ଶୁକ୍ର ହେଲେ ମାର୍ଗୀ, ଏହି ସବୁ ରାଶିର ସୁଧୁରିବ ନିଜ ସମ୍ବନ୍ଧ, ମିଳିବ ପ୍ରେମ

ଶୁକ୍ର ଗ୍ରହ ଭୋଗ ବିଳାଶ ସହିତ ଦାମ୍ପତ୍ୟ ସୁଖ ଓ ପ୍ରେମ ସମ୍ବନ୍ଧର ବି ପ୍ରଦୀନିଧି ଗ୍ରହ ଅଟେ । ଏହି ଗ୍ରହ ୨୫ ଜୁଲାଇକୁ ମାର୍ଗୀ ହେବାକୁ ଯାଉଛି । ଶୁକ୍ର ୧୩ ମେ ରୁ ବକ୍ରୀ ଚାଲୁଛନ୍ତି । ଏହି ସମୟରେ ଲୋକମାନଙ୍କ ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ବନ୍ଧରେ ବିଭିନ୍ନ ଅସୁବିଧା ଆସିଥିଲା । କେତେକ ଲୋକମାନଙ୍କ ବିବାହ ଭାଙ୍ଗି ଯିବାର କଥା ବି ଉଠିଥିଲା । କିନ୍ତୁ ବର୍ତ୍ତମାନ ଆଉ ଭୟ କରିବାର ନାହିଁ କାରଣ ଶୁକ୍ର ମାର୍ଗୀ ହେବା ଦ୍ଵାରା ଏହିଭଳି ସମସ୍ୟା ସବୁ ଦୂର ହୋଇଯିବ । ଏହା ସହିତ ଭୌତିକ ସୁଖ ସୁବିଧାରେ ବି ବୃଦ୍ଧି ହେବ । ଆର୍ଥିକ ସଙ୍କଟ ଦୂର ହେବ ।

ଆସନ୍ତୁ ଜାଣିବା କେଉଁ ରାଶିରେ ଶୁକ୍ରର ପ୍ରଭାବ କେମିତି ରହିବ

ମେଷ ରାଶି :

ଏହି ରାଶିରେ ଶୁକ୍ର ଦ୍ଵିତୀୟ ଧନ ସ୍ଥାନରେ ମାର୍ଗୀ ହେବ । ଏଥିରେ ସବୁଠୁ ବଡ ଲାଭ ଆପଣଙ୍କ ସମ୍ପତି ବୃଦ୍ଧି ରୂପରେ ମିଳିବ । ଆପଣଙ୍କ ଧନ କୋଷ ବଢିବ । ଭୌତିକ ସୁଖ ସୁବିଧା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ଵାମୀ ସ୍ତ୍ରୀଙ୍କ ସମ୍ବନ୍ଧ ଭଲ ରହିବ । ଯଦି ଆପଣ ପ୍ରେମ ସମ୍ପର୍କରେ ଅଛନ୍ତି ତେବେ ବିବାହ ପର୍ଯ୍ୟନ୍ତ କଥା ଯିବ । ଯାହାର ପ୍ରେମି କିମ୍ବା ପ୍ରେମିକା ନ ଥିବେ ତାଙ୍କୁ ନିଜର ପ୍ରେମ ମିଳି ଯିବ ।

ବୃଷ ରାଶି :

ଶୁକ୍ର ଏହି ରାଶିରେ ଅଛନ୍ତି । ଏହା ଶୁକ୍ରର ନିଜର ରାଶି ଅଟେ । ଏହାର ମାର୍ଗୀ ହେବାର ଅର୍ଥ ଆପଣଙ୍କୁ ସବୁ ପ୍ରକାରର ସୁଖ ସୁବିଧା ମିଳିବ । ଯେଉଁ ଲଗଜରି ଲାଇଫ ବିଷୟରେ ଚିନ୍ତା କରୁଥିଲେ ତାହା ଆପଣଙ୍କୁ ନିଶ୍ଚିତ ମିଳିବ । କିନ୍ତୁ ପରିଶ୍ରମ କରିବାକୁ ପଡିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଯାହାର ବିବାହ ହୋଇ ନ ଥିବ ସେମାନଙ୍କ ବିବାହ ଠିକ  ହୋଇ ଯିବ । ପ୍ରେମୀମାନଙ୍କ ପାଇଁ ଏହି ସମୟ ଭଲ ରହିବ ।

