ଏହିପରି କରନ୍ତୁ ତୁଳସୀ ପୂଜା, ଅଳ୍ପ ଦିନରେ ହେଇଯିବେ ଧନୀ- Ajira Anuchinta

ତୁଳସୀର କିଛି ଖାସ ଓ ଚମତ୍କାରୀ ପ୍ରୟୋଗ ବିଷୟରେ ଜାଣିବା । ଯାହା କରିବା ଦ୍ଵାରା ଆପଣଙ୍କ ଜୀବନ ଧନ ଓ ସୁଖସମୃଦ୍ଧି ରେ ଭରିଯାଇଥାଏ । ସମସ୍ତଙ୍କ ଘରେ ତୁଳସୀ ଗଛ ନିଶ୍ଚୟ ଭାବରେ ରହିଥାଏ । କିନ୍ତୁ ସମସ୍ତଙ୍କୁ ଏହାର ଚମତ୍କାରୀ ଗୁଣ ବିଷୟରେ ଜଣାନଥିବା କାରଣରୁ କେହି ଲାଭ ଉଠାଇ ପାରନ୍ତି ନାହିଁ । ଆଜି ଆମେ ସେହି ଚମତ୍କାରୀ ଗୁଣ ବିଷୟରେ ଆଲୋଚନା କରିବା । ଘରେ ତୁଳସୀ ଗଛ ଲଗାଇବା ପୂର୍ବରୁ ତାହାର ଦିଗ ବିଷୟରେ ଧ୍ୟାନ ରଖନ୍ତୁ । କେତେକ ଲୋକ ଭୁଲ ଦିଗରେ ତୁଳସୀ ଗଛ ଲଗାଇଥାନ୍ତି । ଯାହା କାରଣରୁ ଘରେ ଅଯଥା କଳହ ଓ ଅସାନ୍ତି ଦେଖାଯାଇଥାଏ ।

ଏବଂ ଏହାସହ ଘରକୁ ଦୁଃଖ କଷ୍ଟ ମଧ୍ୟ ଆସିଥାଏ । ରୋଜଗାର କ୍ଷେତ୍ର ରେ ସମସ୍ୟା ଦେଖାଯାଇଥାଏ । ଧନ ଆସିବାର ରାସ୍ତା ବନ୍ଦ ହୋଇ ଯାଇଥାଏ । ତୁଳସୀ ଗଛ ସବୁବେଳେ ପୂର୍ବ, ଉତ୍ତର କିମ୍ବା ଉତ୍ତରପୂର୍ବ ଦିଗରେ ରହିବା ଉଚିତ ।

କିନ୍ତୁ ଭୁଲରେ ବି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖନ୍ତୁ ନହିଁ । କାରଣ ଏହି ଦିଗରେ ତୁଳସୀ ଗଛ ରହିବା ଦ୍ଵାରା ଘରେ ନକରାତ୍ମକ ଉର୍ଜ୍ଜାର ସଂଚାର ହୋଇଥାଏ । ଯାହାର ପ୍ରଭାବ ଘରର ସମସ୍ତ ଲୋକଙ୍କ ଉପରେ ପଡିଥାଏ । ଓ ଏହି କାରଣରୁ ଘରେ କଳହ ସୃଷ୍ଟି ହୋଇହାଏ ।

ଭଗବାନ ଶ୍ରୀକୃଷ୍ଣ ତୁଳସୀକୁ ମାତା ଲକ୍ଷ୍ମୀ ସ୍ୱରୂପ ବୋଲି କହିଛନ୍ତି । ଓ ବିଷ୍ଣୁ କହିଛନ୍ତି ଯେଉଁ ମନ୍ୟୁଷ ସ୍ବଚ୍ଛ ମନ ଓ ଶୁଦ୍ଧପୂତ ହୋଇ ତୁଳସୀ ର ଭକ୍ତି ଓ ପୂଜା କରିଥାଏ ତାର ଜୀବନରେ ଧନଲକ୍ଷ୍ମୀ ର କେବେ ବି ଅଭାବ ହୋଇନଥାଏ । ଯଦି ଆପଣ ତୁଳସୀ ଗଛ ମୂଳରେ ପ୍ରତିଦିନ ଜଳ ଅର୍ପଣ କରୁଥାନ୍ତି ତେବେ ଆପଣଙ୍କ ଗ୍ରହ ଦୋଷ ଦୂର ହୋଇଥାଏ । ଯଦି ଆପଣଙ୍କର ସମସ୍ତ କାର୍ଯ୍ୟରେ ବାଧା ଆସୁଥାଏ ତେବେ ଆପଣ ସର୍ବେ ପ୍ରଥମେ ନିଜ ଘରର ତୁଳସୀ ଗଛର ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

ଓ ଏହାପରେ ତୁଳସୀ ଗଛରେ ପାଣି ଦେଇ ୧୦୮ ଥର ପରିକ୍ରମା କରନ୍ତୁ । ଏହିପରି ଭାବେ ୧୧ଦିନ କରିବା ଦ୍ଵାରା ଆପଣଙ୍କ ସମସ୍ତ ଗ୍ରହ ଦୋଷ ଦୂର ହେବା ସହ ମାତା ତୁଳସୀ ଙ୍କର ବିଶେଷ କୃପା ମିଳିଥାଏ । ଯାହା ଦ୍ଵାରା ଆପଣଙ୍କ ଗ୍ରହଦୋଷ ଦୂର ହୋଇଥାଏ ଓ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ।

ଯଦି ଆପଣଙ୍କ କାଳସର୍ପ ଓ ପିତୃ ଦୋଷ ଥାଏ ତେବେ ଆପଣ ଏକ ତୁଳସୀ ଗଛ ରୋପଣ କରନ୍ତୁ । ଏବଂ ତାହାର ମୂଳରେ ଏକ ରୂପା ମୁଦ୍ରାଟିଏ ପୋତିଦିଅନ୍ତୁ । ଏହାପରେ ପ୍ରତିଦିନ ସେହି ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ । ଗଛ ବଢିବ ସହ ଆପଣଙ୍କର ଥିବା ଦୋଷ ଗୁଡିକ କମିଯାଇଥାଏ । ଏହା ଦ୍ଵାରା ତୁଳସୀ ଙ୍କ ସହ ମାଲକ୍ଷ୍ମୀ ଙ୍କ ଅଶେଷ କୃପା ପ୍ରାପ୍ତ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।