ହୋଟେଲ ୨ଟି ଅଣ୍ଡା ପାଇଁ ନେଲା ୧୭୦୦ ଟଙ୍କା, ୟୁଜର କମେଣ୍ଟରେ ଲେଖିଲେ ‘କୁକୁଡା କୌଣସି ଧନୀ ଘରର ହୋଇଥିବ’, ଆଉ ତା ପରେ…

ଜଣେ ବ୍ୟକ୍ତି ବର୍ତ୍ତମାନ ଟ୍ୱିଟରରେ ଏକ ହୋଟେଲ ବିଲର ଫଟୋକୁ ଶେୟାର କରିଛି ଓ ଏହି ବିଲରେ ଆପଣ ଦେଖି ପାରିବେ କି ଦୁଇଟି ଅଣ୍ଡାର ଦାମ ୧୭୦୦ ଟଙ୍କା ଲେଖା ଯାଇଛି । କହିବାକୁ ଗଲେ ଏହି ବ୍ୟକ୍ତି ଜଣକ ହୋଟେଲରେ ଦୁଇଟି ସିଝା ଅଣ୍ଡାର ଅର୍ଡର ଦେଇଥିଲା ଓ ଏହି ଅଣ୍ଡା ବଦଳରେ ସେହି ବ୍ୟକ୍ତି ଠାରୁ ୧୭୦୦ ଟଙ୍କା ଆଦାୟ କରାଗଲା । ଟ୍ୱିଟରରେ ଫଟୋ ଶେୟାର କରିଥିବା ଏହି ବ୍ୟକ୍ତିର ନାମ କାର୍ତ୍ତିକ ଧର ଅଟେ ଓ କାର୍ତ୍ତିକ ଜଣେ ଲେଖକ ଅଟନ୍ତି ।

କାର୍ତ୍ତିକ ଧର ନିଜର ବିଲର ଫଟୋକୁ ଟ୍ୱିଟ କରି ଅଭିନେତା ରାହୁଲ ବୋସଙ୍କୁ ବି ଟ୍ୟାଗ କରିଲେ ଓ କ୍ୟାପସନରେ ଲେଖିଲ କି “ଭାଇ ଆନ୍ଦୋଳନ କରିବା ?

ଫୋର ସିଜନ୍ସ ହୋଟଲରେ ଅର୍ଡର କରିଥିଲେ ଖାଦ୍ୟ

ଅଲ ଦ କ୍ୱୀଂସ ମେନ ର ଲେଖକ କାର୍ତ୍ତିକ ଧର ବର୍ତ୍ତମାନ ମୁମ୍ବାଇର ଏକ ଜଣା ଶୁଣା ହୋଟେଲ ଫୋର ସୀଜନ୍ସରେ ଖାଦ୍ୟ ଅର୍ଡର କରିଥିଲେ ଓ ଯେତେବେଳେ ତାଙ୍କୁ ବିଲ ଦିଆ ଗଲା ତେବେ ଦୁଇଟି ଅଣ୍ଡାର ଦାମ ୧୭୦୦ ଟଙ୍କା ଲେଖା ଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଗୋଟିଏ ଅଣ୍ଡାର ଦାମ ମାତ୍ର ୫ ଟଙ୍କା ଅଟେ ।

ଏତିକି ନୁହେଁ ଅଣ୍ଡା ଛଡା ଅନ୍ୟ ସମସ୍ତ ଜିନିଷର ଦାମ ବି ବହୁତ ଅଧିକ ଲଗା ଯାଇଥିଲା । ବାହାର ଦୋକାନରେ ୫୦ ରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ଏକ ଡାଇଟ କୋକର ଦାମ ଏଠି ୨୬୦ ଟଙ୍କା ଲେଖା ଯାଇଥିଲା ।

ଅଭିନେତା ରାହୁଲ ବୋସଙ୍କ ଠାରୁ ବି ଆଦାୟ କରାଯାଇଥିଲା ୪୪୨ ଟଙ୍କା

କହିଦେଉଛୁ କି ହୋଟେଲରେ ଖାଦ୍ୟର ଅଧିକ ଦାମ ନେଉଥିବା ଭଳି ଅନ୍ୟ ଏକ ମାମଲା ବି କିଛି ଦିନ ପୂର୍ବେ ସାମ୍ନାକୁ ଆସିଥିଲା । ଯେତେବେଳେ ରାହୁଲ ବୋସ ଗୋଟିଏ ଭିଡିଓ ଶେୟାର କରି କହିଥିଲେ କି  JW Marriott ତାଙ୍କ ଠାରୁ ଦୁଇଟି କଦଳୀ ପାଇଁ ୪୪୨ ଟଙ୍କା ଆଦାୟ କରିଛି । ଅଭିନେତାଙ୍କର ଏହି ଭିଡିଓ ବହୁତ ଭାଇରାଲ ବି ହୋଇଥିଲା ଓ ଏହା ପରେ  JW Marriott ଉପରେ କାର୍ଯ୍ୟକାରୀ କରାଯାଇ ୨୫ ହଜାର ଟଙ୍କା ଜୋରିମାନା ବି ଲଗା ଯାଇଥିଲା ।

କହିବାକୁ ଗଲେ କଦଳୀ ଉପରେ ଟ୍ୟାକ୍ସ ଲଗାଯାଏ ନାହିଁ । ଏହା ସତ୍ତ୍ୱେ ବି  JW Marriott ହୋଟେଲ କଦଳୀ ଉପରେ ଟ୍ୟାକ୍ସ ଲଗାଇଥିଲା । ସେହିଭଳି ବର୍ତ୍ତମାନ ମୁମ୍ବାଇର ଫୋର ସୀଜନ୍ସ ହୋଟଲରେ ବି ଦୁଇଟି ଅଣ୍ଡା ପାଇଁ ୧୭୦୦ ଟଙ୍କା ଆଦାୟ କରା ଯାଇଛି । ବର୍ତ୍ତମାନ ଏହି ଅଣ୍ଡାର ଫଟୋ ଉପରେ ୟୁଜରମାନେ ବିଭିନ୍ନ କମେଣ୍ଟ ବି ଦେଉଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।