କେବଳ ପୂଜା ନୁହେଁ ବରଂ ଏହି ୩ଟି କାମ କରିଲେ ବି ପ୍ରସନ୍ନ ହୋଇଥାନ୍ତି ମା’ ଲକ୍ଷ୍ମୀ, ଆର୍ଥିକ ସମସ୍ୟା ହୋଇଯାଏ ଦୂର

ଏହି କଥାରେ କୋଣସି ସନ୍ଦେହ ନାହିଁ କି ଧନ ସମ୍ବନ୍ଧିତ ସବୁ ସମସ୍ୟାର ସମାଧାନ ମା’ ଲକ୍ଷ୍ମୀଙ୍କ ହାତରେ ଅଛି । ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ସାଧାରଣତଃ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ପୂଜା ପାଠର ସାହାରା ନେଇଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି ପୂଜା କରିବା ସହ ଆଉକିଛି ଖାସ ଉପାୟ କରିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଉପାୟ ବିଷୟରେ କହିବୁ ଯାହାକୁ ଆପଣ କରିଲେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ପାରିବେ । ଆସନ୍ତୁ ଜାଣିବା ଏମିତି ତିନୋଟି କାର୍ଯ୍ୟ ବିଷୟରେ ।

୧. ମନ୍ଦିରରେ ସୁନା ବା ଚାନ୍ଦିର କୌଣସି ବସ୍ତୁକୁ ଦାନ କରିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଚାଲିଛି ତେବେ ଆପଣ ଚାନ୍ଦିରେ ନିର୍ମିତ କୌଣସି ଏକ ଛୋଟ ବସ୍ତୁ ମନ୍ଦିରକୁ ଦିଅନ୍ତୁ । ମନ୍ଦିର ସହ ଏହି ଜିନିଷକୁ କୌଣସି ଗରିବ ବା ବ୍ରାହ୍ମଣକୁ ଦିଆଯାଇପାରିବ । ଏହି ଶୁଭ କାର୍ଯ୍ୟକୁ ଆପଣ ଶୁକ୍ରବାର ଦିନ ହିଁ କରନ୍ତୁ, କାରଣ ଶୁକ୍ରବାର ହେଉଛି ମା’ ଲକ୍ଷ୍ମୀଙ୍କର ବାର । ଏମିତି କରିବା ଦ୍ଵାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ ଓ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।

୨. ଲକ୍ଷ୍ମୀଙ୍କର ପୂଜା ତ ସମସ୍ତେ କରନ୍ତି ହେଲେ ଆପଣ କେବେ ଲକ୍ଷ୍ମୀ ପାଠ ଅଧ୍ୟୟନ କରିଛନ୍ତି । ଆପଣ ନିଜ ଘରେ ଶୁକ୍ରବାର ଦିନ ଏକ ଛୋଟ କାର୍ଯ୍ୟକ୍ରମ ରଖିପାରନ୍ତି । ଏହି ଦିନରେ ଆପଣ ମା’ ଲକ୍ଷ୍ମୀଙ୍କ କଥା ପାଠ କରନ୍ତୁ । ଆପଣଙ୍କର ଘରେ ଥିବା ସମସ୍ତ ସଦସ୍ୟଙ୍କୁ ଏକାଠି କରି ପାଠ ଶୁଣାନ୍ତୁ । ଏହା କରିବା ଦ୍ଵାରା ବହୁତ ଲାଭ ମିଳିଥାଏ, ଏହି ପାଠ କରିବା ଦ୍ଵାରା ଘରେ ଥିବା ନକରାତ୍ମକ ଶକ୍ତି ଦୂରେଇଯିବ ଓ ଘରେ ସୁଖ ସମୃଦ୍ଧି ଭରିଯିବ ।

୩. ଆପଣ ନିଜ ଘରେ ଯେଉଁଠି ପଇସା ରଖନ୍ତି ଯେମତିକି ତିଜୋରି ବା ଆଲମାରି, ସେହିଠାରେ ଏକ ସ୍ଵସ୍ତିକ ଚିହ୍ନ ବନାନ୍ତୁ । ଏହା ସହିତ ତିଜୋରି ବା ଆଲମାରି ଉପରେ ଏହି ମନ୍ତ୍ର ଲେଖିଦିଅନ୍ତୁ _ ଓଁ ହିଂ କ୍ଲିଂ ମହାଲକ୍ଷ୍ମୀ ନମଃ । ଏହା କରିବା ଦ୍ଵାରା ଆପଣଙ୍କ ତିଜୋରିରେ ଧନ ବଢିବାରେ ଲାଗିବ। ଏହି ତିନୋଟି ଉପାୟ ଦ୍ଵାରା ଆପଣ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ ଓ ନିଜ ଜୀବନରେ ସୁଖ ଓ ସମୃଦ୍ଧିର କିରଣ ଆଣି ପରିବେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।