ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କଡା ଚେତାବନୀ ଦେଇଛନ୍ତି । ବାଇଡେନ କହିଛନ୍ତି କି ଋଷ ଯଦି ରାସାଯନିକ ଯୁଦ୍ଧାସ୍ତ୍ର ବ୍ୟବହାର କରେ ତେବେ ସେଥିପାଇଁ ତାକୁ ବହୁମୂଲ୍ୟ ଦେବାକୁ ଦେବାକୁ ପଡିବ । ଦୀର୍ଘ ୧୮ ଦିନ ହେବ ୟୁକ୍ରେନ ଉପରେ ଋଷ ଲଗାତାର ଆକ୍ରମଣ କରି ଚାଲିଥିବା ବେଳେ ଏହି ଯୁଦ୍ଧରେ ନାଟୋ ସାହାଯ୍ୟ କରୁ ବୋଲି ୟୁକ୍ରେନ ଲଗାତାର ଚାପ ପକାଇ ଆସୁଛି । କିନ୍ତୁ ୟୁକ୍ରେନର ଏହି ଦାବି ସହ ଏବେ ଯାଏଁ ବାଇଡେନ ଏକମତ ହୋଇ ନାହାନ୍ତି ।
ଯଦି ଏପରି ହୁଏ ତେବେ ବିଶ୍ବରେ ତୃତୀୟ ବିଶ୍ଵଯୁଦ୍ଧ ହେବାର ଆଶଙ୍କା ରହିଛି । ୟୁକ୍ରେନ ଓ ଋଷ ଯୁଦ୍ଧରେ ଜୈବିକ ଏବଂ ରାସାଯନିକ ଯୁଦ୍ଧାସ୍ତ୍ର ବ୍ୟବହାର ହେଉଛି ବୋଲି ଋଷିଆ ଅଭିଯୋଗ ଆଣିଛି । ହେଲେ ପାଶ୍ଚାତ୍ୟ ଦେଶଗୁଡିକ ପାଲଟା ଅଭିଯୋଗ କରିଛନ୍ତି । ୟୁକ୍ରେନ ରାଜଧାନୀ କିଭ ଅକ୍ତିଆର କରିବା ପାଇଁ ରୁଷୀୟ ସେନା ସଂଘର୍ଷ ଚଳାଇଛନ୍ତି । ଦେଶର ବହୁ ସହର ଦାଖଲ କରିବା ପରେ ଏବେ କିଭ ଦଖଲ ଏକମାତ୍ର ଟାର୍ଗେଟ ।
ଏହି ଯୁଦ୍ଧକୁ ପ୍ରାୟ ଦୁଇ ସପ୍ତାହରୁ ଊର୍ଦ୍ଧ୍ଵ ବିତି ଯାଇଥିବା ବେଳେ ଏବେବି ଚୁପ୍ ହେଉ ନାହିଁ ଋଷ । ଘନଘନ ମିଶାଇଲ ଓ ବୋମାମାଡରେ ଥରୁଛି ବନ୍ଦର ନଗରୀ ମାରିୟୁପୋଲ । ଏଠାରେ ଏକ ମସଜିଦରେ ୮୦ରୁ ଉର୍ଦ୍ଧ୍ଵ ଲୋକେ ଶରଣ ନେଇଥିବା ବେଳେ ଏହା ଉପରେ ଋଷ ବୋମାମାଡ କରିଥିବା ଅଭିଯୋଗ କରିଛି ୟୁକ୍ରେନ । ଏହି ମସଜିଦରେ ବହୁ ଛୋଟ ପିଲାଙ୍କ ସହ ତୁର୍କୀର କିଛି ନାଗରିକ ଥିବା ସୂଚନା ମିଳିଥିଲା ।
ସେପଟେ ୟୁକ୍ରେନର ଅନେକ ବିମାନ ଘାଟିକୁ ରକେଟ ମାଡରେ ଋଷ ଧ୍ଵଂସ କରିଦେଇଛି । ବର୍ତ୍ତମାନ ଦକ୍ଷିଣ ୟୁକ୍ରେନର ମେରିଟୋପୋଲ ଆଡକୁ ଋଷ ସେନା ମାଡି ଚାଲିଥିବା ବେଳେ ଏହି ସହରର ମେୟରଙ୍କୁ ଋଷ ଅପହରଣ କରି ନେଇଥିବା ମଧ୍ୟ ଅଭିଯୋଗ କରିଛି ୟୁକ୍ରେନ । ୟୁକ୍ରେନରେ ଥିବା ବହୁ ଜନବସତି ଉପରେ ସାଧାରଣ ଲୋକଙ୍କ ଉପରେ ଋଷ ଟାର୍ଗେଟ କରୁଥିବା ଅଭିଯୋଗ କରିଚାଲିଛି ୟୁକ୍ରେନ ।
ଏହି ଯୁଦ୍ଧରେ ଯଦି ନାଟୋ ଦେଶ ସାମିଲ ହୁଏ ତେବେ ଏହା ଯେ ତୃତୀୟ ବିଶ୍ଵଯୁଦ୍ଧର ରୂପ ନନେବ ଏହାକୁ ନେଇ କୌଣସି ସନ୍ଦେହ ନାହିଁ । ଏହାକୁ ଆଶଙ୍କା କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏଭଳି ଚେତାବନୀ ଦେଇଛନ୍ତି । ତେବେ ଦେଖାଯାଉ କେବେ ସରୁଛି ଏହି ଯୁଦ୍ଧ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।