ଚାଲୁଥିଲା ଟ୍ରେନ ଆଉ ହଠାତ ରହିଗଲା । ବାରମ୍ବାର ଧୁକ ଧୁକ ହୋଇ ରହିଲା ଟ୍ରେନ । ଇଞ୍ଜିନ ଭିତରୁ ବାହାରିଲା ଅଜବ ଶବ୍ଦ । ଯାହା ପାଇଁ ଯାତ୍ରୀ ମାନେ ଭୟରେ ଦୌଡିବାକୁ ଲାଗିଲେ । କେହି ବି ଆଉ ଟ୍ରେନ ଭିତରେ ରହିଲେ ନାହିଁ । ସମସ୍ତେ ଷ୍ଟେସନ ଭିତରୁ ବାହାରକୁ ଚାଲି ଆସିଲେ । ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ନୟାଗଡ ଷ୍ଟେସନ ରେ । ହଁ ଦର୍ଶକ ବନ୍ଧୁ ଏବେ ବି ବାହାନଗା ଦୁର୍ଘଟଣାର ଭୟ କାହା ମନରୁ ଲିଭି ନାହିଁ ।
ଟ୍ରେନ ଭିତରେ କିଛି ଛୋଟିଆ ତ୍ରୁଟି ହେଲେ ଯାତ୍ରୀ ମାନେ ଭୟରେ ଚାଲି ଆସୁଛନ୍ତି । ଯେମିତି ଭୁବନେଶ୍ବର ରୁ ନୟାଗଡ ଆସୁଥିବା ଟ୍ରେନ ରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଏହି ମେନୁ ଟ୍ରେନ ଟି ବାରମ୍ବାର ଖରାପ ହେଉଛି । ପୂର୍ବ ରୁ ଏହି ଟ୍ରେନ ଟି ଜଙ୍ଗଲ ଭିତରେ ଅଟକି ରହିଥିବା ବେଳେ ଏବେ ପୁଣି ତ୍ରୁଟି ପାଇଁ ଦୀର୍ଘ ସମୟ ଧରି ନୟାଗଡ ଷ୍ଟେସନ ରେ ଅଟକି ରହିଥିଲା ।
ଯେଉଁ ଟ୍ରେନ ସନ୍ଧ୍ୟା 6 ଟା 45 ମିନିଟ ରେ ଭୁବନେଶ୍ଵର ଅଭିମୁଖେ ଛାଡିବା କଟାହ ସେହି ଟ୍ରେନ ଦୀର୍ଘ 2 ଘଣ୍ଟା ରୁ ଅଧିକ ସମୟ ଧରି ନୟାଗଡ ଷ୍ଟେସନ ରେ ଅଟକି ରହିଥିଲା । ଇଞ୍ଜିନ ବିଲକୁଲ ବି କାମ କରିଲା ନାହିଁ । ଇଞ୍ଜିନ ଭିତରୁ ଅଜବ ଶବ୍ଦ ବାହାରିଲା । ତେବେ ଦୀର୍ଘ ସମୟ ଧରି ଟ୍ରେନ ଟି ଷ୍ଟାର୍ଟ କରୁ ଥିବାରୁ ଟ୍ରେନ ଟି ପୁରା ଖାଲି ହୋଇ ଯାଇଥିଲା ।
ଲୋକ ମାନେ ଟ୍ରେନ ବାହାରକୁ ଚାଲି ଆସିଥିଲେ । ଏହା ପୂର୍ବରୁ ଗତ 1 ତାରିଖ ରେ ମଧ୍ୟ ଟ୍ରେନ ଟି ନୟାଗଡ ରେ ଅଟକି ରହିଥିଲା । ଲୋକୋ ପାଇଲଟ ଟ୍ରେନ ର ଇଞ୍ଜିନ କୁ ମରାମତି କରିବା ପରେ ପ୍ରାୟ ଅଧ ଘଣ୍ଟା ବିଳମ୍ବରେ ଗଡିଥିଲା ଟ୍ରେନ । ତେବେ ଟ୍ରେନ ଟି ବାରମ୍ବାର ଅଟକି ଯାଉଥିବା ନେଇ ଯାତ୍ରୀ ମାନେ ନାହି ନ ଥିବା ହଇରାଣ ର ସମୁଖିନ୍ନ ହେଉଛନ୍ତି ।
ତେବେ ଏହା ପ୍ରତି ରେଳ ବିଭାଗ ବିଶେଷ ଭାବେ ଧ୍ୟାନ ଦେବା ଉଚିତ । ନଚେତ ଆଗକୁ ଯାଇ କେଉଁ ଦୁର୍ଘଟଣା ଘଟିପାରେ ତାହା କେହି କହି ପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।