‘ବାହାଘର 8 ବର୍ଷ ପରେ ବି ସେ ମୋ ସହ…’ Live ଆସି ନିଜ ଦାଂପତ୍ଯ ଜୀବନର ସବୁ ଗୁମର ଖୋଲି କହିଦେଲେ Anibhav Mohanty, କଣ କହିଲେ ଦେଖନ୍ତୁ ଏହି Video

ଷ୍ଟାର ଦମ୍ପତ୍ତି ଅନୁଭବ-ବର୍ଷାଙ୍କ ବିବାଦ ପୁଣି ଥରେ ସମସ୍ତଙ୍କ ଚର୍ଚ୍ଚାର ପାଲଟିଛି । କାରଣ କିଛିଦିନ ହେବେ ଏହି ମାମଲା ଟିକେ ଥଣ୍ଡା ପଡି ଯାଇଥିବା ବେଳେ ଏବେ ସାମ୍ନାକୁ ଆସିଛନ୍ତି ଅନୁଭବ । ପତ୍ନୀ ବର୍ଷାଙ୍କୁ ସମସ୍ତେ ସମର୍ଥନ କରୁଥିବା ବେଳେ ଜଣେ ପୁରୁଷର ବେଦନାକୁ କେହିବି ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରୁନାହାନ୍ତି ବୋଲି ସେ କହିଛନ୍ତି । ସେ ଜାରି କରିଥିବା ପ୍ରଥମ ଭିଡିଓରେ ଜୀବନରେ ଭଲ ପାଇ ଭୁଲ କରିଛନ୍ତି ବୋଲି କହିବା ସହ ବର୍ଷାଙ୍କୁ ନେଇ ଅନେକ କଥା କହିଥିଲେ ।

କିନ୍ତୁ ଦ୍ଵିତୀୟ ଭିଡିଓରେ ତାଙ୍କ ବ୍ୟକ୍ତିଗତ ଜୀବନ ଖୋଲିକରି କହିବା ପରେ ଏବେ ଚର୍ଚ୍ଚା ଆହୁରି ବୃଦ୍ଧି ପାଇଛି । ଅନୁଭବ ସାମ୍ନାକୁ ଆଣିଛନ୍ତି ନିଜ ଦାମ୍ପତ୍ୟ ଜୀବନର ଏକ ଚାଞ୍ଚଲ୍ୟକର ତଥ୍ୟ । ଅନୁଭବ ପ୍ରଥମେ ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଥିବା ବେଳେ ତାଙ୍କ ଆବେଦନକୁ କୋର୍ଟ ଏ ପର୍ଯ୍ୟନ୍ତ ସ୍ଵୀକାର କରି ନାହାନ୍ତି । ସମସ୍ତେ ଏଥିପାଇଁ ଅନୁଭବଙ୍କୁ ଦୋଷୀ କରୁଥିବା ବେଳେ ପ୍ରାୟ ଦୁଇ ବର୍ଷ ପରେ ଅନୁଭବ କହିଛନ୍ତି ବର୍ଷାଙ୍କୁ ଛାଡପତ୍ର ଦେବାର ପ୍ରକୃତ କାରଣ ।

ଅନୁଭବ ଓ ବର୍ଷା ଫିଲ୍ମ କରିବା ସମୟରେ ପରସ୍ପରକୁ ଭଲ ପାଇଥିଲେ । ୨୦୦୮ରୁ ୨୦୧୪ ଯାଏଁ ପ୍ରାୟ ୬ ବର୍ଷ ଧରି ସେମାନେ ପ୍ରେମ ସମ୍ପର୍କରେ ରହିବା ପରେ ଉଭୟ ବିବାହ କରିଥିଲେ । ବର୍ଷାଙ୍କ ପାଇଁ ପ୍ରଥମେ ଅନୁଭବଙ୍କ ପରିବାର ରାଜି ନଥିବା ମଧ୍ୟ ସେ କହିଛନ୍ତି । ହେଲେ ମଧ୍ୟ ଅନୁଭବ ଯେହେତୁ ବର୍ଷାଙ୍କୁ ଖୁବ ଭଲ ପାଉଥିଲେ ତେଣୁ ଘରଲୋକଙ୍କୁ ମନେଇ ବର୍ଷାଙ୍କୁ ପତ୍ନୀର ମାନ୍ୟତା ଦେଇଥିଲେ ।

କିନ୍ତୁ ବାହାଘର ପରେ ବର୍ଷା କହିଥିଲେ କି, ଅନୁଭବଙ୍କୁଙ୍କୁ ସ୍ବାମୀର ଅଧିକାର ଦେବା ପାଇଁ କିଛି ତାଙ୍କୁ କିଛି ସମୟ ଦରକାର । କାରଣ ସେ ଏବେ ମାନସିକ ଏବଂ ଶାରୀରିକ ଭାବେ ପ୍ରସ୍ତୁତ ନାହାନ୍ତି । ବର୍ଷାଙ୍କ ଏପରି କଥାକୁ ସମ୍ମାନ ଦେଇ ଅନୁଭବ ସହମତି ପ୍ରକାଶ କରିଥିଲେ । କିନ୍ତୁ ବର୍ଷା ଅଧିକ ଦିନ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରାଇବେ ନାହିଁ ବୋଲି ସେ ଭାବିଥିଲେ ।

କିନ୍ତୁ ବିବାହକୁ ୮ ବର୍ଷ ପୂରଣ ହୋଇ ଯାଇଥିଲେ ମଧ୍ୟ ବର୍ଷା ଅନୁଭବଙ୍କୁ ସ୍ବାମୀର ମାନ୍ୟତା ଦେଲେ ନାହିଁ । ଆଉ ଟିକେ ସ୍ପଷ୍ଟ ଭାବେ କହିବାକୁ ଗଲେ ଅନୁଭବ କହିଛନ୍ତି କି, ବର୍ଷାଙ୍କୁ ବିବାହ କରିବା ପରେ ତାଙ୍କ ମଧ୍ୟରେ ସ୍ଵାମୀ ସ୍ତ୍ରୀର କୌଣସି ସମ୍ବନ୍ଧ ନାହିଁ । ଏଥିପାଇଁ ସେ ଅନେକ କଷ୍ଟ ପାଇଥିଲେ ମଧ୍ୟ ତାଙ୍କୁ ବର୍ଷା ତାଙ୍କ ନିକଟତର ହେବାକୁ କେବେବି ଚାହିଁ ନାହାନ୍ତି । ଯାହା ଅତ୍ୟନ୍ତ ବ୍ୟଥିତ କଣ୍ଠରେ ସମସ୍ତଙ୍କୁ ଜଣାଇଛନ୍ତି ଅନୁଭବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।