ଅନୁଭବ-ବର୍ଷା ବିବାଦ : Varsha ଙ୍କୁ ଟାର୍ଗେଟ କରି ପୋଷ୍ଟ କରି ଟ୍ରୋଲ ହେଲେ Anubhav ଙ୍କ ଦିଲ୍ଲୀବାଲି ବାନ୍ଧବୀ, ଦେଖନ୍ତୁ କଣ କହିଲେ ୟୁଜର୍ସ

ଆଉ ଲୁଚାଛପା ନୁହେଁ ଏବେ ଖୁଲମଖୁଲା ସାମ୍ନାକୁ ଆସିଲେ ଜାଗ୍ରତି । ଅନୁଭବ ଏବଂ ତାଙ୍କ ଜାଗ୍ରତିଙ୍କୁ ଏବେ ଝଟକା ଲାଗିଛି । ନାଁ ନନେଇ ବର୍ଷାଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ହଟହଟା ହେଲେ ଅନୁଭବଙ୍କ ଡିୟରେଷ୍ଟ ଫ୍ରେଣ୍ଡ ଜାଗ୍ରତି । ପୁଣି ଉଠିଲା ସାଂସଦ ଏବଂ ତାଙ୍କ ବାପାଙ୍କ ଫେକ୍ ସାର୍ଟିଫିକେଟ କଥା । ସୋ-ସି-ଆ-ଲ ମି-ଡି-ଆ-ରେ ସାଂସଦ ଅନୁଭବ ମହାନ୍ତିଙ୍କ ଡିୟରେଷ୍ଟ ଫ୍ରେଣ୍ଡ ଜାଗ୍ରତି ଶୁକ୍ଲାଙ୍କ ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଦୁଇଦିନ ତଳେ ସଂସଦରେ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉସ କାର୍ଡ ବାତିଲ ନେଇ ରିହାତିଦେଶ ଜାରି କରିଥିଲେ ହାଇକୋର୍ଟ । ଏହି ମାମଲାରେ ବର୍ଷାଙ୍କ ସପକ୍ଷରେ ହିଁ ରାୟ ଦିଆଯାଇଛି । ଯାହାଫଳରେ ଅନୁଭବଙ୍କୁ ଝଟକା ଲାଗିଥିଲା । ତେବେ ଅନୁଭବଙ୍କ ପାଇଁ ବାହାରିଛନ୍ତି ତାଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲା । ନାଁ ନନେଇ ବର୍ଷାଙ୍କୁ ଟାର୍ଗେଟ କରିବା ସହ ଫେକ୍ ସାର୍ଟିଫିକେଟ କଥା ଉଠାଇ ହଟହଟା ହୋଇଛନ୍ତି । ଜାଗ୍ରତି ଟ୍ରୋଲ ହୋଇଛନ୍ତି ।

ଲୋକେ ତାଙ୍କୁ ପ୍ରଶ୍ନ କରିଛନ୍ତି କି, “ତୁମେ କିଏ ? ସେ ତାଙ୍କ ଲିଗାଲ ୱାଇଫ ଆଉ ସେ ସମସ୍ତ ସୁବିଧା ପାଇବା ପାଇଁ ହକଦାର ।” ଆଉ କେହି କେହି ସାଂସଦ ଆଉ ତାଙ୍କ ବାପାଙ୍କ ଫେକ୍ ସାର୍ଟିଫିକେଟ କଥା ମଧ୍ୟ ଉଠାଇଛନ୍ତି । ବଡ କଥା ହେଉଛି ଜାଗ୍ରତି କେମିତି ଜାଣିଲେ ଯେ ସାଂସଦଙ୍କ ପତ୍ନୀ ବର୍ଷା ବିଭିନ୍ନ ସାର୍ଟିଫିକେଟରେ ଅଲଗା ନାଁ ଲେଖିଛନ୍ତି ବୋଲି ? ଜାଗ୍ରତି କଣ ବର୍ଷାଙ୍କ ମ୍ୟାରେଜ ସାର୍ଟିଫିକେଟ, ଦଶମ ସାର୍ଟିଫିକେଟ, ପାସପୋର୍ଟ, ପ୍ୟାନକାର୍ଡ, ବ୍ଯାଙ୍କ ଆକାଉଣ୍ଟ ଓ ଆଇଟିଆର ସବୁ ଯାଞ୍ଚ କଲେ ନ ତାଙ୍କୁ କିଏ ଏହା ଦେଖାଇଲେ ?

ବିଭିନ୍ନ ସମୟରେ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଓ ଦିଲ୍ଲୀବାଲିଙ୍କୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚ୍ଚା ଜୋର ଧରୁଛି । କିଛିଦିନ ତଳେ ଦୁଇବର୍ଷ ତଳେ ପ୍ରକାଶିତ ଜାଗ୍ରତି ଶୁକ୍ଲାଙ୍କ ଏକ ବହି ‘ରୁହ’ ପାଇଁ ଅନୁଭବ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯାହାକୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଜୋର୍ଦାର ଟ୍ରୋଲ ମଧ୍ୟ ହୋଇଛନ୍ତି । ଅନୁଭବ ବିଭିନ୍ନ ସମୟରେ ଜାଗ୍ରତିଙ୍କ ସହ ଫଟୋ ଶେୟାର କରିଛନ୍ତି ।

କେତେବେଳେତାଙ୍କୁ ଡିୟରେଷ୍ଟ ଫ୍ରେଣ୍ଡ ବୋଲି କହିଛନ୍ତି ତ ଆଉ କେତେବେଳେ ଜାଗ୍ରତିଙ୍କ ସମ୍ବଲପୁରୀ ଶାଢୀ ଫଟୋକୁ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ । ଦିଲ୍ଲୀରେ ନିଜ ଓକିଲଙ୍କ ସହ ଅନୁଭବ ଓ ଜାଗ୍ରତିଙ୍କ ଫଟୋ ମଧ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ବର୍ଷା ମଧ୍ୟ ନିଜ ପିଟିସନରେ ଅନୁଭବ ଦିଲ୍ଲୀରେ ଜଣେ ମହିଳାଙ୍କ ସହ ରହୁଥିବା କଥା ଉଲ୍ଲେଖ କରିଥିଲେ ।

ତେବେ ଏହି ମାମଲାକୁ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ବିଶେଷ କିଛି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ କି ଦଳକୁ ବିଭିନ୍ନ ସମୟରେ ବଦନାମ କରୁଥିବା ଅନୁଭବଙ୍କ ବିରୋଧରେ ଦଳ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ତା’ ଭିତରେ ଅନୁଭବ ଓ ଜାଗ୍ରତିଙ୍କ ପୋଷ୍ଟ ଚର୍ଚ୍ଚାକୁ ଆହୁରି ବଢାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।