ମାଟି ଏବଂ ଚାଳଛପର ଘର ମାନଙ୍କରେ ଗାତ କରି କିମ୍ବା ଅନେକ ଦିନ ଧରି ଗଦା ହୋଇ ରହିଥିବା ବିଭିନ୍ନ ଜିନିଷପତ୍ର ଭିତରେ ସାପ ଆରମରେ ରହିଯାନ୍ତି । ସେହିସବୁ ସ୍ଥାନ ମାନଙ୍କରେ ସେମାନେ ଅଣ୍ଡା ଫୁଟାଇ ଛୁଆ ଜନ୍ମ କରି ବଂଶ ବିସ୍ତାର କରନ୍ତି । କିନ୍ତୁ ସେହି ଘରେ ବାସ କରୁଥିବା ଲୋକଙ୍କ ପାଇଁ ଏହା ବିପଦଜନକ ହୋଇପାରେ । କାରଣ ବିଷଧର ସାପ କାମୁଡିବା ଦ୍ଵାରା ଶୋଇଥିବା ସମୟରେ ଅନେକଙ୍କ ମୃତ୍ୟୁ ହୋଇଯାଏ । ଆମ ଦେଶ ତଥା ରାଜ୍ୟରେ ସାପ କାମୁଡିବା ଯୋଗୁଁ ପ୍ରତିବର୍ଷ ହଜାର ହଜାର ଲୋକ ପ୍ରାଣ ହରାଇଥାନ୍ତି ।
ତେବେ ମାଟି ଗାତ କିମ୍ବା ଅଧକ ଜିନିଷପତ୍ର ରଖା ଯାଇଥିବା ସ୍ଥାନରୁ ସାପ ବାହାରିବା ଆପଣ ଅନେକ ଥର ଦେଖିଥିବେ । କିନ୍ତୁ କେବେ ଟ୍ରଙ୍କ ବା ବାକ୍ସ ଭିତରୁ ସାପ ବାହାରିବାର ଦେଖିଛନ୍ତି କି ? ସେ ବି ଭୟଙ୍କର ବିଷଧର ନାଗ ଏବଂ ନାଗୁଣୀ ! ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ଭଦ୍ରକ ଜିଲ୍ଲାରେ ପାହାଡିଆ ଅଞ୍ଚଳ ଏବଂ ଅନୁକୂଳ ପରିବେଶ ଯୋଗୁଁ ଅନେକ ପ୍ରଜାତିର ବିଷଧର ସାପ ଦେଖିବାକୁ ମିଳନ୍ତି । ଖାସ କରି ନାଗ ପ୍ରକାତିର ସାପ ଅଧିକ ଦେଖାଯାନ୍ତି ।
ନାଗ ସାପ କାମୁଡିଲେ ବଞ୍ଚିବା କଷ୍ଟକର ହୋଇଯାଏ, କାରଣ ଏହି ଏହି ସାପ ଦେହରେ ନ୍ୟୁରୋଟକ୍ସିନ ନାମକ ବିଷ ରହିଥାଏ । ଭଦ୍ରକରେ ସେଥିପାଇଁ ଉଭୟ ସାପ ଏବଂ ମଣିଷଙ୍କ ଜୀବନ ଉଦ୍ଧାର କରିବା ପାଇଁ ଅନେକ ସାପଧରାଳି ଅଛନ୍ତି । ମିର୍ଜା ଏମଡି ଆରିଫ ଭାଇ ସାପଙ୍କୁ ଉଦ୍ଧାର କରିବା ନେଇ ସବୁଠୁ ଅଧିକ ଲୋକପ୍ରିୟ । ସାପଙ୍କୁ ଉଦ୍ଧାର କରି ନେଇ ସେ ଦୂର ଜଙ୍ଗଲରେ ଛାଡି ଦିଅନ୍ତି ।
ନିକଟରେ ସେହିପରି ଏକ ପରିବାରକୁ ସାପ କାମୁଡା ଠାରୁ ରକ୍ଷା କରିବା ସହ ନାଗ ନାଗୁଣୀ ଉଭୟଙ୍କୁ ସେ ଉଦ୍ଧାର କରିଛନ୍ତି । ଉକ୍ତ ପରିବାର ଲୋକଙ୍କ କହିବା ଅନୁଯାୟୀ, ଘରର ପୁରୁଣା ଟ୍ରଙ୍କରେ କିଛି ପୁରୁଣା ଲୁଗାପଟା ରଖିଥିଲେ । କିଛିଦିନ ହେବ ନାଗ ନାଗୁଣୀ ଘରକୁ ଆସି ସେହି ଟ୍ରଙ୍କ ଭିତରେ ରହୁଥିଲେ । ସେମାନେ ଭୟରେ କିଛି କରି ନଥିଲେ । କିନ୍ତୁ ଏହା ବିପଦଜନକ ବୋଲି ହୃଦୟଙ୍ଗମ କରିବା ପରେ ସେମାନେ ସ୍ଥାନୀୟ ସାପଧରାଳି ମିର୍ଜା ଭାଇଙ୍କୁ ଖବର ଦେଇଥିଲେ ।
ମିର୍ଜା ଭାଇ ଆସିବା ପରେ ପରିବାର ଲୋକେ ଶଙ୍ଖ ହୁଳହୁଳି ଦେଇଥିଲେ ଓ ମିର୍ଜା ଭାଇ ଅତ୍ୟନ୍ତ କୌଶଳର ସହ ସାପ ଦୁଇଟିଙ୍କୁ ଉଦ୍ଧାର କରି ବ୍ୟାଗରେ ପୁରାଇ ନେଇ ଯାଇଥିଲେ । ଏହି ଭିଡିଓ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି । ଟ୍ରଙ୍କ ଭିତରୁ ନାଗ ନାଗୁଣୀ ବାହାରିବା ଲୋକଙ୍କୁ ଖୁବ ଚକିତ କରିଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।