ୟୁକ୍ରେନ ଉପରେ ଅହରହ ମିଶାଇଲ ବର୍ଷା କରି ଚାଲିଛି ଋଷିଆ, ଏଥିରେ ଯେଉଁ ସବୁ ଭୟଙ୍କର ମିଶାଇଲ ସାମିଲ ଅଛି ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ…

ୟୁକ୍ରେନ ଉପରେ ଋଷିଆ ଏମିତି ମିଶାଇଲ ମାଡ କରି ଚାଲିଛି ଯାହାକୁ ଆମେରିକା, ଫ୍ରାନ୍ସ ଏବଂ ଜାପାନ ଭଳି ବିକଶିତ ରାଷ୍ଟ୍ର ମଧ୍ୟ ସାମ୍ନା କରିପାରିବ ନାହିଁ । ସକାଲୁଇ ସନ୍ଧ୍ୟା ପର୍ଯ୍ୟନ୍ତ ୟୁକ୍ରେନ ଆକାଶରୁ ଅହରହ ଖସୁଛି ମିଶାଇଲ । କୋଠାଘର, ମେଡିକାଲ ଏବଂ କେତେବେଳେ ମାର୍କେଟକୁ ଟାର୍ଗେଟ କରୁଛନ୍ତି ଋଷ ସୈନ୍ୟ । ମୋଟ ଉପରେ ଯୁଦ୍ଧକୁ ମାସେ ଉପରେ ବିତି ଯାଇଥିଲେ ମଧ୍ୟ ୟୁକ୍ରେନ ଉପରେ ଅନବରତ ଆକ୍ରମଣ କରି ଚାଲିଛି ଋଷିଆ । ୟୁକ୍ରେନ ଉପରେ ଋଷ ସବୁଠୁ ଭୟଙ୍କର ଓ ସ୍ମାର୍ଟ ହାଇପରସୋନିକ ମିଶାଇଲ ମାଡ କରିଛି ।

ଏହା ବ୍ଯତୀତ ଆହୁରି ଅନେକ ଜୀବନ ନାଶକ ମିଶାଇଲ ମଧ୍ୟ ଋଷ ୟୁକ୍ରେନ ଉପରେ ବର୍ଷ କରିଚାଲିଛି ।  ଋଷର ଏଭଳି ଆକ୍ରମଣରେ ୟୁକ୍ରେନ ଥରହର ହେଉଛି । ଶୁଣିବାକୁ ମିଳୁଛି କି ଋଷ ୟୁକ୍ରେନ ଉପରେ ଏମିତି ମିଶାଇଲ ମାଡ କରୁଛି ଯାହା ମଣିଷକୁ ମାତ୍ର କେଇ ସେକେଣ୍ଡରେ ବାଷ୍ପ କରିଦେଇ ପାରେ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମିଶାଇଲକୁ ଅଟକାଇବା ପାଇଁ ଆମେରିକା ସମେତ ଅନ୍ୟ କୌଣସି ଦେଶର ତାକତ ବି ନାହିଁ । ଯାହାଫଳରେ ୟୁକ୍ରେନ ଉପରେ ଆକ୍ରମଣକୁ ଦିନକୁ ଦିନ ତୀବ୍ର କରୁଛି ଋଷିଆ ।

ହାଇପରସୋନିକ ମିଶାଇଲକୁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଆଇଡିୟଲ ୱିପନ ନୋଳି କୁହନ୍ତି । ଏହାର ମାରକ କ୍ଷମତା ୧୫୦୦ରୁ ୨୦୦୦ କିମି । ଏହି ମିଶାଇଲରେ ପରମାଣୁ ବମ୍ କୁ ବି ବହନ କରାଯାଇ ପାରିବ । ୨୦୧୮ରେ ପରୀକ୍ଷଣ କରା ଯାଇଥିବା ଏହି ତୀବ୍ର ଗତି ସମ୍ପନ୍ନ ମିଶାଇଲ ସାମ୍ନାରେ ମଡର୍ଣ୍ଣ ଡ଼ିଫେନ୍ସ ସିଷ୍ଟମ ବି ଫେଲ୍ ମାରିବ । ଆମେରିକା ପାଖରେ ଏହାର ଜବାବ ନାହିଁ । କ୍ୟାଲିବର କୃଜ ମିଶାଇଲକୁ ଋଷ ମାର୍ଚ ୨୦ ତାରିଖରେ ବ୍ଲାକ ସି ଏବଂ କେପସିୟନ ସି ଦେଇ ୟୁକ୍ରେନ ଉପରେ ମାଡ କରାଇଥିଲା ।

ଏହି ମିଶାଇଲ ୟୁକ୍ରେନର ସେନା ଛାଉଣି କ୍ଷେତ୍ର ଏବଂ ସରକାରୀ ଭବନ ଗୁଡିକୁ ନିମିଷକେ ଧ୍ଵଂସ କରି ଦେଇଥିଲା । ଏହା ପୂର୍ବରୁ ୨୦୧୫ରେ ଋଷ ସିରିଆରେ ଆଇଏସଆଇଏସ ର ଠିକଣା ନଷ୍ଟ କରିବାକୁ ଏହି ମିଶାଇଲ ମାଡ କରିଥିଲା । ସିଲିଣ୍ଡର ଟାଙ୍କି ଭଳି ଦେଖା ଯାଉଥିବା କ୍ଲଷ୍ଟର ବମ୍ ଭିତରେ ଶହ ଶହ ବମ୍ ଖଞ୍ଜି ହୋଇ ରହିଥାଏ । ଯୁଧ ବିମାନରେ ଏହାକୁ ନେଇ ବଡ ଜନବସତି ନଷ୍ଟ କରିବା ପାଇଁ ଏହାକୁ ବ୍ୟବହାର କରା ଯାଇଥାଏ ।

ଗୋଟିଏ ବୋମାରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥାଏ । ଋଷ ୟୁକ୍ରେନର ସହରାଞ୍ଚଳରେ ଲଗାତର ରକେଟ ମାଡ କରି ୟୁକ୍ରେନକୁ ଉଜାଡି ସାରିଲାଣି । ଏହାସହ ଆହୁରି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିଚାଲିଛି ଋଷ । ଋଷିଆର ଏଭଳି ଭୟଙ୍କର ଆକ୍ରମଣ ଫଳରେ ପୁରା ୟୁକ୍ରେନ ଭୟରେ ଥରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।