ମିଥୁନ ରାଶି :

ଆପଣଙ୍କ ପାଇଁ ଶୁକ୍ର ବ୍ୟୟ ସ୍ଥାନ ଅର୍ଥାତ ୧୨ମ ସ୍ଥାନରେ ମାର୍ଗୀ ହେଉଛନ୍ତି । ନିଶ୍ଚିତ ରୂପରେ ସମ୍ପତ୍ତିର ବୃଦ୍ଧି ହେବ । କିନ୍ତୁ ସମ୍ପତ୍ତି ବିବାଦର କାରଣ ବି ହୋଇପାରେ । ଭାଇ ଭାଇଙ୍କ ମଧ୍ୟରେ ଟଙ୍କା ପାଇଁ ବିବାଦ ବି ହୋଇପାରେ । ଏହି ସମୟରେ ଆପଣଙ୍କୁ ଆପଣଙ୍କ ବିଜନେସ ଉପରେ ଧ୍ୟାନ ଦେବାକୁ ପଡିବ । ଆପଣଙ୍କ ଆଚରଣରେ ସୁଧାର ଆସିବ । ବୈବାହିକ ସମ୍ପର୍କରେ ଯଦି ସମସ୍ୟା ଚାଲୁଅଛି ତେବେ ସବୁ ସମସ୍ୟା ଦୂର ହେବ । ଯେଉଁ ଦମ୍ପତ୍ତିମାନଙ୍କ ସମ୍ପର୍କରେ ଛାଡପତ୍ର ସମସ୍ୟା ଆସିଯାଇଛି ତାହା ବି ଦୂର  ହୋଇଯିବ । ପ୍ରେମ ସମ୍ବନ୍ଧ ଦୃଢ ହେବ । ନୂଆ ପ୍ରେମିକା ମିଳିବେ ।

କର୍କଟ ରାଶି :

ଏକାଦଶ ସ୍ଥାନ ଆୟ ଭାବରେ ଶୁକ୍ର ମାର୍ଗୀ ହେବା ଦ୍ଵାରା ସିଧା ସଳଖ ଏହା ଆପଣଙ୍କ ଧନ ସମ୍ପତ୍ତିର ବୃଦ୍ଧି ହେବାର ସଂକେତ ଦେଉଛି । ଆପଣଙ୍କୁ ବର୍ତ୍ତମାନ ସ୍ଥିତିରେ ବି ନୂତନ କାର୍ଯ୍ୟ ମିଳିବ । ନୂଆ ବିଜନେସ କରିବାରେ ଏହା ସଠିକ ସମୟ ଅଟେ । ଯଦି ଆପଣଙ୍କ ସମ୍ପର୍କ କଥା କୁହାଯାଏ ତେବେ ଆପଣଙ୍କୁ ବହୁତ ଭଲ ପ୍ରପୋଜାଲ ମିଳିବ । ଯଦି ଆପଣ ପ୍ରେମ କରୁଛନ୍ତି ତେବେ ଆପଣନାକ ପ୍ରେମ ସମ୍ପର୍କରେ ସୁଧାର ଆସିବ । ଅବିବାହିତଙ୍କ ବିବାହ ହେବାର କଥା ଉଠିପାରେ ।

ସିଂହ ରାଶି :

