ୟୁପିଆଇ ୟୁଜର୍ସ ମାନଙ୍କ ପାଇଁ ଏକ ବଡ ଖରାପ ଆସିଛି । ଶୁଣିବାକୁ ମିଳୁଛି କି ଏଥର ୟୁପିଆଇ ଅର୍ଥାତ ଡିଜିଟାଲ ପେମେଣ୍ଟରେ ଟଙ୍କା ଟ୍ରାନ୍ସଫର କରିବା ମହଙ୍ଗା ହେବ । କୌଣସି ଜିନିଷ କିଣିବା ପରେ ଯଦି ଆପଣ ୟୁପିଆଇ ପେମେଣ୍ଟ କରୁଛନ୍ତି ତେବେ ଉପଭୋକ୍ତାଙ୍କୁ ତାହାର ଚାର୍ଜ ଦେବାକୁ ପଡିବ । ଭାରତୀୟ ରିଜର୍ଭ ବ୍ଯାଙ୍କ ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲଗାଇବା ନେଇ ଚିନ୍ତା କରୁଥିବା ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଦିଗରେ ଆରବିଆଇ ନୂଆ ନିୟମ ଆଣିପାରେ ।

ଏନେଇ ଜନ ସାଧାରଣଙ୍କ ମତାମତ ଆରସିଆଇ ଆହ୍ଵାନ କରିଛି । ଆସନ୍ତା ଅକ୍ଟୋବର ୩ ତାରିଖ ସୁଦ୍ଧା ଜନ ସାଧାରଣ ଏନେଇ ମତାମତ ଦେଇପାରିବେ । IMPS, NEFT, RTGS, UPI ଭଳି ବିଭିନ୍ନ ପେମେଣ୍ଟ ସିଷ୍ଟମରେ ଲାଗୁ ହେବାକୁ ଥିବା ଚାର୍ଜରେ କିଭଳି ସ୍ବଚ୍ଛତା ଅନାଯିବ ସେନେଇ ଆରବିଆଇ ମତାମତ ମାଗିଛି ।
ସେହିଭଳି ଆରବିଆଇ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ପ୍ରିପେଡ ପେମେଣ୍ଟ ଉପରେ ମଧ୍ୟ ଚାର୍ଜ ଲଗାଇବା ନେଇ ମଧ୍ୟ ଜନସାଧାରଣଙ୍କ ଫିଡବ୍ୟାକ ମାଗିଛି । ୟୁପିଆଇ ପେମେଣ୍ଟ ସିଷ୍ଟମରେ ଉପଭୋକ୍ତା ଗୋଟିଏ ଚୁଟକିରେ ଟଙ୍କା ଟ୍ରାନ୍ସଫର କରି ପାରୁଛନ୍ତି । ଏଥିପାଇଁ ଉପଭୋକ୍ତାଙ୍କୁ କୌଣସି ଦେୟ ଦେବାକୁ ପଡୁନାହିଁ । ବର୍ତ୍ତମାନ ସବୁଠୁ ଅଧିକ ଡିଜିଟାଲ ପେମେଣ୍ଟ କରୁଥିବା ଦେଶ ତାଲିକାରେ ଭାରତ ସାମିଲ ହୋଇଯାଇଛି ।

ଲୋକମାନେ ୟୁପିଆଇ ପେମେଣ୍ଟକୁ ନେଇ ଅଭ୍ଯାସରେ ପଡିଗଲେଣି । ଛୋଟ ବଡ ସବୁ କିଣାକିଣି ଉପରେ ଲୋକେ ୟୁପିଆଇ ପେମେଣ୍ଟ କରୁଛନ୍ତି । ଆଉ ଏବେ ଏହା ଉପରେ ଚାର୍ଜ ଲାଗିବା ଶୁଣିବା ପରେ ଅନେକ ଲୋକ ଏହାକୁ ଗ୍ରହଣ କରି ପାରୁନାହାନ୍ତି । ୟୁପିଆଇ ପୂର୍ବରୁ ଲୋକେ କ୍ୟାଶ କିମ୍ବା ଚେକ୍ ରେ ଟ୍ରାନ୍ସାକ୍ସନ କରୁଥିଲେ । ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ମଧ୍ୟ କିଛି ମାତ୍ରାରେ ଟ୍ରାନ୍ସାକ୍ସନ ହେଉଥିଲା । କିନ୍ତୁ ୟୁପିଆଇ ସିଷ୍ଟମ ଆସିବା ପରେ ଏହା ସାରା ବିଶ୍ଵର ସବୁଠୁ ଲୋକପ୍ରିୟ ପେମେଣ୍ଟ ସିଷ୍ଟମ ହୋଇଯାଇଛି ।
ତେବେ ଏହାରି ଉପରେ ସରକାର ଏବେ ଚାର୍ଜ ଲଗାଇବାକୁ ଚିନ୍ତା କରୁଥିବା ବେଳେ ଏନେଇ ସାଧାରଣ ଲୋକଙ୍କ ଚିନ୍ତା ବଢିଯାଇଛି । ତେବେ ଦେଖାଯାଉ ଏନେଇ ଆରବିଆଇ ଜନସାଧାରଣଙ୍କ ମତାମତ ନେବା ପରେ କଣ ନିଷ୍ପତ୍ତି ନେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।