ଟ୍ରଂପ ଦେବାକୁ ଯାଉଛନ୍ତି ଭାରତକୁ ସବୁଠୁ ବଡ ଆର୍ଥିକ ଝଟକା ? ଜାଣନ୍ତୁ କଣ ହେବ ଏହି ନିଷ୍ପତିରେ ଭାରତ ଉପରେ ପ୍ରଭାବ…

ଯେଉଁଠି ଭାରତର ଏୟାର ଷ୍ଟ୍ରାଇକ ମାମଲାରେ ଆମେରିକା ଭାରତ ସହିତ ଛିଡା ହୋଇଥିଲା, କିନ୍ତୁ ବର୍ତ୍ତମାନ ଆର୍ଥିକ ମାମଲାରେ ଆମେରିକା ଭାରତକୁ ଏକ ବଡ ଝଟକା ଦେବାକୁ ଯାଉଛି । ଏହାର ସଂକେତ ନିଜେ ଆମେରିକାର ରାଷ୍ଟ୍ରପତି ଟ୍ରଂପ ଦେଇଛନ୍ତି । କହିବାକୁ ଗଲେ ଟ୍ରଂପ ଭାରତକୁ ଜେନେରଲାଇଜ୍ଡ ସିସ୍ଟମ ଅଫ ପ୍ରିଫରେଂସ (GSP)ରୁ ବାହାର କରିବାର ବୟାନ ଦେଇ ଭାରତକୁ ଚିନ୍ତାରେ ପକାଇ ଦେଇଛନ୍ତି ।

ଟ୍ରଂପ ଆମେରିକାର ସଂସଦ କଂଗ୍ରେସର ବି ପତ୍ରକାରକୁ ଲେଖି ସୂଚିତ କରିଛନ୍ତି । ଯଦି ଟ୍ରଂପଙ୍କର ଏହି କଥା ସତ ଅଟେ ତେବେ ଆମେରିକା ବଜାରରେ ୫.୬ ବିଲିୟନ ଡଲାର ମୂଲ୍ୟର ଭାରତୀୟ ଉତ୍ପାଦ ପାଇଁ ଡ୍ଯୂଟୀ ଫ୍ରୀ ମାନେ ଶୁଳ୍କ ଫ୍ରୀ ଏଣ୍ଟ୍ରିର ଦ୍ଵାର ବନ୍ଦ ହୋଇଯିବ । ଏଥିରେ ଭାରତକୁ ଏକ ବଡ ଆର୍ଥିକ ଝଟକା ଲାଗିବ । ଟ୍ରଂପଙ୍କର କହିବା ଅଟେ କି ସେ ଭାରତ ପାଇଁ ଶୁଳ୍କ ଫ୍ରୀ ଟ୍ରୀଟମେଂଟକୁ ଶେଷ କରିବାର ଇଛା କରୁଛନ୍ତି ।

ଭାରତ ସହିତ ଆମେରିକା ତୁର୍କୀ ସହିତ ବି ଏହିଭଳି କାରୋବାରି ସମ୍ବନ୍ଧ ଶେଷ କରିବାକୁ ଯାଉଛି ।

କଣ ଅଟେ ଜୀଏସପୀ

ଜେନରଲାଇଜ୍ଡ ସିସ୍ଟମ ଅଫ ପ୍ରେଫରେଂସ ମାନେ ଜୀଏସପୀ ଆମେରିକାର ଟ୍ରେଡ ପ୍ରୋଗ୍ରାମ ଅଟେ । ଯାହାର ଅନୁସାରେ ଆମେରିକା ବିକାଶଶୀଳ ଦେଶରେ ଆର୍ଥିକ ଉନ୍ନତି ପାଇଁ ନିଜର ଏଠି ବିନା ଟାକ୍ସରେ ଜିନିଷ ଆମଦାନୀ କରିଥାଏ । ଆମେରିକା ଦୁନିଆର ୧୨୯ ଦେଶକୁ ଏହିଭଳି ସୁବିଧା ଦେଇଛି । ଯେଉଁଠି ୪୮୦୦ ପ୍ରୋଡକ୍ଟର ଆମଦାନୀ ହୋଇଥାଏ । ଆମେରିକା ଟ୍ରେଡ ଏକ୍ଟ ୧୯୭୪ ଅନୁସାରେ ୧ ଜାନୁୟାରୀ ୧୯୭୬କୁ ଜୀଏସପୀର ଗଠନ କରିଥିଲା ।

