ଟ୍ରେନ, ରାଶନ କାର୍ଡ ଓ ଫ୍ଲାଇଟ ସହ ଜଡିତ ୧ ଜୁନ ଠାରୁ ବଦଳି ଯିବ ଅନେକ ନିୟମ, ଜାଣନ୍ତୁ କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ

୧ ଜୁନ ଠାରୁ ଆପଣଙ୍କର ନୀତିଦିନ ଜୀବନ ସହିତ ଯୋଡି ହୋଇଥିବା ଅନେକ ଜିନିଷ ବଦଳିଯିବ । ଏଥିରେ ରେଳ, ବସ, ରାଶନ କାର୍ଡ ଏବଂ ବିମାନସେବା ସହିତ ଯୋଡି ହୋଇଥିବା ପରିବର୍ତ୍ତନ ସାମିଲ ଅଛି । ଏଥିରେ କିଛି ଜିନିଷ ଆପଣଙ୍କ ପାଇଁ ଲକଡାଉନ ପରେ ଆରମ୍ଭ ହେଉଛି, ତାପରେ ଅନେକ ଜିନିଷ ଶସ୍ତା ମହଙ୍ଗା ହୋଇଯାଉଛି । କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଅଛି । ଆସନ୍ତୁ ଜାଣିବା 1 ଜୁନ ଠାରୁ ଆପଣଙ୍କ ଜୀବନରେ କେଉଁ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କ ଉପରେ ଏହାର କଣ ପ୍ରଭାବ ପଡିବ ।

୧ ଜୁନ ଠାରୁ ଚାଲିବ ୨୦୦ଟ୍ରେନ

କରୋନା ଭାଇରସ ପାଇଁ ହେଇଥିବା ଲକଡାଉନ କାରଣରୁ ଦେଶରେ ଅଲଗା ଅଲଗା ଭାଗରେ ଫସି ଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଭାରତୀୟ ରେଳ ୧ ଜୁନ ଠାରୁ ୨୦୦ ଅତିରିକ୍ତ ରେଳ ଚାଲିବାକୁ ଯାଉଛି । ଏହି ଟ୍ରେନ ଗୁଡିକ ନନଏସି ରହିବ । ରେଳମନ୍ତ୍ରୀ ପିୟୁଷ ଗୋୟଲ ଟୁଇଟ କରି ଏହି କଥାର ସୂଚନା ଦେଇଛନ୍ତି । ଗୋୟଲଙ୍କ ଅନୁସାରେ ଭାରତୀୟ ରେଳ ୧ ଜୁନ ଠାରୁ ନିଜର ଟାଇମ ଟେବୁଲ ହିସାବରେ ସବୁଦିନ ୨୦୦ ରେଳ ଚଳାଯିବ । ଏହି ଟ୍ରେନର ବୁକିଙ୍ଗ ବହୁତ ଶୀଘ୍ର ହେବ ।

୧ ଜୁନ ଠାରୁ ଆରମ୍ଭ ହେଉଛି ଏହି ସ୍କିମ

କେନ୍ଦ୍ର ସରକାର ଆଗାମୀ ୧ ଜୁନ ଠାରୁ ନିଜର ମହତ୍ଵାକାଙ୍ଖି ଯୋଜନା ‘ୱାନ ନେସନ ୱାନ ରାଶନ କାର୍ଡ’କୁ ଦେଶର ୨୦ ଟି ରାଜ୍ୟରେ ଲାଗୁ କରିବାକୁ ଯାଉଛନ୍ତି । ଏହା ପରେ ଏହି ୨୦ ରାଜ୍ୟରେ ରାଶନ କାର୍ଡ ଧାରକ କୌଣସି ବି ରାଜ୍ୟର ସରକାରୀ ରାଶନ କେନ୍ଦ୍ରରୁ ରାଶନ କିଣିପାରିବେ । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ଵାରା ବଡ ସଂଖ୍ୟାରେ ଗରିବ ବର୍ଗର ଲୋକଙ୍କୁ ବହୁତ କମ ଦାମରେ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯାଉଛି ।

