ପ୍ରଧାନମନ୍ତ୍ରୀ ଉଜ୍ଵଳ ଯୋଜନାରେ ମାଗଣା ଗ୍ଯାସ ସିଲିଣ୍ଡର ପାଇଁ ପ୍ରଥମେ ଆପଣ ଙ୍କୁ ଦେବାକୁ ପଡିବ ପଇସା, ତା ପରେ ଏମିତି ପାଇ ପାରିବେ ଫେରସ୍ତ

କେନ୍ଦ୍ର ସରକାର ଉଜ୍ଵଳ ଯୋଜନାର ଅବଧିକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢେଇ ଦେଇଛନ୍ତି । ଏହା ଦ୍ଵାରା ୮ କୋଟି ଲୋକଙ୍କୁ ଲାଭ ହେବ । ଯେଉଁମାନଙ୍କୁ PMUY ଦ୍ଵାରା ମାଗଣା ଗ୍ୟାସ ସିଲିଣ୍ଡର ମିଳିଥାଏ । କିନ୍ତୁ ଏଥର ବ୍ୟବସ୍ଥାରେ ଅଳ୍ପ ପରିବର୍ତ୍ତନ ହେବ । କହିବାକୁ ଗଲେ କେନ୍ଦ୍ର ସରକାର ଘୋଷଣା କରିଥିଲେ କି PMUY ଦ୍ଵାରା ଗରିବ ମହିଳାମାନଙ୍କୁ ୧ ଏପ୍ରିଲରୁ ୩୦ ଜୁନ ମଧ୍ୟରେ ତିନୋଟି ମାଗଣା ଗ୍ୟାସ ସିଲିଣ୍ଡର ଦିଆ ଯିବ ।

କିନ୍ତୁ ବର୍ତ୍ତମାନ ୩୦ ଜୁନର ଏହି ଅବଧିକୁ ୩୦ ସେପ୍ଟେବର ପର୍ଯ୍ୟନ୍ତ ବଢାଇ ଦିଆ ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଏହି ଗରିବଙ୍କ ଖାତାରେ ଆଡଭାନ୍ସ ଟଙ୍କା ଜମା କରି ଦେଇଥିଲେ, ଯାହା ଦ୍ଵାରା ଏମାନେ ଖାଲି ସିଲିଣ୍ଡରକୁ ଭର୍ତି କରି ପାରିବେ, କିନ୍ତୁ ବର୍ତ୍ତମାନ ଏହିଭଳି ହେବ ନାହିଁ । ବର୍ତ୍ତମାନ ଏହି ଗରିବ ଲୋକମାନଙ୍କୁ ପ୍ରଥମେ ଗ୍ଯାସ ସିଲିଣ୍ଡରକୁ କ୍ରୟ କରିବାର ଅଛି ଏହା ପରେ ସରକାର ବ୍ୟାଙ୍କରେ ପୁରା ଟଙ୍କାକୁ ଜମା କରିଦେବେ ।

ସରକାର ଜୁନରେ ଏହି ନିୟମକୁ ପରିବର୍ତ୍ତନ କରି ଦେଇ ଥିଲେ, ଯାହା ବର୍ତ୍ତମାନ ଅବଧି ବଢିବା ଉପରେ ବି ଲାଗୁ ହେବ । ସରକାର ପୂର୍ବରୁ ଦୁଇଟି ମାଗଣା ଗ୍ୟାସ ସିଲିଣ୍ଡରର ଟଙ୍କା ଜମା କରି ଦେଇଥିଲେ । କିନ୍ତୁ ଦେଖା ଗଲା କି ଲୋକମାନେ ସେହି ଟଙ୍କାକୁ ଅଲଗା ଜାଗାରେ ଖର୍ଚ କରିଦେଉଥିଲେ ଓ ରୋଷେଇ କରୁଥିବା ଗ୍ୟାସ ସିଲିଣ୍ଡରକୁ ବ୍ୟବହାର କରିବା ବନ୍ଦ କରିଦେଲେ । ଏହା ପରେ ସରକାର ନିଷ୍ପତି ନେଲେ କି ଲୋକମାନେ ପ୍ରଥମେ ଗ୍ୟାସ ସିଲିଣ୍ଡର କ୍ରୟ କରିବେ, ପରେ ଟଙ୍କା ମିଳିବ ।

ଏଥିପାଇଁ ସରକାର ସମସ୍ତ ବ୍ୟବସ୍ଥା ବି କରି ଦେଇଛନ୍ତି । ଯେମିତି ହିଁ ସମ୍ବନ୍ଧିତ ରୋଷେଇ ଗ୍ୟାସ ଏଜେନ୍ସିଙ୍କ ପାଖରେ ଡାଟା ଅପଡେଟ ହେବ ଓ ଟଙ୍କା ସମ୍ବନ୍ଧିତ ଖାତା ବି ପହଞ୍ଚି ଯିବ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନାର ଆରମ୍ଭ ୨୦୧୬ରେ କରାଯାଇଥିଲା । ଆରମ୍ଭ ସମୟରେ ଗରିବ ଶ୍ରେଣୀର ଲୋକମାନଙ୍କୁ ମାଗଣା ରୋଷେଇ ଗ୍ୟାସ କନେକ୍ସନ ଦିଆ ଗଲା ଓ ମାଗଣା ରୋଷେଇ ଗ୍ୟାସ ସିଲିଣ୍ଡର ବ୍ୟବସ୍ଥା ମଧ୍ୟ କରାଗଲା ।

ଏହା ପରେ PMUYର ସଂଖ୍ୟାକୁ ବୃଦ୍ଧି କରି ଅନୁସୂଚିତ ଜାତି ଏବଂ ଜନଜାତି ପରିବାର ସହିତ ପ୍ରଧାନମନ୍ତ୍ରୀ ଆବସ ଯୋଜନା ତଥା ଅଂନ୍ତୋଦୟ ଯୋଜନା ଲାଭାର୍ଥୀଙ୍କୁ ବି ଏହି ଯୋଜନାରେ ସାମିଲ କରାଗଲା । ଏହା ପରେ ଏହି ଯୋଜନାକୁ ପୁନଃ ବିସ୍ତାର କରି ସବୁ ଗରିବ ଲୋକମାନଙ୍କୁ ଏଥିରେ ସାମିଲ କରାଗଲା ।