ଆପଣ ଏହି ଭିଡିଓରେ ଦେଖି ପାରୁଥିବେ କି ଜଣେ ବୃଦ୍ଧ ବ୍ୟକ୍ତି ବିକଳ ହୋଇ ହାତଯୋଡି କାନ୍ଦୁଛନ୍ତି ଓ କିଛି କହି ଯାଉଛନ୍ତି । ତେବେ କାନ୍ଦି କାନ୍ଦି ଭାଙ୍ଗି ପଡୁଥିବା ଏହି ବୟସ୍କ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଟ୍ରେନ ଟିକେଟ ନିରିକ୍ଷକ ବା ଟିଟିଇ । କିନ୍ତୁ ସେ କାହିଁକି ସମସ୍ତଙ୍କ ସାମ୍ନାରେ ଏମିତି ବିକଳ କାନ୍ଦୁଛନ୍ତି ଏହାର ଭିଜୁଆଲ ନିଶ୍ଚିତ ଭାବେ କୌଣସି ସହୃଦୟ ବ୍ୟକ୍ତିଙ୍କୁ ବ୍ୟତିବ୍ୟସ୍ତ କରିଦେବ । ଆପଣ ବି ଭାବୁଥିବେ ତାଙ୍କର କଣ ହୋଇଛି ସେ ଟ୍ରେନ ଭିତରେ ଡ୍ଯୁଟିରେ ଥାଇ କାହିଁକି ଏମିତି ବିକଳ ହେଉଛନ୍ତି ।

ତେବେ ସେ କାନ୍ଦିବାର କାରଣ ହେଉଛି ଟିକେଟ ଦେଖାଇବାକୁ କହିବାରୁ ତାଙ୍କୁ ମାଡ ମରାଯାଇଛି । ତାଙ୍କୁ ଗୋଡେଇ ଗୋଡେଇ ମାଡ ମାରିଛନ୍ତି । ତାଙ୍କୁ ଏଭଳି ପିଟିଥିବା ବ୍ୟକ୍ତି ଜଣକ ମଧ୍ୟ କୌଣସି ସାଧାରଣ ବ୍ୟକ୍ତି ନଥିଲେ । ସେ ଜଣେ ଜିଆରପି ବା ରେଳବାଇର ପୋଲିସ । ଟ୍ରେନ ଭିତରେ ଟିଟିଇ ଦିନେଶ କୁମାର ସିଂଙ୍କୁ କିଭଳି ହଇରାଣ କରାଯାଇଛି ସେହି ସମୟର ଏକ ଭିଜୁଆଲ ରହିଛି । ତାଙ୍କୁ କିଭଳି ଅପମାନିତ କରାଯାଇଛି ଏହି ଦୃଶ୍ୟ ତାହା ଗୋଟି ଗୋଟି କରି ବଖାଣୁଛି ।
ଏହି ସମୟରେ କିଛି ଯାତ୍ରୀ ତାଙ୍କ ପ୍ରତି ଦୟା ମନୋଭାବ ଦେଖାଇଥିଲେ ଏବଂ କିଛି ସମୟ ବସି ପଡିବା ପାଇଁ କହିଥିଲେ । କିନ୍ତୁ ତାଙ୍କୁ ଯେଭଳି ଭାବେ ମାଡ ମରା ଯାଇଥିଲା ଏଥିରେ ସେ ଏକଦମ ଭାଙ୍ଗି ପଡିଥିଲେ । ଏହି ବୟସ୍କ ଟିଟିଇଙ୍କୁ ମାଡ ମାରିଥିବା ବ୍ୟକ୍ତିଜଣକ ହେଉଛନ୍ତି ଜିଆରପି ଇନ୍ସପେକ୍ଟର ସୁନିଲ କୁମାର ।

ଘଟଣାଟି ହେଉଛି ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁନିଲ କୁମାର ବିହାରର ଭାଗଲପୁର ଇଣ୍ଟରସିଟିରେ ଫେରୁଥିଲେ । ସେତିକି ବେଳେ ତାଙ୍କୁ ବୟସ୍କ ଟିଟିଇ ଦିନେଶ କୁମାର ଟିକେଟ ଦେଖାଇବା ପାଇଁ କହିଥିଲେ । କିନ୍ତୁ ସୁନିଲ କୁମାର ଟିଟିଇଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାପରେ ଦିନେଶ କୁମାର ସେହି ସ୍ଥାନ ଛାଡି ଚାଲି ଯାଇଥିଲେ । ହେଲେ ପରବର୍ତ୍ତୀ ଷ୍ଟେସନରେ ପୋଲିସ ଅଧିକାରୀ ସୁନିଲ କୁମାର ଓ ଅନ୍ୟ ସହଯୋଗୀ ମିଳିତ ଭାବେ ଟିଟିଇଙ୍କୁ ମାଡ କରିଥିଲେ ।
ସ୍ଥାନୀୟ ଯାତ୍ରୀ ତାଙ୍କୁ ସେମାନଙ୍କ ଠାରୁ ଉଦ୍ଧାର କରିଥିଲେ । ଘଟଣାଟି ଏବେ ଖୁବ ଭାଇରାଲ ହେବା ସହ ଏହାକୁ ନେଇ ଲିଖିତ ଅଭିଯୋଗ କରିଛନ୍ତି ଟିଟିଇ ଦିନେଶ କୁମାର । ରେଲୱେ ମଧ୍ୟ ଏହାକୁ ନେଇ କଡା ଆଭିମୁଖ୍ଯ ଗ୍ରହଣ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।