Varsha ଙ୍କ ନାଁ’ରେ ଫର୍ଜରୀ ଆରୋପ ଲଗାଇବା ପରେ କ୍ୟାମେରା ସାମ୍ନାକୁ ଡାକିଲେ Anubhav ! କଣ କହିଲେ ଦେଖନ୍ତୁ ଏହି Video

ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ମାମଲା ଥମିବା ପରିବର୍ତ୍ତେ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ନିଜ ପତ୍ନୀଙ୍କ ନାଁ’ରେ ଫର୍ଜରୀ ଅଭିଯୋଗ ଆଣିଛନ୍ତି । ଅନୁଭବଙ୍କ ଅଭିଯୋଗ କ୍ରମେ ଲୋକସଭା ସଚିବାଳୟ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉସ ବା ପତ୍ନୀ ପରିଚୟ ପତ୍ରକୁ ବାତିଲ କରି ଦେଇଛନ୍ତି । ଏହାସହ ତୁରନ୍ତ ଏହି ପତ୍ନୀ ପରିଚୟ ପତ୍ରକୁ ଫେରାଇ ଦେବା ପାଇଁ ଲୋକସଭା ସଚିବାଳୟ ପକ୍ଷରୁ ତାଙ୍କୁ ଚିଠି ମଧ୍ୟ ଲେଖାଯାଇଛି ।

ଅନୁଭବ ଲୋକସଭା ସଚିବାଳୟକୁ ନିଜେ ଲେଖିଥିବା ଚିଠିରେ ସାଂଘାତିକ ଅଭିଯୋଗ ଆଣିଥିଲେ । ବର୍ଷା ପାସପୋର୍ଟ ଏବଂ ପ୍ୟାନକାର୍ଡ ଭଳି ସରକାରୀ ଡକ୍ୟୁମେଣ୍ଟ ହାସଲ କରିବା ପାଇଁ ସ୍ପାଉସ କାର୍ଡର ଅନୈତିକ ଫାଇଦା ନେଉଛନ୍ତି ବୋଲି ଅନୁଭବ ଆରୋପ ଲଗାଇଥିଲେ । ଏସବୁ ହାସଲ କରିବା ପାଇଁ ବର୍ଷା ଜାଲ୍ ଏବଂ ଭୁଲ୍ ସୂଚନା ଦେଇଛନ୍ତି ଯାହା ଆଦୌ ଶୋଭନୀୟ ନୁହେଁ ବୋଲି ସାଂସଦ ଅନୁଭବ ନିଜେ କହିଛନ୍ତି । ଏହି ମାମଲାର ଏବେ ଅନୁସନ୍ଧାନ ଜାରି ରହିଛି । ତ

ଦନ୍ତର ଫଳାଫଳ ଆସିବା ପରେ ଅନୁଭବ ନିଜେ ଲୋକସଭା ସଚିବାଳୟକୁ ଏହା ଅବଗତ କରାଇବେ ବୋଲି କହିଛନ୍ତି । ବର୍ଷାଙ୍କୁ ଦିଆ ଯାଇଥିବା ସ୍ଵାଧିକାର ଅଧିକାର ତଥା ସ୍ପାଉସ ପରିଚୟ ପତ୍ର ତୁରନ୍ତ ହଟାଇ ଦେବାକୁ ଅନୁଭବଙ୍କ ଚିଠି ଭିନ୍ନ ଏକ ବିତର୍କ ସୃଷ୍ଟି କରିଛି । ଜଣେ ସାଂସଦ ହିସାବରେ ଏନେଇ ତାଙ୍କର ସ୍ଵାଧିକାର ରହିଛି କି ନାହିଁ ଏହାକୁ ନେଇ ମଧ୍ୟ ଲୋକେ ଚର୍ଚ୍ଚା କରୁଛନ୍ତି ।

ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ପ୍ରିୟଦର୍ଶିନୀ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ତେବେ ଏପରି ସ୍ଥଳେ ଅନୁଭବ ନିଜେ ବର୍ଷାଙ୍କୁ ସାମ୍ନାକୁ ଆସି ସତ କହିବା ପାଇଁ ଆହ୍ଵାନ ଦେଇଛନ୍ତି । ଅନୁଭବ କହିଛନ୍ତି ଜଣେ ସାଂସଦ ଏବଂ ଦାୟିତ୍ଵବାନ ନାଗରିକ ହିସାବରେ ସେ ତାଙ୍କର କର୍ତ୍ତବ୍ୟ କରିଛନ୍ତି । କାରଣ ନିଜ ପରିଚୟକୁ ନେଇ ଏଭଳି ଫର୍ଜରୀ କରିବା ଦେଶର କୌଣସି ନାଗରିକଙ୍କ ପାଇଁ ମଧ୍ୟ ଶୋଭନୀୟ ନୁହେଁ । ଏହା ନିହାତି ଭାବେ ଏକ ବଡ ଚିନ୍ତାର ବିଷୟ ।

ତେଣୁ ବର୍ଷା ସାମ୍ନାକୁ ଆସି ଏହା ସତ କି ମିଛ କୁହନ୍ତୁ ବୋଲି ଅନୁଭବ ଆଗ୍ରହ କରୁଛନ୍ତି । ବର୍ଷା କିନ୍ତୁ ଏପର୍ଯ୍ୟନ୍ତ ଏ ମାମଲାରେ ଚୁପ୍ ରହିଛନ୍ତି । ତେବେ ଅନୁଭବଙ୍କ ଏପରି ପଦକ୍ଷେପକୁ ନେଇ ଆପଣଙ୍କ ମତ କ’ଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।