କରନ୍ତୁ ତୁଳସୀ ଗଛର ଏହି ଛୋଟ ଉପାୟ, ମିଳିବ କଳସର୍ପ ଦୋଷରୁ ମୁକ୍ତି, ହେବ ଧନ ଲାଭ

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର କୁହା ଯାଇଥାଏ । ଯାହାର ଘରର ଆଗରେ ତୁଳସୀ ଗଛ ଲଗା ଯାଇଥାଏ ସେହି ଘରୁ ସବୁବେଳେ ନକାରାତ୍ମକ ଶକ୍ତି ଦୂରେଇ ରହିଥାଏ ଏବଂ ସକାରତମକ ଊର୍ଜା ପ୍ରେବେଶ କରି ଥାଏ । ତୁଳସୀ ଗଛକୁ ଘରେ ଲଗାଇବା ଦ୍ଵାରା ପରିବାରର ଲୋକଙ୍କ ଉପରେ କୌଣସି ପ୍ରକାରର ସଙ୍କଟ ଆସି ନଥାଏ ।

କିନ୍ତୁ କେତେକ ଲୋକଙ୍କ ଜାତକରେ ବିଭିନ୍ନ ପ୍ରକାରର ଦୋଷ ଥାଏ ସେଥି ମଧ୍ୟରୁ ଏକ କାଳସର୍ପ ଦୋଷ ଅଟେ । ଏଥିରୁ ବଞ୍ଚିବା ପାଇଁ ଲୋକମାନେ ପ୍ରାୟତଃ ମହଙ୍ଗା ରତ୍ନ ଧାରଣ କରିଥାନ୍ତି । ଏହା ସହିତ ପୂଜାପାଠ ବି କରନ୍ତି ତାଥାପି ଏହି ସମସ୍ୟାରୁ ସେମାନେ ବଞ୍ଚି ପାରନ୍ତି ନାହିଁ ।

ଯଦି ଆପଣଙ୍କ ଜୀବନରେ କାଳସର୍ପ ଦୋଷର ପ୍ରଭାବ ଅଛି ତେବେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୁଳସୀ ଗଛର କିଛି ଖାସ ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣାଇବା ଦ୍ଵାରା ଆପଣ କାଳସର୍ପ ଦୋଷରୁ ବଞ୍ଚି ପାରିବେ । ଏହା ସହିତ ଆପଣଙ୍କର ବିଭିନ୍ନ ସମସ୍ୟାର ସମାଧାନ ବି ହୋଇଯିବ ।

ଆସନ୍ତୁ ଜାଣିବା ତୁଳସୀ ଗଛର ଉପାୟ

·    ଯଦି ଆପଣଙ୍କର ଜାତକରେ କାଳସର୍ପ ଦୋଷ ଅଛି ତେବେ ଆପଣ ଏକ ଚାନ୍ଦିର ଛୋଟ ସାପ ତୁଳସୀ ଗଛର ମାଟିରେ ପୋତିଦିଅନ୍ତୁ ଏବଂ ଏହାକୁ ସବୁଦିନ ଧୂପ ଏବଂ ଦୀପ ଦିଅନ୍ତୁ କିମ୍ବା ଆପଣ ତୁଳସୀ ଗଛ ପାଖରେ ଏକ ଛୋଟ ଶିବଲିଙ୍ଗ ରଖି ସେଥିରେ ଏକମୁଖୀ ରୁଦ୍ରାକ୍ଷ ଅର୍ପିତ କରନ୍ତୁ । ଏହି ଉପାୟ ଗୁଡିକ ପାଳନ କରିବା ଦ୍ଵାରା ଆପଣ କାଳସର୍ପ ଦୋଷରୁ ବଞ୍ଚି ପାରିବେ ।

·    ଯଦି କୌଣସି ବ୍ୟକ୍ତିକୁ ସୋଭାଗ୍ୟ ପ୍ରାପ୍ତି କରିବାର ଅଛି ତେବେ ସେ ସବୁଦିନ ତୁଳସୀ ଗଛକୁ ଜଳ ଅର୍ପିତ କରିବାକୁ ପଡିବ ଏବଂ ସନ୍ଧ୍ୟା ସମୟରେ ଦେଶୀ ଘିଅର ଦୀପ ଲଗାନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

·    ଯଦି ଆପଣଙ୍କୁ ଧନ ପ୍ରାପ୍ତି କରିବାର ଅଛି ତେବ ଆପଣ ଗୁରୁବାର ଦିନ ତୁଳସୀ ଗଛର ମାଟିରେ ୧ ଟଙ୍କାର ମୁଦ୍ରାକୁ ପୋତି ଦିଅନ୍ତୁ ଏବଂ ତୁଳସୀ ଗଛକୁ ଲାଲି କପଡାରେ ଘୋଡନ୍ତୁ ।

·    ଯଦି ଆପଣ ତୁଳସୀ ଗଛରେ ଶାଳଗ୍ରାମର ପଥର କିମ୍ବା ମୂର୍ତି ରଖି ସବୁଦିନ ପୂଜା କରୁଛନ୍ତି ତେବେ ଆପଣ ସବୁ ପ୍ରକାରର ଦୋଷରୁ ବଞ୍ଚି ପାରିବେ ।