ଘରକୁ ଯଦି ଆସୁଅଛି ସଙ୍କଟ ତ ତୁଳସୀ ଗଛ ଆପଣଙ୍କୁ ଦେଇଥାଏ ଏହାର ପୂର୍ବ ସଂକେତ, ଜାଣନ୍ତୁ କେମିତି

ହିନ୍ଦୁ ଧର୍ମରେ ଏମିତି ବହୁତ କଥା କୁହାଯାଇଛି, ଯାହା ଦ୍ଵାରା ଆପଣମାନେ ଜାଣି ପାରିବେ କି ଆସନ୍ତା ସମୟରେ କଣ ହେବାର ଅଛି । ଏହି କଥାର ସଂକେତ ଆପଣଙ୍କୁ ପୂର୍ବରୁ ହିଁ ମିଳିଯାଏ । କିନ୍ତୁ ଆମେ ଏହି କଥା ଉପରେ ଅଧିକ ଧ୍ୟାନ ଦେଇ ନ ଥାଉ । ଏମିତି ବହୁତ ଘଟଣା ଆମ ସାମ୍ନାରେ ଘଟିଥାଏ ଯାହା ଆମକୁ ସଂକେତ ଦେଇଦିଏ ।

କହିବାକୁ ଗଲେ ଶାସ୍ତ୍ରରେ ଏମିତି ବହୁତ ଖରାପ ସଂକେତ ବିଷୟରେ କୁହା ଯାଇଛି ଯେଉଁଥିରେ ବିଲେଇ ରାସ୍ତା କାଟିବା, ଖାଲି ବାଲ୍ଟି ଦେଖିବା, ପଛରୁ ଡାକିବା ଯଦି ଏହିଭଳି କିଛି ହୋଇଥାଏ ତେବେ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ସହିତ କିଛି ଖରାପ ହେବାର ଅଛି । ଏହି ସମସ୍ତ ମଧ୍ୟରେ ତୁଳସୀ ଗଛ ବି ଆମକୁ କିଛି ସଂକେତ ଦେଇଥାଏ ।

Image courtesy: Google

ସମସ୍ତ ହିନ୍ଦୁଙ୍କ ଘରେ ତୁଳସୀ ଗଛ ନିଶ୍ଚିତ ରଖାଯାଏ । ତୁଲସୀ ଗଛ ଘରେ ରଖିବା ଶୁଭ ହୋଇଥାଏ । ତୁଳସୀ ଗଛର ସକାଳେ ଓ ସନ୍ଧ୍ୟା ସମୟରେ ପୂଜା ଅର୍ଚନା ବି କରାଯାଏ । ତୁଳସୀ ଗଛ ଏକ ଏମିତି ଗଛ ଅଟେ ଯାହା ବହୁତ ସମ୍ବେଦନଶୀଳ ହୋଇଥାଏ । ତୁଳସୀ ଗଛ ବିଷୟରେ ଏମିତି କୁହାଯାଏ କି ଯଦି ଆପଣଙ୍କର ଘର ପରିବାର ଉପରେ କୌଣସି ବି ପ୍ରକାରର ସଙ୍କଟ ଆସିଥାଏ ତେବେ ଏହାର ସଂକେତ ତୁଳସୀ ଗଛ ପୂର୍ବରୁ ହିଁ ଦେବାକୁ ଲାଗିଥାଏ ।

Image courtesy: Google

ଯଦି ଆପଣଙ୍କ ଘରର ତୁଳସୀ ଗଛ ଶୁଖିବାକୁ ଲାଗିଥାଏ କିମ୍ବା ତାହାର ପତ୍ର ଝଡିବାକୁ ଲାଗେ ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ କୌଣସି ସମସ୍ୟା ଆସିବାର ଅଛି । ଆଜି ଆମେ ଆପଣମାନଙ୍କୁ ତୁଳସୀର ଏହିଭଳି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହା ସାହାର୍ଯ୍ୟରେ ଆପଣ ଖରାପ ସମୟରୁ ବି ନିଜକୁ ବଞ୍ଚାଇ ପାରିବେ ।

Image courtesy: Google

ତୁଳସୀ ଗଛର ଉପାୟ

କହିଦେଉଛୁ କି ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଘରେ ବାସ୍ତୁ ଦୋଷ ଅଛି ତେବେ ଏହି ସ୍ଥିତିରେ ଆପଣ ନିଜଘରର ଦକ୍ଷିଣ ଦିଗରେ କିମ୍ବା ଉତ୍ତର ଦିଗରେ ତୁଳସୀ ଗଛ ଲଗାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରର ବାସ୍ତୁଦୋଷ ଦୂର ହୋଇଯିବ ।

ଯଦି ଆପଣ ବହୁତ ଚେଷ୍ଟା ଓ ପରିଶ୍ରମ କରିବା ପରେ ବି ଆପଣଙ୍କ କାରୋବାରରେ ଉନ୍ନତି ହେଉନାହିଁ ଓ ସମସ୍ୟାର ସମଧାନ ହେଉନାହିଁ ତେବେ ଏମିତିରେ ଆପଣ ନିଜ ଘରର ଦକ୍ଷିଣ ପଶ୍ଚିମ ଦିଗରେ ତୁଳସୀ ଗଛ ଲଗାନ୍ତୁ । ଏହା ସହିତ ଶୁକ୍ରବାର ଦିନ ସକାଳୁ ଉଠି ତୁଳସୀ ଗଛକୁ କଞ୍ଚା କ୍ଷୀର ଓ ମିଠାର ଭୋଗ ଲଗାନ୍ତୁ ।

Image courtesy: Google

ଏହା ପରେ ସେହି ଭୋଗକୁ କୌଣସି ବିବାହିତ ସ୍ତ୍ରୀଙ୍କୁ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ କାରୋବରରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।