୁରୁଣା ବଡ ଗଛ ଓ ବିଲ୍ଡିଂ ଥିବ ଏହା ମଧ୍ୟ ଏକ ବସ୍ତୁ ଦୋଷ ହୋଇପାରେ । ଏହାକୁ ଦୂର କରିବା ପାଇଁ ଦୋକାନର ସାମ୍ନାରେ ଆପଣ ବିଘ୍ନ ଗଣେଶଙ୍କର ମୂର୍ତ୍ତି ରଖନ୍ତୁ ଓ ତାପାଖରେ ଏକ ଆଇନା ଲଗାଇ ଦିଅନ୍ତୁ । ଏଥିରେ ବାସ୍ତୁ ଦୋଷ ଦୂରେଇ ଯାଇଥାଏ ।

ଦୋକାନ ଓ ଅଫିସର ମାଲିକକୁ ସବୁବେଳେ ପଶ୍ଚିମ ଦିଗ ପଟକୁ ବସିବା ଉଚିତ ଓ ପୂର୍ବ ଦିଗକୁ ମୂହ ରହିବା ଦରକାର ଯାହା ଦ୍ଵାରା ଭଲ ଲାଭ ହେବ । ଯଦି ଦୋକାନରେ ତିଜୋରି ରଖୁଛନ୍ତି ତେବେ ତାକୁ ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଶୁଭ ହୋଇଥାଏ ଓ ଧନର ଲାଭ ମଧ୍ୟ ମିଳିବ । ଏହା ଛଡା ଟଙ୍କା ବାକ୍ସରେ ଗୋମୁତ୍ରି ଚକ୍ର ଓ କଉଡି ରଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଦୋକାନ ବା ଅଫିସରେ ଯେଉଁ ଜାଗାରେ ବସୁଛନ୍ତି ସେଠାରେ କେବେ ହେଲେ ଖାଇବା ବା ଶୁଅନ୍ତୁ ନାହିଁ ।

ଆପଣ ଦୋକାନର ଅନ୍ୟ କୌଣସି ଜାଗାରେ ଯାଇ ସୋଇପାରିବ କିନ୍ତୁ ସେହି ଜାଗାରେ ବସି ଶୁଅନ୍ତୁ ନାହିଁ । ଯେଉଁ ଠାରେ ବସି ଧନ ଅର୍ଜନ କରୁଛନ୍ତି ଶେଠୀ କେବେ ଭୋଜନ କରନ୍ତୁ ନାହିଁ । ଯଦି ପାରୁଛନ୍ତି ନିଜର ଇଷ୍ଟ ଦେବୀ ବା କୁଳ ଦେବୀଙ୍କର ଫୋଟୋ ରାଖୀ ପୂଜା କରିପାରନ୍ତି ଏହା ଦ୍ଵାରା ବହୁତ ଶୁଭ ହେବ । ସନ୍ଧ୍ଯା ସମୟରେ କାହାକୁ ଦାନ ଦେବା କଥା ନୁହେଁ ଓ ଯଦି କେହି ରାତି ସମୟରେ କେହି ଦୁକାନ ଆଗରେ ରହି ଭିକ୍ଷା ମାଗେ କେବେବି ଟଙ୍କା ବାକ୍ସ ଖୋଲି ଟଙ୍କା ଦେବେ ନାହିଁ । ଦୋକାନରେ ଥିବା ଟଙ୍କା ବାକ୍ସ କେବେ ଖାଲି ରଖିବେ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।