୧ ଜୁନରୁ ଚାଲିବ ଉତ୍ତରପ୍ରଦେଶ ସଡକପଥ

ଉତ୍ତରପ୍ରଦେଶ ସଡକପଥ ପ୍ରବନ୍ଧନ ୧ଜୁନ ଠାରୁ ବସ ଚଳାଇବାର କାର୍ଯ୍ୟ ଯୋଜନା କରିଛନ୍ତି । ଏହି ଅବଧିରେ କିଛି ନୂଆ ବ୍ୟବସ୍ତା ପ୍ରଭାବଶାଳି ନୁହେଁ । ବସ ଗୁଡିକୁ ୩୦ ମେ ପର୍ଯ୍ୟନ୍ତ ଫିଟ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଡିପୋ କାମ ମଧ୍ୟ ଆରମ୍ଭ ହୋଇ ଯାଇଛି । ବସ ଚାଳାଚଳ ସମୟରେ ଜାରି ହୋଇଥିବା ଗାଇଡଲାଇନର ଶତପ୍ରତିଶତ ପାଳନ କରିବା ପାଇଁ ଦାୟିତ୍ଵ ବସ ଡ୍ରାଇଭର ଏବଂ କଣ୍ଡକ୍ଟର ଙ୍କର ରହିବ । ମାକ୍ସ ପିନ୍ଧିଥିବା ବ୍ୟକ୍ତିଙ୍କୁ ହିଁ ବସରେ ଯିବା ପାଇଁ ଅନୁମତି ମିଳିବ । ବସର ଆଗ ସିଟରେ ସାନିଟାଇଜର ରଖାଯିବ । ସାନିଟାଇଜ କରିବା ପରେ ଯାତ୍ରୀମାନେ ବସିବେ । ବସରେ ଥିବା ସିଟର ଅଧା ଯାତ୍ରୀ ହିଁ ଯିବେ ।

ଆରମ୍ଭ ହେଉଛି ଗୋଏୟର ବିମାନ

ବଜେଟ କ୍ୟାରିୟର ଗୋଏୟର ସରକାରୀ ନିର୍ଦେଶ ଏବଂ ନିୟମକୁ ପାଳନ କରି ୧ ଜୁନ ଠାରୁ ନିଜର ଘରୋଇ ବିମାନ ଉଡିବା ଆରମ୍ଭ ହେବ । ସିବିଲ ଏବିଏଶନ ମିନିଷ୍ଟର ହରଦୀପ ସିଂହ ପୁରୀ ବୁଧବାର ଦିନ ଟୁଇଟରେ କହିଛନ୍ତି କି ୨୫ ମେ ଠାରୁ ଦେଶ ସାରା ଘରୋଇ ଯାତ୍ରୀ ବିମାନ ଉଡିବା ଆରମ୍ଭ ହୋଇଯିବ କିନ୍ତୁ ଏହା ପାଇଁ ଯାତ୍ରୀଙ୍କୁ ଏବଂ ଏୟାରଲାଇନ୍ସ ଙ୍କୁ କିଛି ଖାସ ନିୟମ ପାଳନ କରିବାକୁ ପଡିବ । ଗୋଏୟରକୁ ଛାଡି ଶୁକ୍ରବାର ଠାରୁ ଏୟରଇଣ୍ଡିଆ ସହିତ ସବୁ ଭାରତୀୟ ଏୟାରଲାଇନ୍ସ କମ୍ପାନୀଗୁଡିକ ଘରୋଇ ବିମାନର ବୁକିଙ୍ଗ ଆରମ୍ଭ କରିଦେଇଛନ୍ତି ।

ମହଙ୍ଗା ହୋଇପାରେ ପେଟ୍ରୋଲ

ଲକଡାଉନ ପାଇଁ ପରିବହନ ଉପରେ ପ୍ରତିବନ୍ଧକ କାରଣରୁ ତେଲର ଚାହିଦା କମିଯାଇଛି । କେତେକ ରାଜ୍ୟରେ ଗତ କିଛିଦିନରୁ VAT ବୃଦ୍ଧିକରି ତେଲ ମହଙ୍ଗା କରାଯାଇଛି ଏବଂ ବର୍ତ୍ତମାନ ଏହି ତାଲିକାରେ ଗୋଟିଏ ରାଜ୍ୟ ଅଛି ଯେଉଁଠାରେ ୧ ଜୁନ ଠାରୁ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇଯିବ । ମିଜୋରାମ ସରକାର ୧ ଜୁନ ଠାରୁ ପେଟ୍ରୋଲ ଉପରେ ୨.୫ପ୍ରତିଶତ ଏବଂ ଡିଜେଲ ଉପରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ଯାହାପରେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି ହେବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।