ପ୍ରତ୍ଯେକ ବ୍ୟକ୍ତି ଚାହେଁ ଯେ ତାଙ୍କ ଜୀବନ ସବୁବେଳେ ଖୁସିରେ ଭରପୁର ରହୁ ଓ କେବେବି ଦୁଃଖ ନଆସୁ । କିନ୍ତୁ ଯଦିକୌଣସି କଷ୍ଟ ଆସିଲେ ବ୍ୟକ୍ତି ବିଚଳିତ ହୋଇ ଯାଇଥାଏ ଓ ମୋ ସହ ଏପରି କାହିଁକି ଘଟୁଛି ବୋଲି ଚିନ୍ତା କରିଥାଏ । ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ କିଛି ଏପରି ନିୟମ ବିଷୟରେ କୁହାଯାଇଛି ଯାହା ପାଳନ କରିବା ଦ୍ଵାରା ଆମ ଜୀବନ ସୁଖଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଯାଏ । ସେଥିମଧ୍ୟରୁ ଗୋଟି ନିୟମ କୁହେ ଯେ କିଛି କର୍ମ ଆମେ ଉଲଗ୍ନ ଅବସ୍ଥାରେ କରିବା ଅନୁଚିତ ।
ଉଲଗ୍ନ ଅବସ୍ଥାରେ ସେହି ସବୁ କର୍ମ ଦ୍ଵାରା ଏହାର କୁପ୍ରଭାବ ଆମ ଜୀବନରେ ପଡିଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଆପଣଙ୍କୁ ଉଲଗ୍ନ ଅବସ୍ଥାରେ କରିବା ଉଚିତ ନୁହେଁ । ପ୍ରଥମ ନିୟମଟି ହେଉଛି କେବେବି ଉଲଗ୍ନ ହୋଇ ସ୍ନାନ କରନ୍ତୁ ନାହିଁ । ବିଷ୍ଣୁପୁରାଣରେ ଲିଖିତ ନିୟମ ଅନୁସାରେ ଆପଣ କେବେ ମଧ୍ୟ ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ । କାରଣ ଏପରି କରିବା ଜଳ ଦେବତାଙ୍କ ଅପମାନ କରିବା ସହ ସମାନ ବୋଲି କୁହା ଯାଇଅଛି ।
ଜଳ ଦେବତାଙ୍କୁ ଅପମାନ କରିବା ହେତୁ ଆମ ଜୀବନରେ ଅନେକ ସମସ୍ଯା ଦେଖା ଦେଇଥାଏ । ଏଥିପାଇଁ କେବେବି ବିନା ବସ୍ତ୍ରରେ ସ୍ନାନ କରନ୍ତୁ ନାହିଁ । ସ୍ନାନ କରିବା ସମୟରେ ଅତି କମ୍ ରେ ଗୋଟିଏ ବସ୍ତ୍ର ଦେହରେ ପରିଧାନ କରି ସ୍ନାନ କରନ୍ତୁ ।
ଦ୍ଵିତୀୟ ନିୟମଟି ହେଉଛି ଉଲଗ୍ନ ହୋଇ ଶୋଇବା ଉଚିତ ନୁହେଁ । ଅନେକ ଲୋକ ଶୋଇବା ସମୟରେ କୌଣସିବ ବସ୍ତ୍ର ନପିନ୍ଧି ଉଲଗ୍ନ ହୋଇ ଶୋଇବାକୁ ପସନ୍ଦ କରନ୍ତି । କାରଣ ଏପରି ଶୋଇବା ଦ୍ଵାରା ତାଙ୍କୁ ଆରାମ ମିଳିଥାଏ । କିନ୍ତୁ ବିଷ୍ଣୁପୁରାଣ ଅନୁଯାୟୀ କେବେବି ଶୋଇବା ସମୟରେ ନିବସ୍ତ୍ର ହୋଇ ଶୋଇବା ଉଚିତ ନୁହେଁ ।
କାରଣ ଏମିତି କରିବା ଦ୍ଵାରା ଚନ୍ଦ୍ର ଦେବତା ରୁଷ୍ଟ ହୋଇଥାନ୍ତି । ଏହାସହ ନିବସ୍ତ୍ର ଶୋଇବା ଦ୍ଵାରା ଆପଣଙ୍କ ଉପରେ ନକରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଆକର୍ଷିତ ହେବାର ସମ୍ଭାବ୍ୟ ମଧ୍ୟ ରହିଥାଏ । ତେଣୁ ରାତିରେ ହାଲୁକା ବସ୍ତ୍ର ପିନ୍ଧି ଶୁଅନ୍ତୁ ।
ଏହାସହ ଅନେକ କାର୍ଯ୍ୟ ରହିଛି ଯାହା ନିବସ୍ତ୍ର ହୋଇ କରିବା ଉଚିତ ନୁହେଁ । ଆମ ହିନ୍ଦୁ ଶର୍ମରେ ପୂଜା କିମ୍ବା ଯଜ୍ଞ ସମୟରେ ବିନା ସିଲେଇ ହୋଇଥିବା ବସ୍ତ୍ର ପରିଧାନ କରିବାକୁ କୁହା ଯାଇଅଛି । କିନ୍ତୁ ଭୁଲ ଉଇପାୟ ଅନୁସାରେ ଉଲଗ୍ନ ହୋଇ ପୂଜାର୍ଚ୍ଚନା କରିବା ଦ୍ଵାରା ଆପଣଙ୍କୁ ଶୁଭ ନୁହେଁ ବରନଗ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ଆପଣ ଯଦି ଉଲଗ୍ନ ହୋଇ ପୂଜା କାର୍ଯ୍ୟ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅହିତକର ହୋଇପାରେ ।
ସିଲେଇକୁ ମଧ୍ୟ ବନ୍ଧନର ପ୍ରତୀକ ବୋଲି ମାନାଯାଏ । ତେଣୁ ଏକଦମ ସିଲେଇ ହୋଇଥିବା ଲୁଗା ପିନ୍ଧି ମଧ୍ୟ ପୂଜା କରାଯାଏ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।