କଣ ଅଟେ ଟ୍ରଂପଙ୍କର ନିଷ୍ପତି

ଆମେରିକା ରାଷ୍ଟ୍ରପତି ଟ୍ରଂପ ଏହି ନିଷ୍ପତିର ୬୦ ଦିନ ନୋଟିଫିକେଶନ ପରେ ପଠାଇ ଦେଇଛନ୍ତି । ଜୀଏସପୀ ସମାପ୍ତ କରିବାର ଏହି ପ୍ରକ୍ରିୟା ଅଟେ । ବର୍ତ୍ତମାନ ଯଦି ଏମିତି ହୁଏ ତେବେ ଭାରତ ଏବଂ ତୁର୍କୀ ଦୁଇ ଦେଶର ପାଖାପାଖି ୨୦୦୦ ପ୍ରୋଡକ୍ଟ ଅଛି ଯେଉଁ ଗୁଡିକ ଉପରେ ଏହାର ପ୍ରଭାବ ପଡିବ । ଏଥିରେ ଅଟୋ ପାର୍ଟସ, ଇଂଡସ୍ଟ୍ରିୟଲ ବଲ୍ୱ ଏବଂ ଟେକ୍ସଟାଇଲ ମୈଟୀରିୟଲ ପ୍ରମୁଖ ଅଛି । କିନ୍ତୁ ଟ୍ରଂପ ଚାହିଁବେ ତ ଏହି ନିଷ୍ପତିକୁ ଫେରାଇ ବି ନେଇ ପାରିବେ ।

ଭାରତ ୨୦୧୭ରେ ଏକମାତ୍ର ବିକାସଶୀଳ ଦେଶ ଥିଲା ଯାହାକୁ ଏହି ଜିଏସପି ଦ୍ଵାରା ସବୁଠୁ ଅଧିକ ଲାଭ ମିଳିଥିଲା । ଆମେରିକା ଏପ୍ରିଲ ମାସରେ ହିଁ ଘୋଷଣା କରିଥିଲେ କି ଭାରତ ଏବଂ ତୁର୍କୀରୁ ମିଳୁଥିବା ଏହି ଲାଭ ଉପରେ ବିଚାର କରାଯିବ । ଆମେରିକା ଏହିଭଳି ବିଚାର ପଛରେ କାରଣ ହେଉଛି କି ଆମେରିକାର କିଛି ଡେୟରୀ ଏବଂ ମେଡିକଲ କମ୍ପାନୀ କମ୍ପ୍ଲେନ କରିଛନ୍ତି କି ଏହା ଦ୍ଵାରା ସ୍ଵଦେଶୀ କାରୋବାର ଉପରେ ଗଭୀର ପ୍ରଭାବ ପଡୁଛି ।

ଭାରତ ଉପରେ ଏହାର କଣ ପଡିବ ପ୍ରଭାବ ?

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ନିଜର ନିଷ୍ପତିରୁ ପ୍ରଥମେ କହିଥିଲେ କି ଭାରତ ଆମକୁ ଏହି କଥାକୁ ନେଇ କୌଣସି ଭରସା ଦେଇ ନଥିଲା କି ସେ ନିଜର ବଜାରରେ ବି ଆମର ପ୍ରୋଡକ୍ଟର କେତେ ପର୍ଯ୍ଯନ୍ତ ପହଞ୍ଚାଇବେ ଓ ଏହା କେତେ ଶଜ ହେବ ।