ଆମ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜୀବନଶୈଳୀ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏବର ଦୁନିଆରେ ରାଷ୍ଟ୍ରପତିଙ୍କ ଜୀବନଶୈଳୀ ଆମ ପରି ସାଧାରଣ ଲୋକେ ଜାଣିବା ନିହାତି ଆବଶ୍ୟକ । ଦେଶର ପ୍ରଥମ ନାଗରିକଙ୍କ ସହ ତାଙ୍କର ପରିବାର ସଦସ୍ୟଙ୍କ ବିଷୟରେ ଏମିତି କିଛି କଥା ରହିଛି ଯାହା ବୋଧ ହୁଏ କେହି ଜାଣି ନଥିବେ । ପ୍ରଣବ ମୁଖାର୍ଜୀଙ୍କ ପରେ ରାମନାଥ କୋବିନ୍ଦ ଦେଶର ରାଷ୍ଟ୍ରପତି ହୋଇଥିଲେ ମଧ୍ୟ ଆଜିବି ମଧ୍ୟ ସେ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି ।

କଥାଟା ବିଶ୍ବାସ ହେଉ ନଥିଲେ ବି ସତ । ତାଙ୍କ ପରିବାରର ମୁଖିଆ ହେଉଛନ୍ତି ଦେଶର ରାଷ୍ଟ୍ରପତି ବୋଲି ତାଙ୍କ ପରିବାରର କୌଣସି ବ୍ୟକ୍ତିଙ୍କ ମନରେ ତିଳେ ହେଲେ ଗର୍ବ ନାହିଁ । ପିତା ରାଷ୍ଟ୍ରପତି ହେଲେ ମଧ୍ୟ ତାଙ୍କ ଝିଅ ବାପାଙ୍କ ଟଙ୍କାରେ ଅଏସ ଆରାମ ନକରି ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି । ରାମନାଥ କୋବିନ୍ଦଙ୍କ ପୁଅ ଗୋଟିଏ ପ୍ରାଇଭେଟ ଏୟାରଲାଇନ କମ୍ପାନୀରେ କାମ କରୁଛନ୍ତି ଓ ତାଙ୍କ ବୋହୂ ଜଣେ ଶିକ୍ଷୟତ୍ରୀ ।
କୋବିନ୍ଦ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ଦୁଃଖ କଷ୍ଟ ଦେଖିଛନ୍ତି, ଆଉ ସେଥିପାଇଁ ସେ ଆଜି ରାଷ୍ଟ୍ରପତି ଭଳି ଏକ ସମ୍ମାନଶୀଳ ପଦବୀରେ ଅଛନ୍ତି । କୋବିନ୍ଦ ତାଙ୍କ ପରିବାରକୁ ସର୍ବଦା ଆତ୍ମନିର୍ଭର ଶୀଳ ହେବାକୁ ଶିଖାଇଛନ୍ତି । ଆଉ ସେଥିପାଇଁ ତାଙ୍କ ପୁଅ ଏବଂ ଝିଅ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଝିଅ ଏକ ସାଧାରଣ ଝିଅ ଭଳି କାର୍ଯ୍ୟ କରିଥାନ୍ତି । ସେ କୌଣସି କାର୍ଯ୍ୟରେ ମଧ୍ୟ ତାଙ୍କ ବାପାଙ୍କ ନାଁ ନନେଇ କାମ କରିବାକୁ ପସନ୍ଦ କରନ୍ତି ।

କୋବିନ୍ଦଙ୍କ ଝିଅ ସ୍ଵାତି ଜଣେ ଏୟାର ହୋଷ୍ଟେସ ଥିଲେ । ସେ ଇଣ୍ଡିଆନ ବୋଇଂ ୭୭୭ ଏବଂ ୭୮୭ରେ ସେ ଏୟାର ହୋଷ୍ଟେସ ରହିଥିଲେ । ତାଙ୍କ ପିତା ଯେତେବେଳେ ରାଷ୍ଟ୍ରପତି ସେତେବେଳେ ବାପାଙ୍କ ସମ୍ମାନ ସମାରୋହରେ ଯୋଗ ଦେବାକୁ ତାଙ୍କୁ ଛୁଟି ମିଳୁ ନଥିଲା । କିନ୍ତୁ ପରେ ସେ ଛୁଟି ନେଇ ସମାରୋହରେ ଯୋଗ ଦେଇଥିଲେ । କିନ୍ତୁ ତାଙ୍କ ପିତାଙ୍କ ସଫଳତା ଏବଂ ପରିଚୟ ବିଷୟରେ ସେ କାହାକୁ ମଧ୍ୟ ପ୍ରକାଶ କରି ନଥିଲେ ।
ଏ ସମ୍ପର୍କରେ ଯେତେବେଳେ ସମସ୍ତେ ଜାଣିଥିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ କିଭଳି ଜଣେ ରାଷ୍ଟ୍ରପତିଙ୍କ ଝିଅ ହୋଇ ମଧ୍ୟ କାହାକୁ କିଛି କହି ନଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଉ ଏହାପରେ ତାଙ୍କର ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଅନ୍ୟ ଏକ ଡ୍ଯୁଟିରେ ନିଯୁକ୍ତି ଦିଆ ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।