ଦଶମ ସ୍ଥାନ ଆଜିବିକା ସ୍ଥାନ ହୋଇଥାଏ । ଏଠି ଶୁକ୍ରର ମାର୍ଗୀ ହେବାର ଲାଭ ଆପଣଙ୍କୁ ଆଜିବିକାର ସାଧନରେ ବୃଦ୍ଧି ରୂପରେ ମିଳିବ । ଖାସକରି ସରକାରି ଏବଂ ଶାସକିୟ ସେବା ସମ୍ବନ୍ଧୀୟ ଲୋକମାନଙ୍କୁ ପ୍ରମୋସନ ମିଳି ପାରେ । ସମ୍ମାନ ପଦ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ଦମ୍ପତ୍ତିମାନେ ସୁଖରେ ଜୀବନ ବିତାଇବେ । କୌଣସି କାରଣ ବଶତଃ ଯଦି ସ୍ଵାମୀ ସ୍ତ୍ରୀ ଦୂରେଇ ଅଛନ୍ତି ତେବେ ସେମାନଙ୍କୁ ପାଖାପାଖି ରହିବାକୁ ସୁଯୋଗ ମିଳିବ । ପ୍ରେମ ସମ୍ଭନ୍ଧରେ ସୁଧାର ଆସିବ । କିନ୍ତୁ ନିଜର ଅହଂକାର ଏବଂ କ୍ରୋଧକୁ ତ୍ୟାଗ କରିବାକୁ ପଡିବ । ନୂଆ ପ୍ରେମ ସମ୍ବନ୍ଧ ହେବ ।

କନ୍ୟା ରାଶି :

ନବମ ଭାଗ୍ୟ ଭାବରେ ଶୁକ୍ରର ମାର୍ଗୀ ହେବ କନ୍ୟା ରାଶିର ଲୋକଙ୍କୁ ବହୁତ ଲାଭଦାୟକ ରହିବ ।  ଆପଣଙ୍କ ଭାଗ୍ୟୋଦୟ  ହେବାର ବହୁତ ସମ୍ଭାବନା ଅଛି । ଯେଉଁ କାମ ଭବିବେ ତାହା ପୁରା ହେବ  ଆପଣଙ୍କ ଧନ ସମ୍ପତିରେ ବୃଦ୍ଧି ଘଟିବ । ଅଭୂଷଣ ଉଫର ମିଳିବ । ଚାକିରି ଖୋଜୁଥିଲେ ତାହା ମିଳିବ । ଶୁକ୍ରର ମାର୍ଗୀର ପ୍ରଭାବରେ  ଆପଣଙ୍କ ଦାମ୍ପତ୍ୟ ଜୀବନରେ ଲାଭ ମିଳିବ । ସମ୍ପର୍କ ଦୃଢ ହେବ । କୌଣସି ପ୍ରେମ ପ୍ରସ୍ତ।ବ ମିଳିବ ।

ତୁଳା ରାଶି :

ଅଷ୍ଟମ ଭାବରେ ଶୁକ୍ରର ମାର୍ଗୀ ହେବା ଦ୍ଵାରା ଆପଣମାନଙ୍କ ଜୀବନରେ ଚାଲୁଥିବା ସଙ୍କଟ ଦୂର ହୋଇଯିବ । ଅସୁବିଧା ସବୁ ବି କମ ହୋଇ ଯିବ । କିନ୍ତୁ ଆପଣଙ୍କୁ ସମ୍ପର୍କରେ ସୁଧାର ଆଣିବା ପାଇଁ ଆପଣଙ୍କୁ ହିଁ ଚେଷ୍ଟା କରିବାକୁ ପଡିବ । ପ୍ରେମ ସମ୍ପର୍କରେ ରାଗ ଆସିବ । କିନ୍ତୁ ପୂର୍ବଭଳି ରାଗରୁଷା ରହିବ ନାହିଁ କି ଭଲ ସମ୍ପର୍କ ବି ରହିବ ନାହିଁ । ଯେଉଁମାନେ ପ୍ରେମ କରି ନ ଥିବେ ସେମାନେ ଏହି ସମୟରେ ପ୍ରେମ କରିବେ । ଏମାନଙ୍କୁ ଏମିତି ପ୍ରେମ ସମ୍ପର୍କ ମିଳିବ ଯେଉଁମାନେ ଏମାନଙ୍କ ଜୀବନ ସାଥି ହେବାର ବି ଚାନ୍ସ ଅଛି ।

