ବିନା କୌଣସି ଡାଳ କାଟି 87 ବର୍ଷ ପୁରୁଣା ଆମ୍ବ ଗଛରେ ବନେଇ ଦେଲେ 4 ମହଲା କୋଠା, ଭିତର ର ଦୃଶ୍ୟ ଦେଖିଲେ ଆପଣଙ୍କ ମନ ମୋହିନେବ

ଆମକୁ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧ ଜୀବନ ଦେବାରେ ଗଛଲତା ମାନଙ୍କର ମୁଖ୍ୟ ଯୋଗଦାନ ରହିଛି । ଭୋଜନ ଏବଂ ଜଳ ପରି ଗଛଲତା ମଧ୍ୟ ଆମ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ବୃକ୍ଷ ରୋପଣ କରିବା ଏବଂ ତାକୁ କା-ଟି-ବା-ରୁ ରକ୍ଷା କରିବା ପ୍ରତ୍ଯେକ ମନୁଷ୍ୟର ଦାୟିତ୍ଵ ଅଟେ । କିନ୍ତୁ ଅନେକ ଲୋକ ଏହାକୁ ଅଣଦେଖା କରି ଦିଅନ୍ତି । ଇତି ମଧ୍ୟରେ ରାଜସ୍ଥାନର ହ୍ରଦମାନଙ୍କ ସହର ଉଦୟପୁରରେ ଜଣେ ଇଞ୍ଜିନିୟର ଗଛକୁ ବିନା କାଟି ଗୋଟିଏ ବହୁତ ସୁନ୍ଦର ୪ ମହିଳା ବିଶିଷ୍ଟ ଘର ପ୍ରସ୍ତୁତ କରିଛନ୍ତି ।

ଏହାର ଫଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । କେପି ସିଂଙ୍କ ଏହି ଘର ପର୍ଜ୍ୟାବରଣ ସରକ୍ଷ॰ଣର ଏକ ଅନନ୍ୟ ମିଶାଲ ପ୍ରଦର୍ଶନ କରୁଛି । ଘର ମାଲିକ ଇଞ୍ଜିନିୟର କେପି ସିଂଙ୍କ ଏହି ୪ ମହଲା ଘର ଗତ ୨୦ ବର୍ଷ ଧରି ଆମ୍ବ ଗଛ ଉପରେ ତିଷ୍ଠି ରହିଛି । କେପି ସିଂ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ଏହି ଆମ୍ବ ଗଛର ଗୋଟିଏ ଡାଳ ବି କା-ଟି ନାହାନ୍ତି । ଏହି ଘର ‘ଟ୍ରି ହାଉସ’ ନାମରେ ପରିଚିତ । ଖାସ କଥା ହେଉଛ ଉଦୟପୁର ବୁଲି ଯୌଥବା ପର୍ଯ୍ୟଟକ ଏହି ଘର ପ୍ରତି ଖୁବ ଆକର୍ଷିତ ହୁଅନ୍ତି ।

କେପି ସଂ ଗଛ ଡାଳ ଭାଙ୍ଗିବା ପରିବର୍ତ୍ତେ ଏହାକୁ ଖୁବ ସୁନ୍ଦର ଭାବେ ବ୍ୟବହାର କରୁଛନ୍ତି । ଯେମିତି କି ଆମ୍ବ ଗଛର ଗୋଟିଏ ଡାଳକୁ ଟିଭି ଷ୍ଟାଣ୍ଡ ବନେଇଛନ୍ତି ତ ଆଉ କେଉଁ ଡାଳକୁ ସୋଫାର ଆକାର ଦେଇ ବ୍ୟବହାର କରୁଛନ୍ତି । ସେମିତି ଆଉ କେଉଁ ଡାଳ ଉପରେ ଟେବୁଲ ରଖି ତାକୁ ମଧ୍ୟ ସୁନ୍ଦର ଆକାର ଦେଇଛନ୍ତି । ଏହି ଆମ୍ବ ଗଛଟି ପ୍ରାୟ ୮୭ ବର୍ଷ ପୁରୁଣା ବୋଲି କେପି ସିଂ କହିଛନ୍ତି । ଘରର ଅଧିକାଂଶ ଡାଳ ଘର ଭିତରେ ହିଁ ରହିଛି । ଯାହାଫଳରେ ଆମ୍ବ ଋତୁରେ ଘର ଭିତରେ ହିଁ ଆମ୍ବ ଫଳିଥାଏ ।

ଏହି ଘରେ ବାଥରୁମ, ବେଡରୁମ, କିଚେନ ଓ ଡାଇନିଙ୍ଗ ହଲ ସମେତ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଅଛି । ଏହାସହ ଘର ଭିତରେ ଥିବା ସିଡି ଗୁଡିକ ରିମୋଟରେ ଚାଲେ । ଏହି ଘରକୁ ସେଲ୍ଯୁଲାର, ଷ୍ଟିଲ ଷ୍ଟ୍ରକଚର ଓ ଫାଇବାର ସିଟ ସହଜରେ ତିଆରି କରାଯାଇଛି । ଏହି ଘର ଉଚ୍ଚତା ପ୍ରାୟ ୪୦ ଫୁଟ ଅଟେ ଓ ଏହାକୁ ଭୂମିରୁ ୯ ଫୁଟ ଉପରକୁ ତିଆରି କରାଯାଇଛି । କେପି ସିଂଙ୍କ ମୁତାବକ ୨୦୦୦ ମସିହାରେ ଏହି ଘରକୁ ନିର୍ମାଣ କରିବା ବେଳେ ଗଛ ଡାଳ ଗୁଡିକ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା ।

ଜୋରରେ ପବନ ହେଲେ ଏହି ଘରଟି ମଧ୍ୟ ଦୋଳି ପରି ଝୁଲେ । ଏହାର ଡାଳ ଗୁଡିକ ବଢିବା ପାଇଁ ଏବଂ ଠିକ ଭାବେ ସୂର୍ଯ୍ୟକିରଣ ପଡିବା ପାଇଁ ବଡ ବଡ କଣା ମଧ୍ୟ ରଖାଯାଇଛି । ଏହି ଗଛକୁ ଯେପରି କୌଣସି କ୍ଷତି ନ ହେବ ସେଥିପ୍ରତି କେପି ସିଂ ସଂପୂର୍ଣ୍ଣ ଧ୍ୟାନ ଦେଇଛନ୍ତି । ଏହି ଟ୍ରି ହାଉସ ଦେଖିବାକୁ ଏତେ ସୁନ୍ଦର ଯେ ଲୋକଙ୍କ ଧ୍ୟାନ ଆକର୍ଷଣ କରେ । ଏହାର ନାମ ‘ଲିମକା ବୁକ ଅଫ ରେକର୍ଡ’ ରେ ମଧ୍ୟ ସ୍ଥାନ ପାଇଛି ।

ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।