“Sonali ତୁ ଯେତେ ଲୁଚିକି ରହ ତୁ ବାହାରିବୁ ଆଉ ଆମେ…” ଭାଇ Soumya ଙ୍କୁ ହରାଇବା ପରେ ସାମ୍ନାକୁ ଆସି କିଛି ଏମିତି କହିଲେ ତାଙ୍କ ଭାଇ, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ଭୁବନେଶ୍ବର ଯୁବ ବ୍ୟବସାୟୀ ସୌମ୍ଯରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ଆଜି ୧୧ଦିନ ବିତିଯାଇଛି । ଏବେବି ପରିବାର ଲୋକଙ୍କ ଆଖିରୁ ଲୁହ ସରିନି । ପୁଅର ଫଟୋ ସାମ୍ନାରେ ମାଆ ଛାତି ପିଟି ପିଟି କାନ୍ଦୁଛି । ସେପଟେ କିନ୍ତୁ ଏବେ ଯାଏଁ ପ୍ରେମିକା ସୋନାଲି ନନ୍ଦଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ସୌମ୍ଯ ମୃତ୍ୟୁ ପୂର୍ବରୁ ତାଙ୍କ ସୁଇସାଇଡ ନୋଟରେ ତାଙ୍କ ଆତ୍ମହତ୍ୟା ପାଇଁ କେବଳ ପ୍ରେମିକା ସୋନାଲିଙ୍କୁ ହିଁ ଦାୟୀ କରିଛନ୍ତି ।

ସୋନାଲିଙ୍କ ଧୋକା ସହି ନପାରି ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଲେଖିଛନ୍ତି । ଯେପରିକି ସୋନାଲି ସୁଧୁରିବେ ଓ ଏମିତି ଆଉ କେବେ କୌଣସି ପୁଅ ଜୀବନ ସହ ଖେଳିବେନି । ସୋନାଲିଙ୍କ ଉପରେ ସଠିକ ଭାବେ ତଦନ୍ତ ହେଉ ବୋଲି ଲେଖିବା ସହ ସେ ନିଜ ଫୋନ ପାସୱାର୍ଡ ମଧ୍ୟ ଦେଇ ଯାଇଛନ୍ତି । ଇତିମଧ୍ୟରେ ସୌମ୍ୟଙ୍କ ଭଉଣୀ ଏବଂ ତାଙ୍କ ମାଆ ପୁଅ ପାଇଁ ନ୍ୟାୟ ଦାବି କରି ସାରିଥିବା ବେଳେ ବର୍ତ୍ତମାନା ସାମ୍ନାକୁ ଆସିଛନ୍ତି ସୌମ୍ଯଙ୍କ ମାଉସୀ ପୁଅ ଭାଇ ।

ଯିଏ କି ସୋନାଲିଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ଏବଂ ତାଙ୍କ ଭାଇ ସୌମ୍ଯଙ୍କୁ ନ୍ୟାୟ ବୋଲି ଆଶା କରିଛନ୍ତି । ସେ କହିଛନ୍ତି କି ତାଙ୍କ ଭାଇ ସବୁବେଳେ ତାଙ୍କ ଆଗରେ ସୋନାଲିଙ୍କୁ ଭଲ ବୋଲି ପ୍ରେସେଣ୍ଟ କରେ ସେଥିପାଇଁ ସେମାନେ ମଧ୍ୟ ଭାବିଥିଲେ କି ସୋନାଲି ବହୁତ ଭଲ ହୋଇଥିବ । ଯେହେତୁ ତାଙ୍କ ଭାଇ ତାଙ୍କୁ ପସନ୍ଦ କରୁଛି ସେ ନିଶ୍ଚୟ ତାଙ୍କ ଭାଇ ପାଇଁ ଭଲ ପାର୍ଟନର ।

କିନ୍ତୁ ବର୍ତ୍ତମାନ ସୌମ୍ଯ ଓ ସୋନାଲିଙ୍କ ଶେଷ ଅଡିଓ କଲ୍ ଶୁଣିବା ପରେ ସେ ଜାଣିବାକୁ ପାଇଲେ କି ସୋନାଲି ପ୍ରକୃତରେ କେମିତି ଚରିତ୍ରର ଝିଅ । ସୋନାଲିଙ୍କର ଏଭଳି ରୂପ ସେମାନେ ଦେଖି ନଥିଲେ କି ଜାଣି ନଥିଲେ । ସୌମ୍ଯଙ୍କ ଆତ୍ମହତ୍ୟାର ମାତ୍ର ସପ୍ତାହେ ପୂର୍ବରୁ ସୋନାଲି, ସୌମ୍ଯ, ତାଙ୍କ ଭାଇ ଏବଂ ଭଉଣୀ ସମସ୍ତେ ମିଶି ସୌମ୍ୟଙ୍କ କ୍ୟାଫେକୁ ଯାଇଥିଲେ । ସେଠାରେ ବହୁତ ସମୟ ଧରି ଗପସପ କରିବା ସହ ସେମାନେ ଅର୍ଡର କରି ଖାଇଥିଲେ ।

ସୋନାଲି ସେଠି ହ୍ଵାଇଟ ସସ୍ ପାସ୍ତା ଖାଇଥିଲେ ବୋଲି ମନେପକାଇ ପକାଇ କହିଛନ୍ତି ସୌମ୍ଯଙ୍କ ଭାଇ । ସେଠାରେ ସୌମ୍ଯ ଓ ସୋନାଲିଙ୍କ ବାହାଘର କଥା ସେମାନେ ଚର୍ଚ୍ଚା କରିବା ସହ ଭେନ୍ୟୁ ବିଷୟରେ ମଧ୍ୟ କଥା ହୋଇଥିଲେ । ତେଣୁ ସୌମ୍ଯଙ୍କ ଭାଇ କହିଛନ୍ତି କି ଯଦି ସୋନାଲିଙ୍କ ମନରେ ସେମିତି କିଛି ଥିଲା ତେବେ ସେ ସେତେବେଳେ ହିଁ କାହିଁକି ମନାକରିଲେ ନାହିଁ । ତାଙ୍କ ଭାଇ କଣ ଖେଳାଘର ଯେ ବର୍ଷେ ସମ୍ପର୍କରେ ରହିବା ପରେ ସେ ତାଙ୍କୁ ହଠାତ ଧୋକା ଦେବେ ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ସାମାନ୍ଯ ବିଳମ୍ବ ହେଲେ ମଧ୍ୟ ତାଙ୍କ ଭାଇ ସୌମ୍ଯଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ତାଙ୍କର ଆଇନ ଉପରେ ଭରସା ଅଛି । ତାଙ୍କ ଭାଇର ତ ଜୀବନ ଯାଇଛି ସେମାନେ ସୋନାଲିଙ୍କୁ ବି ଭଲରେ ରହିବାକୁ ଦେବେନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।