ଉପର ମୁଣ୍ଡ ରେ ଲଗାଣ ବର୍ଷା କାରଣରୁ ହୀରାକୁଦ ରେ ବଢିଲା ଜଳ ସ୍ତର । ହୀରାକୁଦ ଖୋଲିଲା 22ଟି ଗେଟ ।

ନମସ୍କାର ବନ୍ଧୁଗଣ । ଗତ 5 ରୁ 6 ଦିନ ହେବ ରାଜ୍ୟ ର ବିଭିନ୍ନ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିଛି । ଯାହା ଫଳରେ ଲୋକ ମାନେ ନାହିଁ ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି । ଲଗାଣ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀ ରେ ଜଳ ସ୍ତର ବଢିବାରେ ଲାଗିଛି । ବିଶେଷ କରି ହୀରାକୁଦ ରେ ଜଳ ସ୍ତର ଏତେ ମାତ୍ର ରେ ବଢି ଯାଇଛି ଯାହା ପାଇଁ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରା ଯାଉଛି ।

ସୂଚନା ଅନୁଯାୟୀ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ରେ ଜଳ ସ୍ତର ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଫଳରେ ହୀରାକୁଦ 22ଟି ଗେଟ ଜଳ ନିଷ୍କାସନ ପାଇଁ ଖୋଲି ସାରିଛି । ବର୍ତ୍ତମାନ ହୀରାକୁଦ ର ଜଳ ଭଣ୍ଡାର ର ଜଳ ସ୍ତର ରହିଛି 627.91 ଫୁଟ । ପ୍ରତି ସେକେଣ୍ଡ ରେ ଜଳ ଭଣ୍ଡାର କୁ 4 ଲକ୍ଷ 2 ହଜାର 326 କ୍ୟୁ ସେକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାର ରୁ 3 ଲକ୍ଷ 89 ହଜାର 621 କ୍ୟୁ ସେକ ପାଣି ନିଷ୍କାସିତ ହେଉଛି ।

ଆଗକୁ ଯଦି ଏମିତି ବର୍ଷା ଉପର ମୁଣ୍ଡ ରେ ଲାଗିକି ରୁହେ ତେବେ ନିଶ୍ଚିନ୍ତ ଭାବେ ହୀରାକୁଦ ର ଜଳ ଭଣ୍ଡାର ବଢିବାରେ ଲାଗିଛି । ଛତିଶଗଡ ରୁ ହୀରାକୁଦ କୁ ପାଣି ଆସିବାକୁ ମାତ୍ର 6ରୁ 7 ଘନତା ସମୟ ଲାଗିଥାଏ । ତେବେ ନିଶ୍ଚିନ୍ତ ଭେବ ଆଗକୁ ଜଳ ସ୍ତର ବଢିଲେ ହୀରାକୁଦ ଆହୁରି ଗେଟ ଖୋଳିପାରେ । ସମ୍ବଲପୁର ଅଞ୍ଚଳ ତଳିଆ ସ୍ଥାନ ରେ ବିଶେଷ ଭାବେ ପ୍ରଭାବ ପଡି ନାହିଁ ।

ଯଦି ଉପର ମୁଣ୍ଡରେ ବର୍ଷା ଜାରି ରହିଥିବା ତେବେ ଅଧିକ ଗେଟ ଖୋଲିବାର ସମ୍ଭାବନା ରହିଛି । ଯାହା ଫଳରେ ତଳିଆ ଅଞ୍ଚଳର ଲୋକ ମାନେ ପ୍ରଭାବିତ ହୋଇ ପାରନ୍ତି । ବର୍ତ୍ତମାନ ସମ୍ବଲପୁର ରେ ବର୍ଷା ନାହିଁ । ତଥାପି ହୀରାକୁଦ ରେ ଉପର ମୁଣ୍ଡ ରୁ ବର୍ଷା କାରଣରୁ ଜଳ ସ୍ତର ବଢିବାରେ ଲାଗିଛି । ଯାହା ଫଳରେ ତଳିଆ ଅଞ୍ଚଳର ଲୋକ ମାନେ ଅଧିକ ପ୍ରଭାବିତ ହୋଇ ପାରନ୍ତି ବୋଲି ଆଶଙ୍କା କରା ଯାଉଛି ।

ଯଦି ହୀରାକୁଦ ତାର ଅଧିକ ଗେଟ ଖୋଲେ ତେବେ ମହାନଦୀ ଓ ମୁଣ୍ଡଳି ରେ ପାଣି ଉବୁଡୁବୁ ହେବ । ଯାହା ଫଳରେ ତଳିଆ ଅଞ୍ଚଳର ଲୋକ ମାନେ ବନ୍ୟା ପାଣି ର ଶିକାର ହେବେ । ତେବେ ଆଗକୁ ଏଭଳି ସ୍ଥିତି ରହିଲେ ହୀରାକୁଦ ଯଦି ଅଧିକ ଗେଟ ଖୋଲି ଦିଏ ତେବେ ସ୍ଥିତି ଅସମ୍ଭାଳ ହୋଇଯିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।