ଉଚ୍ଚ ରକ୍ତଚାପ କେମିତି କରିବେ ନିୟନ୍ତ୍ରଣ ? Prof Dr. Srikant Kumar Dhar ଙ୍କ ବିଶେଷ ଟିପ୍ପଣୀ

ରକ୍ତ ଆମ ଶରୀରର ଏକ ଅଭିନ୍ନ ଅଙ୍ଗ । ଆମ ଶରୀରରେ ରକ୍ତ ପ୍ରବାହ ଥିଲେ ଆମ ଜୀବନ ବଞ୍ଚି ରୁହେ । କିନ୍ତୁ ରକ୍ତ ଚାପ ଅଧିକ ବଧିଗଲେ ତାକୁ ଉଚ୍ଚ ରକ୍ତଚାପ ବୋଲି କହିଥାଉ । ଆଜିକାଲି ଉଚ୍ଚ ରକ୍ତଚାପ ଏକ ବଡ ସମସ୍ଯା, କାରଣ ଏହା ହେଉଛି ଅଧିକାଂଶ ରୋଗର ମୂଳ କାରଣ । ତେବେ କାହିଁକି ହେଉଛି ଉଚ୍ଚ ରକ୍ତଚାପ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ଆସନ୍ତୁ ଜାଣିବା ବିଶିଷ୍ଟ ମେଡ଼ିସିନ ସ୍ପେଶାଲିଷ୍ଟ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ଠାରୁ ।

ଭାରତରେ ପ୍ରାୟ ତିନି ଜଣରୁ ଜଣଙ୍କୁ ଉଚ୍ଚ ରକ୍ତଚାପ ଥିବା ଦେଖାଯାଏ । ରକ୍ତଚାପ ୧୨୦ ରୁ ଉର୍ଦ୍ଧ୍ଵ ରହିଲେ ଏହାକୁ ଉଚ୍ଚ ରକ୍ତଚାପ ବୋଲି କୁହାଯାଏ । କିନ୍ତୁ ଯେତେବେଳେ ରକ୍ତଚାପ ୯୦ରୁ ଉର୍ଦ୍ଧ୍ଵ ରହୁଥିବ ସେତେବେଳଠୁ ସତର୍କ ହୋଇଯିବା ଆବଶ୍ୟକ ରହିଛି । ସାରା ଦୁନିଆର ୧୧ ପ୍ରତିଶତ ଉଚ୍ଚ ରକ୍ତଚାପ ରୋଗୀ କେବଳ ଭାରତରେ ଦେଖାଯାନ୍ତି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ୫୦ରୁ ୭୦ ପ୍ରତିଶତ ଲୋକ ତାଙ୍କ ଦେହରେ ଉଚ୍ଚ ରକ୍ତଚାପ ରହିଛି ବୋଲି ଜାଣି ନଥାନ୍ତି ।

ଉଚ୍ଚ ରକ୍ତଚାପ ଥିଲେ ଚିକିତ୍ସା ପଦ୍ଧତିରେ ରହିବା ନିହାତି ଆବଶ୍ୟକ । ଅନେକ ଲୋକଙ୍କ ବୟସ ବଢିବ ହେତୁ କିମ୍ବା ବଂଶଗତ କାରଣରୁ ଏହି ସମସ୍ଯା ଦେଖା ଦେଇଥାଏ । କିନ୍ତୁ ଏହା ବ୍ଯତୀତ ଅନିୟମିତ ଜୀବନଶୈଳୀ, ଅଧିକ ମାତ୍ରାରେ ମାଦକ ଦ୍ରବ୍ୟ ସେବନ, ଧୂମ୍ରପାନ, ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ଯ ଖାଇବା, ମେଦ ବହୁଳତା ଓ ବ୍ୟାୟାମ ନ କରିବା ଅଧି ଯୋଗୁଁ ଉଚ୍ଚ ରକ୍ତଚାପ ସମସ୍ଯା ଦେଖା ଦେଇଥାଏ ।

ଏହି ସବୁ କାରଣ ବା ଅଭ୍ଯାସକୁ ପରିବର୍ତ୍ତନ କରିବା ଦ୍ଵାରା ଆପଣ ଉଚ୍ଚ ରକ୍ତଚାପ ସମସ୍ଯାକୁ ଅନେକ ମାତ୍ରାରେ ରୋକିପାରିବେ ବା କମ୍ କରିପାରିବେ । ସବୁବେଳେ ଅତ୍ୟଧିକ ଚିନ୍ତା ଏବଂ ବ୍ୟସ୍ତତା ମଧ୍ୟରେ ରହିବା ଦ୍ଵାରା କିମ୍ବା ଅଧିକ ଲୁଣ ଖାଇବା ଦ୍ଵାରା ମଧ୍ୟ ଉଚ୍ଚ ରକ୍ତଚାପ ବଢିପାରେ । ତେଣୁ ଉଚ ରକ୍ତଚାପ ରୋଗୀଙ୍କୁ ଲୁଣ ଖାଇବାକୁ ମନା କରାଯାଏ । ଏହା ବ୍ଯତୀତ ଆଉ କିଛି ରୋଗ ଥିଲେ ମଧ୍ୟ ରକ୍ତଚାପ ବଢିଥାଏ । ଏହି କ୍ଷେତ୍ରରେ ସେହି ରୋଗର ଚିକିତ୍ସା କଲେ ରକ୍ତଚାପ ବୃଦ୍ଧିକୁ ରୋକିହେବ ।

ଉଚ୍ଚ ରକ୍ତଚାପ ଥିଲେ ଯେ ପର୍ଯ୍ୟନ୍ତ ଆପଣଙ୍କ ଶରୀର ସହ୍ୟ କରିପାରୁଛି ସେ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଯେତେବେଳେ ଶରୀର ଆଉ ସହ୍ୟ କରିପାରେ ନାହିଁ ସେତେବେଳେ ମୁଣ୍ଡ ବ୍ୟଥା ହେବା, ମୁଣ୍ଡା ଜାମ୍ ଲାଗିବା, ଅବଶ ଲାଗିବା, ଚାଲିବାରେ ଅସୁବିଧା ହେବା ଆଦି ଲକ୍ଷଣ ଦେଖା ଯାଇଥାଏ ।

ତେଣୁ ପ୍ରାରମ୍ଭିକ ଷ୍ଟେଜରେ ଏହାକୁ ପରୀକ୍ଷା କରି ଯଦି ଯଦି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରିବେ ଓ ଏକ ସୁସ୍ଥ ଜୀବନଶୈଳୀ ବ୍ଯତୀତ କରିବେ ତେବେ ଉଚ୍ଚ ରକ୍ତଚାପ ଭଳି ସମସ୍ଯାକୁ ଏଡାଇ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।