ଯେତେବେଳେ 7 ବର୍ଷ ପରେ ସିଂହ ନିଜ ମାଲିକକୁ ଦେଖିଲା, ଆଉ ତା ପରେ ଯାହା ହେଲା… ଦେଖନ୍ତୁ ପୁରା video

କୁହାଯାଏ କି ପଶୁମାନେ ମଣିଷ ଠାରୁ ମଧ୍ୟ ଅଧିକ ବିଶ୍ଵସ୍ତ ହୋଇଥାନ୍ତି । ନିଜ ବିଶ୍ବସ୍ତତା ତୁଲାଇବା ପାଇଁ ଏମାନେ ନିଜ ଜୀବନ ଦେବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଆଉ ମଣିଷ ତ ଏତେ ବେଇମାନ ହୋଇଥାଏ ଯେ, ଯେଉଁ ଥାଳିରେ ଖାଏ ସେହି ଥାଳିରେ ବି ଗୋଇଠା ମାରିବାକୁ କୁଣ୍ଠାବୋଧ କରେ ନାହିଁ । ଏମିତି ବେଇମାନ ମଣିଷ ବନ୍ଧୁଙ୍କ ଠାରୁ ହଜାର ରୁ ଲକ୍ଷ ଗୁଣ ଉତ୍ତମ ଅଟନ୍ତି ଏହି ପଶୁମାନେ । ଦରକାର ପଡିଲେ ହିଂସ୍ର ପଶୁ ଟିଏ ମଧ୍ୟ ଏତେ ଭଲ ବନ୍ଧୁ ହୋଇଯାଏ ଆପଣ କେବେ କଳ୍ପନା ମଧ୍ୟ କରି ପାରିବେ ନାହିଁ।

ଏହିପରି ହୁଏତ ଅନେକ ପଶୁଙ୍କ ବିଶ୍ବସ୍ତତା କାହାଣୀ ଆପଣ ପୂର୍ବରୁ ଶୁଣିଥିବେ । ଆଜି ଆମେ ଆପଣଙ୍କୁ ଏହିପରି ଗୋଟିଏ ସିଂହର କାହାଣୀ ଶୁଣାଇବାକୁ ଯାଉଛୁ । ଆପଣ କଣ କେବେ ବିଶ୍ବାସ କରି ପାରିବେ କି ଗୋଟିଏ ସିଂହ ମଧ୍ୟ ମଣିଷର ବନ୍ଧୁ ହୋଇପାରେ ବୋଲି ? ଆଜ୍ଞା ହଁ, ଏପରି ହୋଇ ସାରିଛି । ରଦରଫୋର୍ଡ ନାମକ ଏହି ବ୍ବ୍ୟକ୍ତି ଜଣକ ଗୋଟିଏ ସିଂହକୁ ଛୋଟ ବେଳୁ ପାଳିଥିଲେ । ସିଂହଟିର ନାମ କିଆରା ରଖିଥିଲେ ।

ସେମାନଙ୍କ ମଧ୍ୟରେ ବହୁତ ପ୍ରେମ ଥିଲା ଓ ଖୁବ ଭଲ ବନ୍ଧୁ ମଧ୍ୟ ଥିଲେ । କିନ୍ତୁ କୌଣସି କାମରେ ରଦରଫୋର୍ଡଙ୍କୁ ୭ ବର୍ଷ ପାଇଁ ବିଦେଶ ଯିବାକୁ ପଡିଥିଲା। କିନ୍ତୁ ଯେତେବେଳେ ସେ ପୁନର୍ବାର ଫେରିଥିଲେ କିଆରା ପାଖକୁ, ତା ସହ ଭେଟିବାର ସେହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ । ଦୀରଘର ସାତ ବର୍ଷ ପରେ ମଧ୍ୟ ସିଂହଟି ତାଙ୍କୁ ଦେଖି ଖୁସିରେ ଡେଇଁ ପଡିଥିଲା ତାଙ୍କ ଉପରକୁ ।

ଆଉ ରଦରଫୋର୍ଡଙ୍କୁ ଖୁବ ଗେଲ କରିବା ସହ ଖେଳିବାକୁ ମଧ୍ୟ ଲାଗିଲା । ଏହା ଦେଖି ଆପଣ ବୁଝି ପାରୁଥିବେ କି ଦୁନିଆରେ ମଣିଷ ଏବଂ ପଶୁ ସମସ୍ତଙ୍କୁ ପ୍ରେମର ଆବଶ୍ୟକ ଅଟେ । ଆଉ ଆପଣଙ୍କ ମନରେ କାହା ପ୍ରତି ସତ ପ୍ରେମ ଥିଲେ, ପଶୁଟି ଯେତେ ହିଂ-ସ୍ର ହୋଇଥିଲେ ମଧ୍ୟ ଆପଣଙ୍କ ବନ୍ଧୁ ହୋଇଯିବ । ଆପଣଙ୍କୁ ଏହି ସିଂହଟିର ବିଶ୍ବସ୍ତତା ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