ସାବତ ପିତାର ହରକତ ଉପରେ ଶ୍ଵେତାଙ୍କ ଝିଅ ପଲକ ତିବାରୀ ଖୋଲିଲେ ନିଜ ମୁହଁ, କହିଲେ – ‘ସେ ମୋ ସହିତ…’

ଟିଭି ଦୁନିଆର ବହୁତ ଚର୍ଚିତ ଅଭିନେତ୍ରୀ ଶ୍ଵେତା ତିବାରିଙ୍କର ବୈବାହିକ ଜୀବନରେ ପୁଣି ଥରେ ହଙ୍ଗାମା ଆରମ୍ଭ ହୋଇ ଯାଇଛି । କହିବାକୁ ଗଲେ ବର୍ତ୍ତମାନ ଶ୍ୱେତା ତିବାରୀ ନିଜର ସ୍ଵାମୀ ଅଭିନବ କୋହଲିଙ୍କ ବିପକ୍ଷରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଏହା ପରେ ଏହି ମାମଲାଟି ପୂରାପୂରି ଭାଇରାଲ ହୋଇ ଯାଇଛି । ଏତିକି ନୁହେଁ, ଏଥର ଅଭିନବ କୋହଲିଙ୍କ ଉପରେ କେବଳ ଘରେଲୁ ହିଂସାର ଆରୋପ ଲାଗି ନାହିଁ, ଏହା ସହିତ ତାଙ୍କ ଉପରେ ନିଜର ସାବତ ଝିଅ ସହିତ ଛେଡ଼ଛାଡ଼ର ବି ଆରୋପ ଲାଗିଛି ।

ଯାହା ଉପରେ ତାଙ୍କର ସାବତ ଝିଅ ପଲକ ଏକ ବଡ ବୟାନ ଦେଇଛନ୍ତି । ଅଭିନେତ୍ରୀ ଶ୍ଵେତା ତିବାରୀଙ୍କର ଝିଅ ପଲକ ଇଂଷ୍ଟାଗ୍ରାମରେ ନିଜର ସାବତ ପିତାର କଳା କାରନାମା ଉପରୁ ପରଦା ଉଠାଇ ଏକ ପୋଷ୍ଟ ଶେୟାର କରିଛନ୍ତି । ଯାହା ପରେ ସମସ୍ତଙ୍କ ପାଇଁ ଅଭିନବ କୋହଲି ଏକ ଚର୍ଚାର ବିଷୟ ହୋଇ ଯାଇଛନ୍ତି ।

ସାବତ ପିତା ବିଷୟରେ ପଲକ ଲେଖିଲେ ଏହି କଥା

ପଲକ ନିଜର ପୋଷ୍ଟରେ ଲେଖିଲେ କି ମୁଁ ବର୍ତ୍ତମାନ ଘରେଲୁ ହିଂସାର ଶିକାର ହୋଇଛି, ଏହା ସହିତ ସେ କହିଲେ କି ତାଙ୍କର ମା’ ବି ଘରେଲୁ ହିଂସାର ଶିକାର ହୋଇଛନ୍ତି । ଏମିତିରେ ମିଡିଆକୁ ମୁଁ ଅନୁରୋଧ କରୁଛି କି ଏହା ଆମର ଘରେଲୁ ମାମଲା ଅଟେ ଓ ଏଥିରେ ଆମକୁ ପ୍ରାଇବେସି ଦିଅନ୍ତୁ । ଏହା ସହିତ ସେ ଏହି ପୋଷ୍ଟରେ ନିଜ ମା’ଙ୍କୁ ନେଇ ବିଭିନ୍ନ କଥା ବି ଲେଖିଛନ୍ତି ।

ପଲକ ନିଜ ମା’ ଶ୍ୱେତା ତିବାରୀଙ୍କ ବିଷୟରେ ଲେଖିଲେ କି ଲୋକମାନଙ୍କୁ କେବଳ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ କଥା ହେବାକୁ ଭଲ ଲାଗିଥାଏ, କାରଣ ତାଙ୍କୁ ଜଣା ନ ଥାଏ କି ଚାରି କାନ୍ଥ ଭିତରେ କଣ ଚାଲିଛି । ମୋ ମା’ ଏହି ଦୁଇ ବିବାହରେ ନିଜର ସବୁକିଛି ତ୍ୟାଗ କରି ଦେଇଛନ୍ତି, କିନ୍ତୁ ତାଙ୍କୁ ତାଙ୍କର ଖୁସି ମିଳିଲା ନାହିଁ । ସେଥିପାଇଁ ମୁଁ ମିଡିଆକୁ ଅନୁରୋଧ କରୁଛି କି ବିନା କୌଣସି ତଥ୍ୟରେ ଏହିଭଳି କିଛି ବି ଗସିପ କରନ୍ତୁ ନାହିଁ ।

ମୁଁ ନିଜ ମା’ଙ୍କର ସାହାରା ହେବାକୁ ଚାହୁଁଛି – ପଲକ ତିବାରୀ

ପଲକ ତିବାରୀ ଆଗକୁ କହିଲେ କି ଅଭିନବ କୋହଲି ମୋ ସହିତ ଯୌନ ଶୋଷଣ କରି ନାହାନ୍ତି ଓ ନା ହିଁ ମୋତେ ଖରାପ ନଜରରେ ଦେଖିଛନ୍ତି । ଏହା ପରେ ସେ କହିଲେ କି ମୁଁ ନିଜ ମା’ଙ୍କର ସାହାରା ହେବାକୁ ଚାହୁଁଛି । ଏତିକି ନୁହେଁ, ପଲକ ତିବାରୀ  ଆଗକୁ ଲେଖିଲେ କି ମୋ ମା’ ଦୁନିଆର ସବୁଠୁ ଭଲ ମା’ ଅଟନ୍ତି, ସେଥିପାଇଁ ମିଡିଆ ତାଙ୍କର ପର୍ସନାଲ ଲାଇଫ ଠାରୁ ଦୂରେଇ ରୁହନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।