ମୁଁ ଆଗରୁ ବି ଚାହିଁଥିଲି ଆଜି ବି ଚାହୁଁଛି, ତୁରନ୍ତ ଫେରି ଆସ ନହେଲେ ତୁମର ଯାହା ସିକ୍ରେଟ ରଖିଛି ସେଗୁଡା… ଧମକ ଦେଲେ ଧାରଣାରେ ବସିଥିବା ବୋହୂ Sasmita Moharana

ପୁଣି ଥରେ ଶାଶୁଘର ସାମ୍ନାରେ ଧାରଣାରେ ବସିଲେ ଆଉ ଜଣେ ବୋହୂ । ଖାଲି ଏତିକି ନୁହେଁ ବରଂ ଶ୍ଵଶୁରଙ୍କ ନାଁରେ ସାଂଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି । ସ୍ଵାମୀ ଯଦି ଫେରି ତାଙ୍କୁ ଗ୍ରହଣ ନକରନ୍ତି ତେବେ ତାଙ୍କର ସବୁ ସିକ୍ରେଟ ଖୋଲିଦେବେ ବୋଲି ଗଣମାଧ୍ୟମ ଜରିଆରେ ଧମକ ଦେଲେ ସ୍ତ୍ରୀ । ସ୍ଵାମୀ ଓ ଶ୍ଵଶୁରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିବା ସହ ଧାରଣାରେ ବସିଛନ୍ତି ବୋହୂ । ମହିଳାଜଣକ ହେଉଛନ୍ତି କଟକ ସାଲେପୁର ମାଛୁଆତି ଗାଁର ସନାତନ ମହାରଣାଙ୍କ ବୋହୂ ତଥା ଢେଙ୍କାନାଳର ସତ୍ୟନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣା ।

2020ରେ ବୈଦିକ ରୀତିନୀତିରେ ସୁଶେନ ମହାରଣାଙ୍କ ସହ ସସ୍ମିତାଙ୍କର ବିବାହ ହୋଇଥିଲା । ବାହାଘର ବେଳେ ଦାବି ମୁତାବକ ଯୌତୁକ ମଧ୍ୟ ଦିଆ ଯାଇଥିଲା । କିନ୍ତୁ ଶ୍ଵଶୁର ଘରଲୋକେ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ମାଗିଥିଲେ ବୋଲି ସସ୍ମିତା ଅଭିଯୋଗ କରିଛନ୍ତି । ଏପରିକି ଶ୍ଵଶୁର ସନାତନ ମହାରଣା ତାଙ୍କ ଉପରେ ଖରାପ ନଜର ରଖିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ସସ୍ମିତା ଶ୍ଵଶୁରଙ୍କ ନାଁରେ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି ।

ହେଲେ ସାଲେପୁର ପୋଲିସ ତାଙ୍କୁ ନ୍ୟାୟ ଦେବାରେ ବିଳମ୍ବ କରୁଥିବାରୁ ସସ୍ମିତା ବାଧ୍ୟ ହୋଇ କେତେଜଣ ମହିଳାଙ୍କୁ ଧରି ଶ୍ଵଶୁର ଘର ଆଗରେ ଧାରଣାରେ ବସିଛନ୍ତି । ତାଙ୍କ କହିବା ଅନୁଯାୟୀ, ସେମାନେ 10 ଲକ୍ଷ ଟଙ୍କା, ହୋଣ୍ଡା କାର୍, ଜମି ଆଦି ମାଗିଥିଲେ । ଶେଷରେ ଶ୍ଵଶୁରଙ୍କ ପାଖରେ ବୋହୂକୁ ଛାଡି ପଳେଇଯିବାର ଯୋଜନା କରିଥିଲେ ।

ଯେଉଁଥି ପାଇଁ ସସ୍ମିତାଙ୍କ ଗର୍ଭ ନଷ୍ଟ କରିବା ସହ ତାଙ୍କ ଜୀବନ ସହ ଖେଳିଥିବା ସେ ଅଭିଯୋଗ କରିଛନ୍ତି । ତେବେ ସନାତନ ମହାରଣା କିମ୍ବା ତାଙ୍କ ପୁଅ ତଥା ସସ୍ମିତାଙ୍କ ସ୍ଵାମୀ ମାସେ ହେଲାଣି ଫେରାର ଅଛନ୍ତି । ସ୍ଥାନୀୟ ବାସିନ୍ଦା ସସ୍ମିତାଙ୍କୁ ସମର୍ଥନ କରି ତାଙ୍କ ସହ ଧାରଣାରେ ବସିଛନ୍ତି । ଝିଅକୁ ନ୍ୟାୟ ନମିଳିବା ପର୍ଯ୍ଯନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସେମାନେ ସେଠାରେ ଧାରଣାରେ ବସିବେ ବୋଲି କହିଛନ୍ତି ।

ଏହାସହ ସସ୍ମିତା ସ୍ଵାମୀ ଓ ଶ୍ଵଶୁରଙ୍କ ବିରୋଧରେ ଅନେକ କିଛି ତଥ୍ୟ ରଖିଥିବା କହିଛନ୍ତି । ଯଦି ସ୍ଵାମୀ ଭଲରେ ନ ଆସନ୍ତି ତେବେ ସେ ଗଣମାଧ୍ୟମରେ ସେସବୁ ପ୍ରସାରିତ କରିଦେବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।