ବିଚ୍ଛା ରାଶି :

ଏହି ରାଶିରେ ଶୁକ୍ରର ମାର୍ଗୀ ହେବା ବହୁତ ମହତ୍ଵପୂର୍ଣ ଅଟେ । କାରଣ ସପ୍ତମ ଭାବରେ ଆପଣଙ୍କ ବୈବାହିକ ଜୀବନର ଦର୍ପଣ ଅଟେ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଖରାପ ସମ୍ପର୍କ ପୁନଃ ପ୍ରେମ ଓ ସୌହାର୍ଦ୍ର ପୂର୍ଣ ହେବ । ଯେଉଁ ଦମ୍ପତିଙ୍କ ଛାଡପତ୍ର ହେବାର ଥିବା ତେବେ ତାହା ଅଟକି ଯିବ । ପ୍ରେମୀ ପ୍ରେମିକାଙ୍କ ଖରାପ ହୋଇ ଯାଇ ଥିବା ସମ୍ପର୍କ ଭଲ ହେଇଯିବ । ନୂଆ ପ୍ରେମ ସମ୍ପର୍କ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତିରେ ଲାଭ ମିଳିବ । ଆୟର ନୂଆ ସ୍ରୋତରୁ ଭଲ ଧନ ଲାଭ ହେବ । ଯଦି ଭୂମି ଭବନ ସମ୍ପତ୍ତି ଉପରେ କାମ କରିବାକୁ ଚାହୁଁଛନ୍ତି ତେବେ ବେଧଡକ କାମ ଆରମ୍ଭ କରନ୍ତୁ । ସମ୍ପତି ଉପରେ ଥିବା ବିବାଦ ସମାପ୍ତ ହେଇଯିବ ।

ଧନୁ ରାଶି :

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧାକୁ ନେଇ ପୂର୍ବ ମାସରେ ଯେଉଁ ସମସ୍ୟାର ସାମ୍ନା କରିଛନ୍ତି, ସେଥିରୁ ମୁକ୍ତି ମିଳିବ କାରଣ ଶୁକ୍ର ଆପଣଙ୍କ ଷଷ୍ଠ ଭାବରେ ମାର୍ଗୀ ହେଉଛନ୍ତି । ପୂର୍ବ ମାସରେ ଥିବା ସମ୍ପତ୍ତି ସମ୍ବନ୍ଧୀୟ ଅସୁବିଧା ବି ଦୂର ହେବ । ଶାରୀରିକ ଓ ମାନସିକ ଦୁର୍ବଳତା ଦୂର ହେବ । ଦାମ୍ପତ୍ୟ ଜୀବନରେ ପୁଣି ପ୍ରେମ ବଢିବ । ଆପଣଙ୍କ ସମ୍ବନ୍ଧ ଠିକ ରହିବା ପାଇଁ ଆପଣଙ୍କୁ ଉପହାରର ଆଦାନ ପ୍ରଦାନ କରିବାକୁ ପଡିବ । ନୂଆ ପ୍ରେମର ପ୍ରସ୍ତାବ ମିଳି ପାରେ । ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳି ପାରେ । ଭୌତିକ ସୁଖ ସୁବିଧା ବୃଦ୍ଧି ହେବ । ବିଳାସମୟ ଜୀବନରେ ଲାଭ ଉଠାଇବେ  ।

ମକର ରାଶି :

