ଦେଖନ୍ତୁ Video: Viral ବୟ Trailokya ଙ୍କ ପରେ ଗୀତ ଗାଇ ପୁଣି ଭାଇରାଲ ହେଲେ ଦୁଇ ଭଉଣୀ, ଥରେ ଶୁଣନ୍ତୁ ଏହି ଗୀତ ପୁଣି ଥରେ ମନେ ପଡିଯିବ ପିଲାଦିନ

“ତୁମ ପରି ଛୋଟ ପିଲା ଟିଏ, ଗାଁ ଚାହାଳିର ଚାଟ ସିଏ, ଚେହେରାଟି ତା’ର ଡଉଲ ଡାଉଲ, ବୁଦ୍ଧିରେ ତା’ର ସରି କିଏ ।” ଏହି କବିତାକୁ ପିଲାଦିନେ ଆପଣ ଏତେ ପ୍ରାଞ୍ଜଳ ଭାବେ ମୁଖସ୍ଥ କରିଥିବେ ଯେ ଆଜି ବି ନିଶ୍ଚୟ ପାଟି ଆଗରେ ଥିବ । ସ୍କୁଲରେ ଗୁରୁଜୀ ଗୁରୁମାଙ୍କ ଭୟରେ ହେଉ ବା ମଜାରେ ହେଉ ଆପଣ ଅନେକ ଥର ସାଙ୍ଗମାନଙ୍କ ସହ ବଡ ପାଟିରେ ବୋଲିଥିବେ ଏହି କବିତା । ଆଉ ଗୁରୁଜୀ ବା ଗୁରୁମା ଏହି କବିତାର ଅର୍ଥ ଆପଣଙ୍କୁ ନିଶ୍ଚୟ ଏକ ଗପ ଭଳି ବୁଝାଇ ଦେଇଥିବେ ।

ଆମ ଓଡିଶାର ଗର୍ବ ଓ ଗୌରବ ମଧୁସୂଦନ ଦାସ ବା ମଧୁବାବୁଙ୍କ ଉପରେ ଲିଖିତ ଏହି କବିତା । କବିତାର ରଚୟିତା ହେଉଛନ୍ତି ଡାଃ ଜଗନ୍ନାଥ ମହାନ୍ତି । ତେବେ ଏହି କବିତାକୁ ଅତ୍ୟନ୍ତ ନିଆରା ଢଙ୍ଗରେ ପ୍ରଦର୍ଶନ କରିଛନ୍ତି ନୟାଗଡର ଏହି ଦୁଇ ଭଉଣୀ । ନୟାଗଡ ଦଶପଲ୍ଲାର ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରସ୍ତୁତ କରିଛି ଏହି ସୁନ୍ଦର କବିତା ଆବୃତି । ଯାହା ଏହି ଦୁଇ କୁନି କୁନି ଝିଅଙ୍କ କଣ୍ଠରେ ଖୁବ ସୁନ୍ଦର ଲାଗୁଛି ।

ଆପଣ ମଧ୍ୟ ସେମାନଙ୍କ ସହ କବିତାକୁ ନ ଗାଇ ରହି ପାରିବେନି । ଏହା ଆପଣଙ୍କ ପିଲାଦିନର ସମସ୍ତ ସ୍ମୁତିକୁ ଉଜାଗର କରିଦେବ । କବିତା ଆବୃତି ସହ ଗାଁ ର ଚକ ଗଡେଇବା, ବାଘ ବାକୁରୀ ଖେଳ ଓ ପାଳ ଛଣ ସହ ଖେଳ ଆଦି ଏବଂ ଗାଁ ର ଅନେକ ଦୃଶ୍ୟ ମଧ୍ୟ ଭି-ଡି-ଓ-ରେ ଦେଖାଇଛନ୍ତି । ଯାହା ଆପଣଙ୍କ ପିଲାଦିନର ସାଙ୍ଗସାଥି ଖେଳ, ବୁଲାବୁଲି, ଗାଁ ଦାଣ୍ଡ ଆଦି ସବୁ ମନେ ପଡିଯିବ । ଆଉ ଆପଣ ଯଦି ପିଲାଦିନରୁ ସହରରେ ବଢିଛନ୍ତି ତେବେ କେବେ ନା କେବେ କେଉଁ ଗାଁ କୁ ତ ନିଶ୍ଚୟ ଯାଇଥିବେ ।

ନଚେତ ଏହି କବିତା ଆବୃତି ଭି-ଡି-ଓ-ରୁ ହିଁ ଆପଣ ଗାଁ ର ସୁନ୍ଦରତା ମଧ୍ୟ ଦେଖିପାରିବେ । ଏହି କବିତା ଆମକୁ ମଧୁବାବୁଙ୍କ ପରି ଭଲ ପାଠ ପଢି ଭଲ ମଣିଷ ହୋଇ ବଢିବା ପାଇଁ ପିଲାଟି ଦିନରୁ ପ୍ରେରଣା ଦେଇ ଆସିଛି । ଆପଣଙ୍କୁ ଏହି ଦୁଇ କୁନି ଝିଅଙ୍କ କବିତା ଆବୃତି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।