କୋଭିଡର ତୃତୀୟ ଲହରକୁ କିପରି ଏଡାଇ ପାରିବା ? ଦେଖନ୍ତୁ ଏନେଇ କଣ କହୁଛନ୍ତି Dr. Srikant Kumar dhar

ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ ମଧ୍ୟରେ ଭାରତରେ କୋଭିଡର ତୃତୀୟ ଲହର ଆସିବା ନେଇ ଆଶଙ୍କା କରୁଛନ୍ତ ବିଶେଷଜ୍ଞ ମାନେ । ତୃତୀୟ ଲହରକୁ ନେଇ ଏବେ ସମସ୍ତେ ଆତଙ୍କିତ । ତୃତୀୟ ଲାହାରେ ସିହୁମାନେ ଅଧିକ ମାତ୍ରାରେ ସଂକ୍ରମିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ କରୋନାର ଏହି ତୃତୀୟ ଲହରରୁ କିପରି ସୁରକ୍ଷିତ ରହିବେ > ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର କଣ କହୁଛନ୍ତି ଆସନ୍ତୁ ଜାଣିବା ।

ଗତ ବର୍ଷ ପ୍ରଥମ ଲହର ସମୟରେ ଆମେ କୋଭିଡ ନିୟମାବଳୀକୁ ଅନାଦେଖା କଲେ ଏବଂ ସଠିକ ଭାବେ ମାନିଲେ ନାହିଁ । ଯାହାଫଳରେ ଆମେ ଦ୍ଵିତୀୟ ଲହର ସଂକ୍ରମଣର ସମୁଖୀନ ହେଲେ । ନିୟମ ନ ମାନିବା ହେତୁ ଆମେ କୋଭିଡର ଡେଲ୍ଟା ଭ୍ୟାରିୟାଣ୍ଟ ସଂକ୍ରମଣ ବୃଦ୍ଧି ହେଲା ଓ ସେଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ଚାଲିଗଲା । ଯଦି ଆମେ ତୃତୀୟ ଲହରରୁ ସୁରକ୍ଷିତ ରହିବାକୁ ଚାହୁଁଛୁ ତେବେ ସେହି ସବୁ ଭୁଲକୁ ନ ଦୋହରାଇବା ଉଚିତ ହେବ ହେବ ବୋଲି କହୁଛନ୍ତି ଡାକ୍ତର ଶ୍ରୀକାନ୍ତ କୁମାର ଧର । ଏଥିପାଇଁ ଲୋକମାନେ ସରକାର ପ୍ରଣୟନ କରିଥିବା ସମସ୍ତ କୋଭିଡ ନିୟମାବଳୀ ପାଳନ କରିବେ ଓ ପ୍ରଥମେ ନିଜେ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେନେଇ ସଚେତନ ହେବେ ।

ଏହାସହ ବାହାରେ ଅଧିକ ଭିଡ ଏବଂ ସଂକ୍ରମଣ ହେଉଥିବା ସ୍ଥାନକୁ ଯିବେ ନାହିଁ, ଏହି ସବୁ ପ୍ରତି ସଜାଗ ହେବେ । କୋଭିଡର ଯେଉଁ ତିନୋଟି ଉପାୟ ଅଛି ଯାହା ଦ୍ଵାରା କୋଭିଡ ସଂକ୍ରମଣକୁ ଆମେ ପ୍ରତିହତ କରୁଛୁ ବା ଯାହାକୁ SMS ବୋଲି କୁହାଯାଉଛି, ଯଥା ସୋସିଆଲ ଡିଷ୍ଟାନ୍ସ, ମାସ୍କ ଏବଂ ସାନିଟାଇଜର ଆଡିକୁ ବଳବତ୍ତର ରଖିଲେ ସମ୍ଭବତଃ ତୃତୀୟ ଲହରକୁ ଆମେ ଏଡାଇ ଦେଇପାରିବା । ଟୀକା ନେଇ ନଥିବା ତଥା ୧୮ ବର୍ଷରୁ କମ ପିଲାମାନେ ଏଥର ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି ବୋଲି ଆକଳନ କରାଯାଉଛି ।

ସେଥିପାଇଁ ପିଲାଙ୍କୁ କିପରି ସଂକ୍ରମଣ ନ ହେବ, ଅତି ଦରକାର ନଥିଲେ ବାହାରକୁ ଯିବେ ନାହିଁ, ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବା ସହ କୌଣସି ପ୍ରକାର ଧାର୍ମିକ ଏବଂ ରାଜନୈତିକ ସମାବେଶକୁ ଲୋକ ଯେପରି ନଯିବେ କି ଛୋଟ ଛୁଆଙ୍କୁ ମଧ୍ୟ ନେବେ ନାହିଁ ଏଥିପ୍ରତି ମଧ୍ୟ ସଜାଗ ରହିବା ଉଚିତ । ଆଗତ ଦିନରେ ପିଲାମାନଙ୍କୁ ଟୀକାକରଣ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେପର୍ଯ୍ୟନ୍ତ କିପରି ସଚେତନ ରହିବା ପାଇଁ ସମସ୍ତେ ସଙ୍କଳ୍ପବଦ୍ଧ ହେବ ଆବଶ୍ୟକ ତାହେଲେ ଯାଇ ତୃତୀୟ ଲହରକୁ ଏଡାଯାଇ ପାରିବ । ଆପଣଙ୍କୁ ଆମ ପୋସ୍ତ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।