କିଛି ସତ୍ୟ ଓ ଅମୂଲ୍ୟ ବାଣୀ, ଯଦି ଜୀବନରେ ଖୁସି ରହିବାର ଅଛି ତ ଏହି ସବୁ କଥାକୁ ନିଶ୍ଚୟ ମନେ ରଖନ୍ତୁ

ବନ୍ଧୁ, ପୁସ୍ତକ, ରାସ୍ତା ଓ ଚିନ୍ତାଧାରା ଯଦି ଭୁଲ ଥାଆନ୍ତି ତେବେ ଅବାଟରେ ନେଇ ଯାଆନ୍ତି । କିଏ କଣ କରୁଛି, କେମିତି କରୁଛି ଓ କଣ ପାଇଁ କରୁଛି ଏହି ସବୁରୁ ଆପଣ ଯେତେ ଦୂରରେ ରହିବେ ସେତେ ଖିସି ରହିବେ । ଏହି କଥା ସଦେବ ମନେ ରଖନ୍ତୁ ନିଜ ହୃଦୟର କଥା ସବୁବେଳେ ସମସ୍ତଙ୍କୁ ଜଣାନ୍ତୁ ନାହିଁ କାରଣ ତାହା ତମାଶା ହେବାପାଇଁ ଡେରି ଲାଗେନାହିଁ ।

ନିଜ ଘରର କଥା କାହାକୁ କୁହନ୍ତୁ ନାହିଁ ଏହା ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ପରିହାସର କାରଣ ହୋଇବ । ନିଜ ବନ୍ଧୁଙ୍କୁ ମଧ୍ୟ ଖୁବ କମ୍ ବ୍ୟକ୍ତିଗତ କଥା ଜଣାନ୍ତୁ ଯାହାଦ୍ୱାରା କି କାଲି ଯଦି ସେ ତୁମର ଶତ୍ରୁ ହେଇଯାଏ ତଥାପି ତୁମର କିଛି କ୍ଷତି କରିପାରିବ ନାହିଁ । ନିଜ ଆଙ୍ଗୁଳି ଗୁଡିକର ବ୍ୟବହାର ନିଜର ହିଁ ତ୍ରୁଟି ଗଣିବା ପାଇଁ କରନ୍ତୁ ଅନ୍ୟର ତ୍ରୁଟି ଦେଖାଇବା ପାଇଁ ନୁହେଁ ।

ସ୍ତ୍ରୀର ବୟସ ଓ ପରୁଷର ରୋଜଗାର କଥା କେବେ ପଚାରନ୍ତୁ ନାହିଁ କାରଣ ସ୍ତ୍ରୀ କେବେ ନିଜ ପାଇଁ ବଞ୍ଚେନାହିଁ ଓ ପରୁଷ କେବେ ନିଜ ପାଇଁ ରୋଜଗାର କରେ ନାହିଁ ।

ଛୋଟ ଛୋଟ କଥାରେ ବିରକ୍ତ ଓ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ କିମ୍ବା ଉଚ୍ଚ ସ୍ୱରରେ କାହାକୁ ଉତ୍ତର ଦିଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ନିଜ ମନ ହିଁ ଅଶାନ୍ତ ହେବ ।

ଖୁସି ରହିବାର ମୂଳମନ୍ତ୍ର ହେଉଛି ଯେଉଁଠି ଆପଙ୍କ ସମ୍ମାନ ନାହିଁ ସେଠାକୁ ଯାଆନ୍ତୁନି, ଯିଏ ଶୁଣେନାହିଁ ତାକୁ ବୁଝାନ୍ତୁନାହିଁ, ଯାହା ପାକ ହୁଏନାହିଁ ତାହା ଖାଆନ୍ତୁନାହିଁ, ଯିଏ ସତ୍ୟ କଥାରେ ବି ରାଗନ୍ତି ତାଙ୍କୁ ମନାନ୍ତୁ ନାହିଁ, ଯିଏ ନଜରରୁ ପଡ଼ିଯାଏ ତାକୁ ଉଠାନ୍ତୁ ନାହିଁ, ଜୀବନରେ ଦୁଃଖ ଆସିଲେ ବ୍ୟଥିତ ହୁଅନ୍ତୁ ନାହିଁ, ଯିଏ ଋତୁ ପରି ବଦଳିଯାଏ ତା ସହ ବନ୍ଧୁତା ରଖନ୍ତୁ ନାହିଁ ।

