ସୋ-ସି-ଆ-ଲ ମି-ଡି-ଆ-ରେ ଏବେ ଲୋକେ ମଜାରେ କହୁଛନ୍ତି କି ସାଇକେଲକୁ ଦଳି ବୁଲଡୋଜର ବିଧାନସଭା ପହଞ୍ଚିଗଲା । ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏଥର ୟୁପି ନିର୍ବାଚନର ଅସଲ ହିରୋ ହେଉଛି ବୁଲଡୋଜର । ନିର୍ବାଚନ ମାହୋଲ ସରଗରମ ହେବା ସାଙ୍ଗକୁ ବୁଲଡୋଜର ମଧ୍ୟ ଧୀରେ ଧୀରେ ରଙ୍ଗ ଦେଖାଇବାକୁ ଲାଗିଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୁଲଡୋଜର ବାବା ବୋଲି କୁହାଗଲା ।
ଏକ ନିର୍ବାଚନ ରାଲି ସମୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଯୋଗୀ ଆଦିତ୍ୟନାଥଙ୍କୁ ବୁଲଡୋଜର ବାବା କହି କଟାକ୍ଷ କରିଥିଲେ । ବାସ୍ ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜର ସବୁ ରାଲିରେ ବୁଲଡୋଜରର ନାମ ନନେଇ ରହିପାରିଲେ ନାହିଁ । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ସେ ହେଲିକପ୍ଟରରେ ବସି କାହାକୁ ତଳକୁ ଦେଖାଇ କହୁଥିଲେ, ଦେଖା ମୋ ସଭାରେ ବୁଲଡୋଜର ବି ଠିଆ ହୋଇଛି ।
ଏଥର ୟୁପି ନିର୍ବାଚନରେ ବୁଲଡୋଜର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନ୍ଯତମ ପରିଚୟ ବନି ଯାଇଥିଲା । ଯୋଗୀଙ୍କ ସବୁ ରାଲିରେ ବୁଲଡୋଜରଙ୍କ ଭିଡ ଦେଖିବାକୁ ମିଳିଲା । କେବଳ ଏତିକି ନୁହେଁ ବରଂ କିଛି ବୁଲ୍ଡ଼ୋଜରରେ “ବାବା କା ବୁଲଡୋଜର” ଲେଖା ଯାଇଥିବା ବ୍ୟାନର ମଧ୍ୟ ଦେଖିବାକୁ ମିଳିଥିଲା । ଯେମିତି ନିର୍ବାଚନ ଫଳାଫଳ ବାହାରିଲା ଓ ୟୁପିରେ ପୁଣି ଥରେ ବିଜେପି ଜିତିଲା, ତୁରନ୍ତ କିଛି ଲୋକ “ବୁଲଡୋଜର ରିଟର୍ଣ୍ଣସ୍” ଲେଖା ହୋଇଥିବା ବ୍ୟାନର ଧରି ବିଜୟ ଉତ୍ସବ ପାଳନ କରିବାକୁ ଲାଗିଲେ ।
ପୂର୍ବରୁ ଅନେକ ମାଫିଆ ମାନଙ୍କ ଠିକଣାରେ ଯୋଗୀ ସରକାର ବୁଲଡୋଜର ଚଳାଇଥିଲେ । ଯୋଗୀ ତାଙ୍କର ଅନେକ ନିର୍ବାଚନ ରାଲିରେ କହିଥିଲେ କି ୧୦ ମାର୍ଚ୍ଚ ପରେ ପୁଣି ଥରେ ବୁଲଡୋଜର ଚାଲିବ । ସେ ଆହୁରି ମଧ୍ୟ କହିଥିଲେ କି ଆମ ପାଖରେ ଏକ ବୁଲଡୋଜର ଅଛି ଯାହାର ନିର୍ମାଣ ଆମେ ଏକ୍ସପ୍ରେସ ୱେ ଓ ରାଜମାର୍ଗ ନିର୍ମାଣରେ କରୁଛି । ଏହାସହିତ ମାଫିଆଙ୍କୁ ଦଳିବା ପାଇଁ ବି ଏହି ମେସିନର ଉପଯୋଗ କରୁଛୁ । ଏହିସବୁ ଘଟଣା ପରେ ବିଜେପି କର୍ମୀମାନେ ସତସତିକା ବୁଲଡୋଜର ଧରି ରାଲିରେ ସାମିଲ ହୋଇ ଯାଇଥିଲେ ।
“ୟୁପି କି ମଜବୁରି ହୈ, ବୁଲଡୋଜର ବହତ ଜରୁରୀ ହୈ” ପରି ନାରାବାଜି ମଧ୍ୟ କରୁଥିଲେ ବିଜେପି କର୍ମକର୍ତ୍ତା ମାନେ । ନିର୍ବାଚନ ଫଳାଫଳ ଆସିବା ପରେ ଉତ୍ତରପ୍ରଦେଶରେ ପୁଣି ଥରେ ବିଜେପି ସରକାର ଗଢିବାକୁ ଯାଉଥିବା ସ୍ପଷ୍ଟ ହୋଇ ସାରିଛି । ଐତିହାସିକ ବିଜୟ ସହ ଯୋଗୀ ଆଦିତ୍ୟନାଥ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଉ ଏହି ବିଜୟ ପାଇଁ ବିଜେପି ନେତା ଓ କର୍ମୀମାନେ ବୁଲଡୋଜରକୁ ଶ୍ରେୟ ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।