ଏହି ସାମାନ୍ୟ ଉପାୟ ଦ୍ଵାରା କିଛି ମିନିଟରେ ହିଁ ପାଆନ୍ତୁ ମେରୁଦଣ୍ଡ ଓ ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି

ଆଜିକାଲି ଦେଖିବାକୁ ଗଲେ ପିଠିରେ ବା ଶରୀରର ଅନ୍ୟ କୌଣସି ଅଙ୍ଗରେ ଯନ୍ତ୍ରଣା ସମସ୍ତଙ୍କ ପାଇଁ ସାମାନ୍ଯ ହୋଇଗଲାଣି । ଆମ ଶରୀରରେ ହେଉଥିବା ଏହି ସବୁ କଷ୍ଟ ଏକ ନିର୍ଦ୍ଧିଷ୍ଟ ବୟସରେ ହୋଇଥାଏ । କିନ୍ତୁ ଆଜିର ସମୟରେ ଯବାନ ଲୋକମାନେ ମଧ୍ୟ ଏହି କଷ୍ଟର ସମ୍ମୁଖୀନ ହେଉଛନ୍ତି । ଉଭୟ ମହିଳା ଓ ପରୁଷ ଏହି କଷ୍ଟ ପାଇଁ ବହୁତ ଚିନ୍ତିତ ଅଛନ୍ତି । ଏହି ସବୁ ଅଙ୍ଗରେ ହେଉଥିବା କଷ୍ଟ ଅଧିକ କାମ କଲେ ବା ଅଧିକ ବସିଲେ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରାକୃତିକ ଓ ସରଳ ଉପାୟ କହିବୁ, ଯାହାଫଳରେ ଆପଣ ଏହି ସବୁ କଷ୍ଟରୁ ମୁକ୍ତ ହୋଇଯିବେ । ଏହି ପ୍ରକ୍ରିୟା ଦ୍ଵାରା ଆପଣ କଷ୍ଟରୁ ମୁକ୍ତ ହେବା ସହିତ ଆପଣଙ୍କ ଭାବନାର ବିକାଶ ହେବ । ଏହି ପ୍ରକ୍ରିୟାର ଭଲ ପରିଣାମ ପାଇଁ ଆପଣମାନଙ୍କୁ କମ ସେ କମ ୨ ମାସ ପର୍ଯ୍ୟନ୍ତ ଏହି ଉପାୟକୁ କରିବାକୁ ପଡିବ ।

ଆପଣଙ୍କୁ ଏହି ଉପାୟ କରିବା ପାଇଁ ସାମାନ୍ୟ ସାମଗ୍ରୀ ଲାଗିବ ଯଥା : ୫ ଟି ଶୁଖିଲା ଆଲୁବୁଖାରା, ୧ ଟି ଶୁଖିଲା ଆପ୍ରିକଟ ଓ ୧ ଟି ଶୁଖିଲା ଡିମିରି ଫଳ ଦରକାର । ଆପଣ ଏହି ସବୁ ଜିନିଷକୁ ଏକା ସହିତ ଚୋବାଇ ଖାଇପାରନ୍ତି । ଏହି ଉପାୟ କୁ ଅବଲମ୍ବନ କରିବା ବହୁତ ସହଜ ଆପଣ ଯଦି ଏହାକୁ ୨ ମାସ ପର୍ଯ୍ୟନ୍ତ କରିବେ, ତେବେ ଆପଣ ଏହି ଶାରୀରିକ କଷ୍ଟରୁ ମୁକ୍ତି ପାଇଯିବେ । ଆସନ୍ତୁ ଜାଣିବା ଏହି ସବୁ ଫଳର ଉପକାରିତା ବିଷୟରେ ।

ଶୁଖିଲା ଆଲୁବୁଖାରା ରୁ ଜୈବିକ ସକ୍ରିୟ ପଦାର୍ଥ ମିଳିଥାଏ ଯାହାକି ହାଡ ପାଇଁ ବହୁତ ଉପକାରୀ ହୋଇଥାଏ । ଏହା ଆପଣଙ୍କ ପାଚନ ପ୍ରକ୍ରିୟାକୁ ସରଳ କରିଥାଏ ।

ଶୁଖିଲା ଆପ୍ରିକଟରୁ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଓ ଫାଇବର ମିଳିଥାଏ । ଏହି ଫଳ ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ବଢେଇବା ସହ ଶରୀରରେ ସେଲ ଗୁଡିକର ବୃଦ୍ଧି ଓ ଆଖି ପାଇଁ ବହୁତ ଲାଭଦାୟକ ଅଟେ ।

ଶୁଖିଲା ଡିମିରିଫଳ ଫାଇବରରେ ଭରପୁର ହୋଇଥାଏ। ଏହା ଆମ ଶରୀରର ପାଚନ କ୍ଷମତାକୁ ମଝବୁତ କରିବା ସହ ଆମର ହାର୍ଟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଆପଣ ଏହି ସବୁ ଫଳକୁ ଏକା ସହିତ ଖାଇବେ । ଏହି ପ୍ରକ୍ରିୟାକୁ ୨ ମାସ ପର୍ଯ୍ୟନ୍ତ କରନ୍ତୁ । ଯାହାଫଳରେ ଆପଣ ନିଜର ଶାରୀରିକ କଷ୍ଟରୁ ମୁକ୍ତି ପାଇଯିବେ ।