୩୪,୦୦୦ ମିଟର ଉପରେ ପ୍ଳେନର ଇଞ୍ଜିନ ଫେଲ ହୋଇଗଲା, କେବଳ ଗୋଟିଏ ଗ୍ଳାସ ପାଣି ପାଇଁ ପ୍ଳେନର ଯାତ୍ରୀ ବଞ୍ଚି ଗଲେ

ଆପଣମାନେ ବେଳେ ବେଳେ ଉଡାଜାହାଜ ଦୁର୍ଘଟଣା ହେବାର ଖବର ଶୁଣିଥିବେ । ଏହା ଦ୍ଵାରା ଶହ ଶହ ଲୋକମାନଙ୍କ ଜୀବନ ମଧ୍ୟ ଚାଲିଯାଏ । ଯାହାକି ବଡ ଦୁଖଦ ଘଟଣା ମଧ୍ୟରୁ ଗୋଟିଏ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଉଡାଜାହଜ ସମ୍ବନ୍ଧିତ ଏକ ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଆପଣ ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ କି ଏହା କିପରି ସମ୍ଭବ । ଗୋଟିଏ ପ୍ଳେନର ପାଇଲଟ ମାତ୍ର ଏକ ଗ୍ଳାସ ପାଣିରେ ଉଡାଜାହାଜରେ ଥିବା ୮୧ ଜଣ ଜୀବନ ବଞ୍ଚାଇ ଦେଲେ ।

କହିବାକୁ ଗଲେ ଏହା ଏକ ସତ ଘଟଣା । ଏହି ଘଟଣା ୭ ସେପ୍ଟେମ୍ବର ୨୦୧୦ର ଘଟଣା ଅଟେ । ରୁସର ଏୟାରଲାଇନ୍ସର ଏକ ପ୍ଳେନ ରୁସର ଏକ ସହରରୁ ମସ୍କୋ ଯିବାର ଥିଲା । ଏଥିରେ ୭୨ ଜଣ ଯାତ୍ରୀ ଓ ୯ ଜଣ ବିମାନ କର୍ମଚାରୀ ସାମିଲ ଥିଲେ । ଏହି ପ୍ଳେନରେ ଦୁଇ ଜଣ ଅନୁଭବି ପାଇଲଟ ବି ଥିଲେ । ଏହା ଏକ ସାମାନ୍ୟ ଉଡାଣ ଥିଲା । କିନ୍ତୁ କୌଣସି ବି ବ୍ୟକ୍ତି କଳ୍ପନା ବି କରି ନ ଥିଲେ କି ଆଗକୁ ତାଙ୍କ ସହିତ କଣ ହେବାକୁ ଯାଉଛି ।

ଶେଷରେ ଏହି ପ୍ଲେନ ମସ୍କୋ ସହର ପାଇଁ ନିଜର ଉଡାଣ ଭରିଲା । କିନ୍ତୁ ଉଡ଼ାଣର କିଛି ସମୟ ପରେ ଏହି ପ୍ଳେନରେ କିଛି ପ୍ରୋବ୍ଲେମ ନଜର ଆସିଲା । କିନ୍ତୁ ପାଇଲଟ ଏହି ପ୍ରୋବ୍ଲେମକୁ ନଜର ଅନ୍ଦାଜ କରି କରିଦେଲେ । କିନ୍ତୁ ହଠାତ ପ୍ଳେନ ମଧ୍ୟରେ ଥିବା ସବୁ ଲାଇଟ ବନ୍ଦ ହୋଇଗଲା । ପ୍ଳେନ ଭିତରେ ପୁରା ଅନ୍ଧକାର ଛାଇ ଗଲେ ଓ ଯାତ୍ରୀମାନେ ବି ଭୟଭୀତ ହୋଇଗଲେ । କିନ୍ତୁ ବିମାନ କର୍ମଚାରୀମାନେ ଲୋକମାନଙ୍କୁ ଶାନ୍ତ ରହିବା ପାଇଁ କହୁଥିଲେ ।