ପଞ୍ଚମ ସ୍ଥାନରେ ଶୁକ୍ର ମାର୍ଗୀ ହେବା ଦ୍ଵାରା ଆପଣଙ୍କୁ ସନ୍ତାନଙ୍କ ଠାରୁ କିଛି ଶୁଭ ଖବର ମିଳିବ । କୌଣସି ବଡ ଉପଲବଧି ବି ମିଳିବ । ଯେଉଁ ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଅଛନ୍ତି ତାଙ୍କୁ କିଛି ଶୁଭ ଖବର ମିଳିବ । ଆୟ କ୍ଷେତ୍ରରେ ଶୁକ୍ର ମାର୍ଗୀ ଥିବାରୁ ଆପଣଙ୍କୁ ଏକାଧିକ ଆୟର ସ୍ରୋତ ମିଳିବ । ଆପଣଙ୍କ ସଞ୍ଚିତ ଧନ ବଢିବ । ପ୍ରେମ ସମ୍ପର୍କ ଚରମ ସ୍ଥିତିକୁ ଆସିଯିବ ଯାହା ଫଳରେ ଆପଣଙ୍କ ବିବାହ ହୋଇଯିବ । ଯେଉଁମାନଙ୍କ ପ୍ରେମ ସଫଳ ହୋଇ ନାହିଁ ସେମାନଙ୍କ ପ୍ରେମ ସଫଳ ହେବେ ।

କୁମ୍ଭ ରାଶି :

ଚତୁର୍ଥ ସ୍ଥାନ ସୁଖ ଭାବରେ ଶୁକ୍ର ମାର୍ଗୀ ହେବା ଦ୍ଵାରା ଆପଣଙ୍କ ସୁଖ ସମୃଦ୍ଧିରେ ବୃଦ୍ଧି ଆସିବ । ଆପଣଙ୍କୁ ରାଜା ସମାନ ଜୀବନ ମିଳି ପାରେ । ହଠାତ ଆପଣଙ୍କୁ ବହୁ ମାତ୍ରାରେ ଧନ ମିଳି ପାରେ । ପୈତୃକ ସମ୍ପତ୍ତି ମିଳିବାରେ ଯୋଗ ଅଛି । ଘର ପରିବାର ପାଇଁ ସ୍ଵର୍ଣ ଜିନିଷ କ୍ରୟ କରିବାକୁ ସୁଯୋଗ ମିଳିବ । ବୈବାହିକ ଜୀବନରେ ସୁଖ ସୁବିଧା ଆସିବ । ପ୍ରେମୀ ପ୍ରେମିକା ସୁଖରେ ସମୟ ବ୍ୟତୀତ କରିବେ । ଆପଣଙ୍କ ଘର କ୍ରୟ କରିବାରେ ଯୋଗ ଅଛି ।

ମୀନ ରାଶି :

ଭାଇ ବନ୍ଧୁଙ୍କ ସହିତ ସମ୍ପତ୍ତିକୁ ନେଇ ଚାଲିଥିବା ବିବାଦର ସମାଢାନ ହେଇଯିବ । ଶୁକ୍ର ମାର୍ଗୀ ହେବା ଦ୍ଵାରା ସବୁଠୁ ବଡ ଲାଭ ହେଉଛି ଯେ ଆପଣଙ୍କ ପାରିବାରିକ ସମ୍ବନ୍ଧ ଠିକ ରହିବ । ସମ୍ପର୍କୀୟ ସହିତ ତିକ୍ତତା ଦୂର ହୋଇଯିବ । ଭାଇ ଭଉଣୀଙ୍କ ସହିତ ମିଶି କୌଣସି ନୂଆ କାମ ଆରମ୍ଭ କରିବାକୁ ସୁଯୋଗ ମିଳିବ । ଆୟର ନୂଆ ସ୍ରୋତ ମିଳିବ । ଚାକିରି, ଭୌତିକ ସୁଖ, ଦାମ୍ପତ୍ୟ ଜୀବନରେ ସୁଖ ଏବଂ ବ୍ୟବସାୟରେ ଲାଭ ମିଳିବ । ପ୍ରେମ ସମ୍ବନ୍ଧ ଊର୍ଜାବାନ ରହିବ ଏବଂ ଆପଣଙ୍କ ସହିତ ଲମ୍ବା ସମୟ ବିତେଇବା ପାଇଁ ସୁଯୋଗ ମିଳିବ ।