Varsha Priyadarshini ଙ୍କୁ ଫ୍ୟାମିଲି କୋର୍ଟଙ୍କ କଡା ଚେତାବନୀ, ମିଛ ଧରା ପଡିବା ପରେ 5 ହଜାର ଜୋରିମାନା ସହ ରଖିଲେ ଏହିସବୁ ସର୍ତ୍ତ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଡା ଚେତାବନୀ ଦେଲେ ଫ୍ୟାମିଲି କୋର୍ଟ । ବର୍ଷାଙ୍କୁ ତାଗିଦ କରିବା ସହ ୫ ହଜାର ଟଙ୍କା ଜୋରିମାନା ମଧ୍ୟ ପକାଇଲେ । ଏହାସହ ବର୍ଷାଙ୍କ ସହ କିଛି ସର୍ତ୍ତାବଳୀ ମଧ୍ୟ ରଖିଲେ । ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ କରାଯିବା ସହ ଅନୁଭବ ମହାନ୍ତିଙ୍କ ପିଟିସନରେ ସଂଶୋଧନ ପାଇଁ ଅନୁମତି ଦିଆଯିବ । ହେଲେ ଏଥିପାଇଁ ଉଭୟ ବର୍ଷା ଏବଂ ଅନୁଭବ କୋର୍ଟଙ୍କୁ ୫ ହଜାର ଲେଖାଏଁ ଜୋରିମାନା ଦେବେ । ବର୍ଷା ଓ ଅନୁଭବଙ୍କ ଉପରେ ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି ଫ୍ୟାମିଲି କୋର୍ଟ ।

ଖାଲି ସେତିକି ନୁହେଁ ବରଂ ବର୍ଷାଙ୍କ ସହ ଫ୍ୟାମିଲି କୋର୍ଟ ଆଉ କିଛି ସର୍ତ୍ତ ମଧ୍ୟ ରଖିଛି । ସର୍ତ୍ତ ଅନୁସାରେ ଭବିଷ୍ୟତରେ ବର୍ଷା ଫ୍ୟାମିଲି କୋର୍ଟରେ ଦାଖଲ କରିବାକୁ ଥିବା ସତ୍ୟ ପାଠରେ ଯେମିତି କୌଣସି ପ୍ରକାରର ଜାଲିଆତି କରିବେ ନାହିଁ । ଏନେଇ ସେ ଏକ ସତ୍ୟ ପାଠ ଦାଖଲ କରି ଫ୍ୟାମିଲି କୋର୍ଟକୁ ପ୍ରତିଶ୍ରୁତି ଦେବେ । ସେମାନଙ୍କ ବୈବାହିକ ବିଚ୍ଛେଦ ମାମଲା ତ୍ଵରିତ ଲାଗି ସବୁ ପ୍ରକାରର ସହମତି ଦେବେ ବର୍ଷା ପ୍ରିୟଦର୍ଶିନୀ । ଆଉ ଆଗକୁ ଅଯଥାରେ ଶୁଣାଣି ଘୁଞ୍ଚାଇବା ପାଇଁ ପ୍ରାର୍ଥନା କରିବେ ନାହିଁ ।

ହେଲେ ଏହିସବୁ ଶୁଣାଣି ବେଳେ ପ୍ରତିଥର ଭଳି ଅନୁଭବ ମହାନ୍ତି ଉପସ୍ଥିତ ଥିବାବେଳେ ବର୍ଷା ପ୍ରିୟଦର୍ଶିନୀ ଉପସ୍ଥିତ ନଥିଲେ । ଯେଉଁଥି ପାଇଁ କୋର୍ଟ ବର୍ଷାଙ୍କ ଉପରେ ଏକଦମ ରାଗି ଯାଇଥିଲେ । ତେବେ ଦେଖିବାକୁ ଗଲେ କୋର୍ଟଙ୍କ ଏଭଳି ତାଗିଦ ପଛରେ ବର୍ଷାଙ୍କର ବଡ ହାତ ରହିଛି । ବର୍ଷା ଆଗରୁ ଏମିତି କିଛି କାଣ୍ଡ ଭିଆଇଛନ୍ତି ଯେଉଁଥି ପାଇଁ ଫ୍ୟାମିଲି କୋର୍ଟ ବର୍ଷାଙ୍କୁ ତାଗିଦ କରିଛନ୍ତି । ପୂର୍ବରୁ ବର୍ଷା ଅନେକ ଥର କୋର୍ଟଙ୍କୁ ନାଖୁସ କରିଛନ୍ତି ।

ସେ ବାରମ୍ବାର ଶୁଣାଣି ଘୁଞ୍ଚାଇବାକୁ ପ୍ରାର୍ଥନା କରିବା ସହ କୋର୍ଟରେ ମଧ୍ୟ ଅନୁପସ୍ଥିତ ରହୁଥିଲେ । ତାଙ୍କ ଓକିଲଙ୍କ ଜରିଆରେ ହିଁ ସବୁକିଛି କରୁଥିଲେ ବର୍ଷା । ଅନୁଭବଙ୍କୁ ହାରାସ କରିବା ପାଇଁ ଏମିତି ସବୁ କରୁଥିଲେ କି ବର୍ଷା ? ଏହା ଆମେ ନୁହେଁ ବରଂ ଅନୁଭବଙ୍କ ଓକିଲ ନିଜେ କହିଛନ୍ତି । ଫ୍ୟାମିଲି କୋର୍ଟର ତ ଯାହା କହିଲେ ସେପଟେ ହାଇକୋର୍ଟରେ ମଧ୍ୟ ମିଛ ତଥ୍ୟ ଦେଇଥିଲେ ବର୍ଷା । ଯାହା ଜଣାପଡିବା ପରେ ଫ୍ୟାମିଲି କୋର୍ଟ ବର୍ଷାଙ୍କ ବିରୋଧରେ ଏମିତି କିଛି ରାୟ ଶୁଣାଇଛନ୍ତି ।

ଅନୁଭବଙ୍କ ପକ୍ଷରୁ ବୈବାହିକ ବିଚ୍ଛେଦ ପିଟିସନରେ ସଂଶୋଧନ ପାଇଁ ଅଦାଲତଙ୍କୁ ପ୍ରାର୍ଥନା କରାଯାଇଥିଲା । ଯାହାକୁ ବର୍ଷାଙ୍କ ତରଫରୁ ବିରୋଧ ମଧ୍ୟ କରାଯାଇଥିଲା । କିନ୍ତୁ କୋର୍ଟ ଏବେ ଅନୁଭବଙ୍କୁ ଏହି ପିଟିସନରେ ସଂଶୋଧନ ଲାଗି ଅନୁମତି ପ୍ରଦାନ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।