PM Narendra Modi- ଏହି ଦିନରୁ ଆରମ୍ଭ ହେବ 15 ରୁ 18 ବର୍ଷର ପିଲାମାନଙ୍କ ଟୀକାକରଣ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସିଂହ ମୋଦୀ ଆଜି ସକାଳୁ ସକାଳୁ ଦେଶବାସୀଙ୍କୁ ସମ୍ବୋଧନ ଦେଇଛନ୍ତି । ଏହି ସମ୍ବୋଧନରେ ସେ ଟୀକାକରଣକୁ ନେଇ ବହୁତ ମହତ୍ଵପୂର୍ଣ ସୂଚନା ଦେଇଛନ୍ତି । ପିଏମ ମୋଦୀ ନିଜର ସମ୍ବୋଧନରେ କହିଲେ କି ୧୫ ବର୍ଷ ଠାରୁ ନେଇ ୧୮ ବର୍ଷ ବୟସରେ ଯେଉଁ ପିଲାମାନେ ଅଛନ୍ତି ବର୍ତ୍ତମାନ ସେମାନଙ୍କୁ ଟୀକା ଦିଆଯିବ । ବର୍ତ୍ତମାନ ଦେଶରେ ଏହି ଆୟୁର ପିଲାମାନଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ । ଜାନୁଆରୀ ୩ ୨୦୨୨ରୁ ସୋମବାର ଠାରୁ ଏହି ଟିକକାରଣ ଆରମ୍ଭ ହେବ ।

ଏହି ନିଷ୍ପତି କରୋନା ବିରୁଦ୍ଧରେ ଚାଲୁଥିବା ଯୁଧ୍ୟରେ ଦେଶକୁ ମଜବୁତ କରିବା ସହିତ ସ୍କୁଲ ଓ କଲେଜକୁ ଯାଉଥିବା ପିଲାମାନଙ୍କୁ ଓ ତାଙ୍କର ମାତା ପିତାଙ୍କ ଚିନ୍ତାକୁ କମ କରିବ । ଦେଶରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ, ପୋଲିସ ଅଧିକାରୀ ଓ ଫ୍ରନ୍ଟଲାଇନ ଅଧିକାରୀ ଅଛନ୍ତି ଏହି ଯୁଧ୍ୟରେ ସେମାନଙ୍କର ବହୁତ ବଡ ଯୋଗଦାନ ଅଛି ।

ସେମାନେ ଆଜି ବି କରୋନା ରୋଗୀଙ୍କ ସେବାରେ ନିଜର ବହୁତ ସମୟ ବିତାଉଛନ୍ତି । ସେଥିପାଇଁ ସୁରକ୍ଷା ଦୃଷ୍ଟିରେ ସରକାର ନିଷ୍ପତି ନେଇଛନ୍ତି କି ମେଡିକାଲ କର୍ମଚାରୀ ଓ ଫ୍ରନ୍ଟ ଲାଇନ ଲୋକମାନଙ୍କୁ ଭ୍ୟାକସିନର ପିକସନ ଡୋଜ ବି ଦିଆଯିବ । ୧୦ ଜାନୁଆରୀ ୨୦୨୨ରୁ ଏହାର ଆରମ୍ଭ କରାଯିବ ।

କରୋନା ଭ୍ୟାକସିନ ମଧ୍ୟରେ ଏହା ବି ଜଣା ପଡିଛି କି ଯେଉଁମାନେ ବୟସ୍କ ଅଛନ୍ତି ଓ ପୂର୍ବରୁ ହିଁ କୌଣସି ନା କୌଣସି ରୋଗରେ ପୀଡିତ ଅଛନ୍ତି ସେମାନଙ୍କୁ ପିକସନ ନେବା ଜରୁରୀ ଅଟେ । ଏହାକୁ ଧ୍ୟାନରେ ରଖି ୬୦ ବର୍ଷରୁ ଉର୍ଦ୍ଧ ବୟସ୍କ କିଛି ଲୋକମାନଙ୍କୁ ସେମାନଙ୍କର ଡାକ୍ତରଙ୍କ ପରାମର୍ଶ କ୍ରମେ ଭ୍ୟାକସିନର ପିକସନ ଡୋଜ ତାଙ୍କ ପାଇଁ ଉପଲବ୍ଧ ହେବ ।

ଏହା ବି ୧୦ ଜାନୁଆରୀରୁ ଆରମ୍ଭ ହେବ । ପିଏମ ମୋଦୀ ଆଗକୁ କହିଲେ କି ଅନ୍ଧ ବିଶ୍ଵାସ, ଡର, ମିଥ୍ୟା କଥା, ମନରେ ଭୟ ଆଣିବା ପାଇଁ ଯେଉଁ ପ୍ରୟାସ କରାଯାଉଛି ଏହି ସବୁ ଠାରୁ ଦୂରେଇ ରୁହନ୍ତୁ । ଆମେ ସମସ୍ତେ ମିଶି ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ସବୁଠୁ ବଡ ଭ୍ୟାକସିନେସନ କାର୍ଯ୍ୟକ୍ରମ ଚଳାଇଛୁ । ଆସନ୍ତା ସମୟରେ ଆମକୁ ଏହାକୁ ଆହୁରି ଅଧିକ ଜୋରଦାର ରୂପରେ କରିବାର ଅଛି ।

ଆମ ସମସ୍ତଙ୍କର ପ୍ରୟାସ ହିଁ କରୋନା ବିରୁଦ୍ଧରେ ଦେଶକୁ ଏହି ଯୁଧ୍ୟରେ ଦେଶକୁ ମଜବୁତ କରିବ । କହିଦେଉଛୁ କି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୬୧ ପ୍ରତିଶତରୁ ବି ଅଧିକ ଲୋକମାନଙ୍କୁ ଭ୍ୟାକସିନର ଡବଲ ଡୋଜ ଦିଆସରିଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୧ କୋଟି ଡୋଜ ଦିଆସରିଛି । କିନ୍ତୁ ବର୍ତ୍ତମାନ ବି କରୋନା ଯାଇ ନାହିଁ ସେଥିପାଇଁ ସତର୍କ ରୁହନ୍ତୁ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଓମିକ୍ରନ ସଂକ୍ରମଣକୁ ନେଇ ବି ସୂଚନା ଦେଲେ । ଯେମିତି ସମସ୍ତେ ମାସ୍କ ନିଶ୍ଚିତ ରୂପରେ ବ୍ୟବହାର କରନ୍ତୁ ଓ କରୋନା ଗାଇଡଲାଇନ ମାନି ଚାଳନ୍ତୁ ।