ବଡ ଖବର: ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ, ମସୁଦ ଅଜହରର ଭାଇ – ପୁଅ ସହିତ ୪୪ ଆତଙ୍କିଙ୍କୁ କରିଲା ଗିରପ୍ତାର, ପାକ କହିଲା ଭାରତର …

ଆତଙ୍କବାଦୀ ମାନଙ୍କର ଗତିବିଧିକୁ ଅଟକାଇବା ପାଇଁ ଭାରତ, ପାକିସ୍ତାନ ଉପରେ ଲଗାତାର ଚାପ ପ୍ରୟୋଗ କରିଆସୁଅଛି । ଖାସକରି ୧୪ ଫେବ୍ରୁୟାରୀ ଆକ୍ରମଣ ପରେ ଭାରତ ପାକକୁ ନେଇ ଶକ୍ତ ଆଚାରଣକୁ ଆପଣାଇବା ଆରମ୍ଭ କରି ଦେଇଛି । ପୁଲୱାମାରେ ସହିଦ ହୋଇଥିବା ସିଆରପିଏଫ ଯବାନମାନଙ୍କର ଜିମ୍ମେଦାର ଜୈଶ ଏ ମୋହମ୍ମଦ ସଂଗଠନ ନେଇଛି ।

ଜୈଶ ପାକ ମାଟି ଉପରେ ନିଜର ଆତଙ୍କି ଗତିବିଧି କରୁଥିଲା । କିନ୍ତୁ ପାକିସ୍ତାନ ଏହା ଉପରେ କୌଣସି ବି କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରି ନଥିଲା । କିନ୍ତୁ ବର୍ତ୍ତମାନ ଭାରତ ଇଣ୍ଟରନ୍ୟାସନାଲ ଲେବୁଲରେ ପାକିସ୍ତାନ ଉପରେ ଚାପ ପକାଇବା ଆରମ୍ଭ କରି ଦେଇଛି । ବର୍ତ୍ତମାନ ହିଁ UNSCରେ ମସୁଦ ଅଜହର ଏବଂ ତାଙ୍କର ସଂଗଠନ ଜୈଶ ଏ ମୋହମ୍ମଦକୁ ବ୍ଲାକ ଲିସ୍ଟ କରିବା ପାଇଁ ପ୍ରସ୍ତାବ ରଖା ଯାଇଛି ।

ଏମିତିରେ ଭାରତର ରଣନୀତି କାମରେ ଆସିଛି ଏବଂ ସେଥିପାଇଁ ପାକିସ୍ତାନକୁ ଭାରତ ଆଗରେ ମୁଣ୍ଡ ତଳକୁ କରିବାକୁ ପଡିଲା । ତାଜା ସୂତ୍ର ଅନୁସାରେ ପାକିସ୍ତାନ ଜୈଶ ବିରୁଦ୍ଧରେ କଡା କାର୍ଯ୍ୟକାରୀ କରି ମସୁଦ ଅଜହରର ଭାଇ ମୁଫ୍ତୀ ଅବ୍ଦୁର ରଊଫ ଏବଂ ପୁଅ ଅହମଦ ଅଜହର ସହିତ ୪୪ ଜଣ ଲୋଙ୍କୁ ଗିରଫ୍ତାର କରି ନେଇଛି । ଏହି କାମକୁ ଗତ ମଙ୍ଗଳବାର ଦିନ କରାଯାଇଛି ।

ଏହାର ସୂଚନା ପାକିସ୍ତାନର ମନ୍ତ୍ରୀ ଶହରୟାର ଖାନ ଏକ ପ୍ରେସ କଫ୍ରେଂସରେ ଦେଇଛନ୍ତି । ସେ କହିଲେ କି ଭାରତ ପୁଲୱାମା ଘଟଣାର ଜିମ୍ମେଦାର ଲିସ୍ଟରେ ମୁଫ୍ତୀ ଅବ୍ଦୁର ରଊଫ ଏବଂ ଅହମାଦ ଅଜହରର ନାମ ଅଛି । ଏମିତିରେ ଆମେ ତାଙ୍କ ବିରୁଦ୍ଧରେ କାର୍ଯ୍ୟକାରୀ କରୁଛୁ । କିନ୍ତୁ ସେ ଏହା ବି କହିଛନ୍ତି କି ଏହା ଭାରତର ଚାପ କାରଣରୁ ହୋଇ ନାହିଁ । ଏହିଭଳି ସଂଗଠନ ବିରୁଦ୍ଧରେ ଆଗକୁ ବି କାର୍ଯ୍ୟକାରୀ କରାଯିବ ।

କହି ଦେଉଛୁ ଯେ କିଛି ଦିନ ପୂର୍ବେ ହିଁ ଭାରତ ପାକିସ୍ତାନକୁ ଜୈଶ ଏବଂ ପୁଲୱାମାକୁ ନେଇ ପ୍ରମାଣ ଦେଇଛି । ଭାରତ ଏହି ପ୍ରମାଣକୁ ଇଣ୍ଟରନ୍ୟାସନାଲ ସ୍ତରରେ ଶେୟାର କରିଛି । ଯାହା ପରେ ପାକିସ୍ତାନ କାର୍ଯ୍ୟକାରୀ କରିବା ପାଇଁ ବାଧ୍ୟ ହୋଇଛି । ଏହା ପରେ ପାକିସ୍ତାନ ନିଜର ଏକ ଆଇନକୁ ଚେଞ୍ଜେସ ବି କରିଛି, ଯେଉଁଥିରେ ୟୁଏନ ଦ୍ଵାରା ନାମିତ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ କାର୍ଯ୍ୟକାରୀ କରିବା ପାଇଁ କଥାବାର୍ତ୍ତା କରିଛନ୍ତି ।

ପାକର ବିଦେଶ ମନ୍ତ୍ରାଳୟର କହିବା ଅଟେ କି ଏହି ଆଇନର ସଂଶୋଧନ ହେବ ପରେ ଜଲ୍ଦି ହିଁ ଏହିଭଳି ସଂଗଠନର ସମ୍ପତିକୁ ବି ଜବତ କରାଯିବ । ପୋଷ୍ଟଟିକୁ ସମସ୍ତଙ୍କ ସହିତ ସେଆର କରନ୍ତୁ ଓ ଆଗକୁ ଏ ସମ୍ବଧୀୟ ଅପଡେଟ ପାଇବା ପାଇଁ ପେଜକୁ ଫଲୋ କିମ୍ବା ଲାଇକ କରନ୍ତୁ ।