ତିନୋଟି ମହାବଳ ବାଘଙ୍କୁ ନାକେଦମ୍ କରିଦେଲା କୁନି ବତକ ଛୁଆ, ଦେଖନ୍ତୁ ଏହି video

ପଶୁପକ୍ଷୀଙ୍କ ଅନେକ ଭିଡିଓ ସବୁ ସୋସିଆଲ ମିଡିଆରେ ପ୍ରତିଦିନ ଭାଇରାଲ ହୋଇଥାଏ । ୟୁଜର୍ସ ମାନେ ସେସବୁକୁ ଦେଖିବାକୁ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ଏବେ ସେହିପରି ଏକ ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି, ଯାହାକୁ ୟୁଜର୍ସ ବହୁଳ ମାତ୍ରାରେ ଦେଖିବା ସହ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଭିଡିଓରେ ଆପଣ ଦେଖି ପାରିବେ କି ତିନି ତିନୋଟି ବାଘ ଏକାଠି ହୋଇ ଶିକାର କରିବାକୁ ବାହାରିଛନ୍ତି । ଆପଣ ବି ଭାବୁଥିବେ ଏମିତି କଣ ବଡ ଜିନିଷ ଟିଏ ଶିକାର କରିବେ ଯେ ତିନିଜଣ ବାଘ ଏକାଠି ବାହାରି ପଡିଛନ୍ତି ।

ଏମିତି କଣ ବଡ ଜିନିଷତଟେ ଯାହାକୁ ବାଘ ବି ଧରି ପାରୁନି । ଭଲରେ ଦେଖିଲେ ଜାଣିପାରିବେ କି ତିନୋଟି ମହାବଳ ବାଘ ମିଶି ଗୋଟିଏ କୁନି ବତକ ଛୁଆକୁ ଧରିବାକୁ ଜୋରଦାର ଚେଷ୍ଟା କରୁଛନ୍ତି । ବାଘ ମାନଙ୍କର ଏହି ଦୃଶ୍ୟକୁ ନେଟିଜେନ ଖୁବ ପସନ୍ଦ କରୁଥିବା ବେଳେ ଏବେ ମୋବାଇଲରୁ ମୋବାଇଲକୁ ଏହି ଭିଡିଓ ଘୁରି ବୁଲୁଛି । ଏହି ଦୃଶ୍ୟ ଦେଖିଲେ ଏହି ଭୟଙ୍କର ବାଘ ପାଇଁ ଆପଣଙ୍କ ମନରେ ବି ଟିକେ ଦୟା ଆସିଯିବ ।

ଏଠାରେ ତିନୋଟି ମହାବାଳ ବାଘ ଏକ ବତକ ଛୁଆକୁ ଶିକାର କରିବା ପାଇଁ ଯାଇ ଜଙ୍ଗଲ ଭିତରେ ଥିବା ଏକ କେନାଲ ପାଣି ମଧ୍ୟକୁ ଡେଇଁ ପଡିଥିଲେ । ଆଉ ସେହି କେନାଲ ପାଣିରେ ପହଁରୁଥିବା ବତକ ଛୁଆକୁ ଶିକାର କରିବା ପାଇଁ ତିନି ବାଘ ମିଶି ଖୁବ ଚେଷ୍ଟା କରୁଛନ୍ତି ।

କିନ୍ତୁ ଏହି ସାମାନ୍ଯ କୁନି ବତକକୁ ଶିକାର କରିବା ପାଇଁ ଏହି ତିନି ମହାବଳ ବାଘକୁ ଦୀର୍ଘ ସମୟ ଧରି ଚେଷ୍ଟା କରିବାକୁ ପଡିଥିଲା । ବତକ ଛୁଆ ଓ ଏହି ତିନି ବାଘଙ୍କ ମଧ୍ୟରେ ଏଭଳି ଭାବେ ଦୀର୍ଘ ସମୟ ଧରି ଛକାପଞ୍ଝା ଖେଳ ଚାଲିଥିଲା । କୁନି ବତକକୁ ଧରିବା ପାଇଁ ବାଘମାନେ ନାକେଦମ୍ ହୋଇପଡିଲେ ।

ଶେଷରେ ବହୁ ଚେଷ୍ଟା ପରେ ଗୋଟିଏ ବାଘ ବତକଟିକୁ ପାଟିରେ ଧରିନିଏ ଓ ନିଜର ଶିକାର କରିନିଏ । ଏହିପରି ଜୀବନ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରି ତିନି ତିନୋଟି ମହାବଳ ବାଘକୁ ନାକେଦମ କରି ଦେଇଥିଲା ଏହି କୁନି ବତକଟି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।