କିନ୍ତୁ ପାଇଲଟମାନେ ବୁଝି ସାରିଥିଲେ କି ଜାହାଜ କ୍ରାସ ହେବାକୁ ଯାଉଛି । ଜାହାଜରେ ଚାଲୁଥିବା ସମସ୍ତ ଇଲଟ୍ରୋନିକ ସିଷ୍ଟମ ବନ୍ଦ ହୋଇ ସାରିଥିଲା । ଏହା ସହିତ ପ୍ଳେନର ଫୁୟେଲ ସିଷ୍ଟମ ବି ଖରାପ ହୋଇ ଯାଇ ଥିଲା । ପରିସ୍ଥିତି ଏମିତି ହୋଇଗଲା ପ୍ଳେନ ମାତ୍ର ୩୦ ମିନିଟ ପର୍ଯ୍ୟନ୍ତ ହିଁ ଉଡି ପାରିବ । କିନ୍ତୁ ସବୁଠୁ ବଡ ସମସ୍ୟା ଏହା ଥିଲା କି ପ୍ଳେନ ୩୪,୦୦୦ ମିଟର ଉପରେ ଉଡୁଥିଲା ।

ଏହା ସହିତ ପ୍ଳେନକୁ ତଳକୁ ଓଲହାଇବା ପାଇଁ ପାଖରେ ନା ହିଁ କୌଣସି ଏୟାରପୋର୍ଟ ଥିଲା ଓ ନା ହିଁ ଖାଲି ସ୍ଥାନ ଥିଲା । କିନ୍ତୁ ପ୍ଳେନକୁ ତଳକୁ ଆଣିବା ବି କଷ୍ଟକର ଥିଲା । କାରଣ ତଳକୁ ଆସିବା ପାଇଁ ପାଇଲଟଙ୍କୁ ନେଭିଗେସନ ସିଷ୍ଟମର ସାହାର୍ଯ୍ୟ ନେବାକୁ ପଡିଥାଏ । କିନ୍ତୁ ନେଭିଗେସନ ସିଷ୍ଟମର ଖରାପ ହୋଇ ସାରିଥିଲା । କିନ୍ତୁ ଏହା ପରେ କିଛି ଏମିତି ଘଟିଲା କି ଯାହା ପରେ ଆପଣଙ୍କୁ ବିଶ୍ଵାସ କରିବା କଷ୍ଟ ଲାଗିବ ।

କହିବାକୁ ଗଲେ ପାଇଲଟମାନେ ସାହସ କରି ଏକ ଗ୍ଳାସରେ ପାଣି ରଖି ପ୍ଳେନର କଣ୍ଟ୍ରୋଲ ପ୍ୟାନେଲ ଉପରେ ରଖିଦେଲେ । ଏହା ପରେ ଯେତେବେଳେ ପାଇଲଟ ପ୍ଳେନକୁ ଗୋଟିଏ ପଟେ ସାଇଡ କରିଲେ ତେବେ ଗ୍ଳାସରେ ଥିବା ପାଣି ବି ଗୋଟିଏ ସାଇଡକୁ ଚାଲି ଆସିଲା । ଏହା ଦ୍ଵାରା ଉଡାଜାହାଜର ସଠିକ ଦିଗ ଜଣା ପଡିଗଲା । ଏହା ଏକ ସାଧାରଣ ଟ୍ରିକ ଥିଲା । କିନ୍ତୁ ପାଇଲଟମାନଙ୍କ ପ୍ରଶଂସା କରିବାକୁ ପଡିବ ।

ଏହା ପରେ ପାଇଲଟ ରୁସର ଏକ ଛୋଟ ସହରରେ ଥିବା ଏକ ଏୟାରପୋର୍ଟରେ ପ୍ଳେନକୁ ସୁରକ୍ଷିତ ତଳକୁ ଓଲହାଇ ଦେଲେ । ଏହିଭଳି ଭାବରେ ଦୁଇ ଜଣ ପାଇଲଟଙ୍କ ବୁଦ୍ଧିମତା ଓ ସାହସ ବଳରେ ପ୍ଲେନରେ ଥିବା ସବୁ ଯାତ୍ରୀଙ୍କ ଜୀବନ ବଞ୍ଚି ଗଲା ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।