ରାସ୍ତା କଡ ଝୁପୁଡିରେ ଟ୍ରକ ସଜାଡୁ ଥିବା ବ୍ୟକ୍ତିର ଝିଅ ହେଲା ଡାକ୍ତର, ଜାଣନ୍ତୁ ତାଙ୍କର ସଫଳତାର ରାଜ୍

ଝିଅମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି । ତାଙ୍କୁ ପୁଅମାନଙ୍କ ଭଳି ପଢା ଲେଖାରେ ପୂର୍ଣ୍ଣ ସ୍ଵାଧୀନତା ଓ ମାନ ସମ୍ମାନ ମିଳିବା ଦରକାର । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ବହୁତ ଉଦାହରଣ ଦେଖିଥିବେ ଯେଉଁଠି ଝିଅ ନିଜର ମାତା ପିତାଙ୍କର ଛାତିକୁ ଗର୍ବରେ ଚଉଡା କରି ଦେଇଛି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ନିଜ ଗରିବ ମାତା ପିତାର ଛାତିକୁ ଗର୍ବରେ ଚଉଡା କରି ଦେଇଛି ।

ଏହି ଝିଅର ନାମ ଅର୍ଜୁମଂଦ ଜହାଂ ଅଟେ । ରାୟବରେଲୀରେ ରହୁଥିବା ଅର୍ଜୁମଂଦ ଜହାଂର ପିତା ଅବୂ ସଈଦ (୫୨) ଜଣେ ଟ୍ରକ ମିସ୍ତ୍ରୀ ଅଟନ୍ତି । ଅବୂ ସଈଦଙ୍କର ପ୍ରୟାଗରାଜ – ଲଖନଊ ରାଜମାର୍ଗ କଡରେ ଏକ ଛୋଟ କୁଡିଆ ଘର ଅଛି । ଯେଉଁଠି ସେ ବସି ରାସ୍ତାରେ ଯାଉଥିବା ଟ୍ରକ ଗୁଡିକୁ ସଜାଡି ଥାଆନ୍ତି । ତାଙ୍କର ଏକ ପୁଅ ବି ଅଛି ଯାହାର ନାମ ଆମିର ସୁହୈଲ ଅଟେ । ଅର୍ଜୁମଂଦର ପିତାଙ୍କର ଆର୍ଥିକ ସ୍ଥିତି କିଛି ଖାସ ନୁହେଁ । କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ବହୁତ ଜଲ୍ଦି ହିଁ ବଦଳି ଗଲା ଯେତେବେଳ ଅର୍ଜୁମଂଦ ଡାକ୍ତର ହୋଇଗଲା ।

କହିବାକୁ ଗଲେ ଅର୍ଜୁମଂଦ ପିଲାବେଳୁ ହିଁ ପଢାରେ ବହୁତ ଭଲ ଥିଲା । ସେଥିପାଇଁ ଅର୍ଜୁମଂଦର ପିତା ଘରର ଆର୍ଥିକ ସ୍ଥିତି ଠିକ ନ ହେବା ସତ୍ତ୍ୱେ ବି ଝିଅକୁ ଭଲ ଭାବରେ ପଢାଇଲେ । ଅର୍ଜୁମଂଦର ମାତା ପିତାଙ୍କର ଏକ ସ୍ଵପ୍ନ ଥିଲା କି ତାଙ୍କର ଝିଅ ପଢି ଲେଖି ଡାକ୍ତର ହୋଇଯାଉ । ଅର୍ଜୁମଂଦ ବି ନିଜର ପିତା ମାତାଙ୍କର ଏହି ସ୍ଵପ୍ନକୁ ପୁରା କରିଦେଲା ।

ନିଜର ପ୍ରାଥମିକ ଶିକ୍ଷା ହାସଲ କରିବା ପରେ ଅର୍ଜୁମଂଦକୁ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଈ ମେଡିକଲ କଲେଜରେ ଏଡମିଶନ ମିଳିଗଲା । ଏହା ପରେ ଏମବିବିଏସ କରିବା ପରେ ଏମଡ଼ି କରିବା ପାଇଁ ଅର୍ଜୁମଂଦକୁ କିଂଗ ଜାର୍ଜ ମେଡିକଲ କଲେଜ ଲଖନଊରେ ଏଡମିଶନ ମିଳିଗଲା । ଏଠି ସେ ଗୋଲ୍ଡମେଡଲିସ୍ଟ ବି ହୋଇଗଲେ । ଏହା ପରେ ରାୟବରେଲୀର  ଏମ୍ସରେ ନିଯୁକ୍ତି ବାହାରିଲା, ଏମିତିରେ ଅର୍ଜୁମଂଦ ଏଥିରେ ଆପ୍ଲାଏ କରିଲା ଓ ତାଙ୍କୁ ରେଡିୟୋ ଡାଇଗ୍ନୋସିସ ଚାକିରି ମିଳିଗଲା ।

କହିଦେଉଛୁ କି ଅର୍ଜୁମଂଦର ଘରର ଅବସ୍ଥା ଏତେ ଖରାପ ଥିଲା କି ଘରେ ଗୋଟିଏ ଟିଭି କିମ୍ବା ମୋବାଇଲ ପର୍ଯ୍ୟନ୍ତ ବି ନ ଥିଲା । ଏହା ପରେ ଯେତେବେଳେ ସେ କଲେଜରେ ହାଇସ୍କୁଲରେ ଟପ କରିଲେ ତେବେ ଉପହାର ସ୍ୱରୂପ ତାଙ୍କୁ ଟିଭି ମିଳିଥିଲା । ତାଙ୍କ ଘରେ ମୋବାଇଲ ବି ସେହି ସମୟରେ ଆସିଲା ଯେତେବେଳେ ଝିଅ କୋଚିଙ୍ଗ ପାଇଁ କାନପୁର ଯାଇଥିଲା । ଆଜି ନିଜ ଝିଅର ଏହି ସଫଳତାରେ ଅର୍ଜୁମଂଦର ପିତା ବହୁତ ଗର୍ବିତ ଅଟନ୍ତି ।

ଆଶାକରୁଛୁ ଅର୍ଜୁମଂଦଙ୍କର ଏହି ସଫଳତା ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।