ଏହି ଭ୍ରମ ରଖନ୍ତୁ ନାହିଁ କି ସବୁ ଦୁଃଖ ଦୂର ହେଲେ ଆପଣଙ୍କ ମନ ପ୍ରସନ୍ନ ହେବ ଅଥଚ ଆପଣଙ୍କ ମନ ପ୍ରସନ୍ନ ରଖନ୍ତୁ ସବୁ ଦୁଃଖ ଆପେ ଦୂର ହୋଇଯିବ ।

ବନ୍ଧୁତା ଓ ପ୍ରେମ ତା ସାଙ୍ଗେ ରଖନ୍ତୁ ଯିଏ ଆପଣଙ୍କ ରାଗ ପଛରେ ଥିବା ଭଲପାଇବା ଓ ମୌନ ରହିବାର କାରଣ ବୁଝିପାରେ ।

ଜୀବନକୁ ଏମିତି ବଞ୍ଚନ୍ତୁ ଯଦି କିଏ ହସେ ଆପଣଙ୍କ ଯୋଗୁ ହସୁ ଆପଣଙ୍କ ଉପରେ ନୁହେ ଆଉ ଯଦି କିଏ କାନ୍ଦେ ତେବେ ତୁମ ପାଇଁ କାନ୍ଦୁ କିନ୍ତୁ ତୁମ ଯୋଗୁ ନୁହେ ।

ସର୍ବଦା ଲୋକଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କର, କାହାକୁ ଲଜ୍ଜିତ କରନାହିଁ, ଯଦି ଉପଦେଶ ଦେଉଛନ୍ତି ତେବେ ଏକାନ୍ତରେ ଦିଅ ଓ ପ୍ରଶଂସା ସବୁବେଳେ ଲୋକଙ୍କ ଭିତରେ କର ।

ଯିଏ ତୁମକୁ ଜନ୍ମ ଦେଇଛନ୍ତି ତାଙ୍କ ଉପରେ କେବେ କ୍ରୋଧ କରନ୍ତୁ ନାହିଁ କାହିଁକି ନା ମଣିଷର ଖରାପ ସମୟ ସେବେ ଠୁ ଆରମ୍ଭ ହୁଏ ଯେବେ ମାତାପିତା ନିଜର ଆବଶ୍ୟକ ଜଣାଇବା ଓ ଉପଦେଶ ଦେବା ବନ୍ଦ କରିଦିଅନ୍ତି ।

ନିଜ ଭାଗ୍ୟର, ପିଲାମାନଙ୍କ ଆଗରେ ଗୁରୁଜନଙ୍କର, ନିଜ ଘର ଥାଇ ମଧ୍ୟ ତା ଅବସ୍ଥାର, ନିଜ ପିତାମାତା ଓ ଗୁରୁଙ୍କ, ସ୍ତ୍ରୀ ଆଗରେ ତା ଘର ଲୋକଙ୍କର, ପର ଲୋକଙ୍କ ଆଗରେ ନିଜ ବନ୍ଧୁମାନଙ୍କର ଓ ପ୍ରସ୍ଥାନ କରିବା ପରେ ନିଜ ଅତିଥିମାନଙ୍କର କେବେ ବି କାହା ଆଗରେ ଅଭିଯୋଗ କରନ୍ତୁ ନାହିଁ ।

ଯଦି ରାସ୍ତା ସୁନ୍ଦର ଥାଏ ତେବେ ଧ୍ୟାନ ଦିଅନ୍ତୁ ତାହା କେଉଁ ଆଡକୁ ଯାଉଛି କିନ୍ତୁ ଯଦି ଲକ୍ଷ୍ୟସ୍ଥଳ ସୁନ୍ଦର ଅଛି ତେବେ ରାସ୍ତାର ଚିନ୍ତା କରନ୍ତୁ ନାହିଁ ।

ମନେ ରଖନ୍ତୁ ଯଦି ଆପଣ ଭୁଲ ରାସ୍ତାରେ ଯାଉଛନ୍ତି ତେବେ ହୁଏତ ପ୍ରାରମ୍ଭରେ ଆପଣଙ୍କୁ ବହୁତ ସଫଳତା ଓ ଖୁସି ମିଳିପାରେ କିନ୍ତୁ ଶେଷରେ ଆପଣଙ୍କର ପରାଜୟ ହେବ । ଆଉ ଯଦି ଆପଣ ସଠିକ ରାସ୍ତା ରେ ଚାଲନ୍ତି ହୁଏତ ପ୍ରାରମ୍ଭରେ ପ୍ରତି ପାଦରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ କିନ୍ତୁ ଶେଷରେ ନିଶ୍ଚୟ ବିଜୟ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।