ଏହି 3 ଲୋକଙ୍କ ଉପରେ ବୁବେଳେ ପ୍ରସନ୍ନ ଥାଆନ୍ତି ମା ଲକ୍ଷ୍ମୀ, କେବେବି ହେଇ ନଥାଏ ଧନର ଅଭାବ

ପଇସା ଏକ ଏମିତି ଜିନିଷ ଯାହା ସମସ୍ତଙ୍କ କାମରେ ଆସିଥାଏ । ଆଜିକା ଦୁନିଆରେ ଛୋଟ ଠାରୁ ଆରମ୍ଭ କରି ବଡ ଜିନିଷ ପାଇବା ପାଇଁ ପଇସାର ଆବଶ୍ୟକତା ରହିଛି । ଯେବେ ମଣିଷ ପାଖରେ ପଇସା ରହିଥାଏ ତେବେ ତାର ସାହସ ଅଧିକ ହୋଇଥାଏ ।

କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ପଇସା ବହୁତ କଷ୍ଟରେ ଆସିଥାଏ । କିନ୍ତୁ ଆଉ କିଛି ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହୁଥିବାରୁ ସେମାଙ୍କ ପାଖରେ ପଇସାର ଅଭାବ ରହି ନ ଥାଏ । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ମାଧ୍ୟମରେ ଏହି ବିଷୟରେ କିଛି ବିଶେଷ ମତ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ କେଉଁ ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହିଥାଏ । ଯଦି ଆପଣ ମାନଙ୍କ କ୍ଷେତ୍ରରେ ଏହି ଭଳି କିଛି ଗୁଣ ରହିଛି ତେବେ ମା ଲକ୍ଷ୍ମୀଙ୍କର କୃପା ରହିବା ସହ ଧନ ଅଭାବ ରହିବ ନାହି ।

୧- ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତି ଧନର ସଞ୍ଚୟ କରିଥାଏ, ଅନାବଶ୍ୟକ ଖର୍ଚ୍ଚ କରେ ନାହି ଓ ଦରକାରୀ ଲୋକଙ୍କର ସାହାଜ୍ଯ କରିଥାଏ ସେ ତା ଜୀବନରେ ଆଗରେ ରହିଥାଏ । ଏହି ସ୍ଵଭାବ ଥିବା ଲୋକଙ୍କ ଉପରେ ମା ଲକ୍ଷ୍ମୀ ନିଜର କୃପା ଦ୍ରୁଷ୍ଟି ରଖିଥାନ୍ତି । ଏହି ଲୋକଙ୍କର କେବେ ବି ଧନର ଅଭବା ହୁଏ ନାହି । ଚାଣକ୍ୟଙ୍କ ମତରେ ଖରାପ ସମୟରେ ଧନ ହିଁ ବ୍ଯକ୍ତିର ଦରକାରୀ ହୋଇଥାଏ । ତେଣୁ ମଣିଷକୁ ଏହାର ସଦୁପୋଯୋଗ କରିବା ଉଚିତ ।

୨- ଯେଉଁ ବ୍ୟକ୍ତି ନିଜର କାମ ସମୟ ଅନୁସାରେ ପୂରଣ କରିଥାଏ, ପରିଶ୍ରମୀ ହୋଇଥାଏ ଓ ଆଳସ୍ୟ ତ୍ୟାଗ କରିଥାଏ ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହିଥାଏ । ଏହି ସ୍ଵଭାବ ଥିବା ଲୋକଙ୍କ ଜୀବନରେ କେବେ ଧନର ସମସ୍ଯା ହୁଏ ନାହି ।

୩- ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତି କଠିନ ପରିଶ୍ରମ କରି ସବୁ ପରିସ୍ଥିତିକୁ ସାମ୍ନା କରିଥାଏ ସେମାଙ୍କ ପାଖରେ ଧନର ଅଭାବ ରହେ ନାହି । ଯେଉଁ ମାନେ ଖରାପ କାମ କରି ପଇସା ରୋଜଗାର କରିଥାନ୍ତି ସେମାନେ ଜୀବନରେ ଦୁଖ କଷ୍ଟର ସାମ୍ନା କରିଥାନ୍ତି । ସେମାନଙ୍କ ପାଖରେ ଧନର ଅଭାବ ଦେଖାଯାଏ ।

ଏହା ବ୍ଯତୀତ ଯେଉଁ ବ୍ୟକ୍ତି ସଚୋଟ ହୋଇଥାଏ ତାହା ପାଖରେ ଧନର ଅଭାବ ରହେ ନାହି । ଏହି ସ୍ଵାଭା ଥିବା ବ୍ୟକ୍ତି ନିଜ ସଚୋଟତା ଯୋଗୁ କୌଣସି ଜରିଆରେ ପଇସା ରୋଜଗାର କରିଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଆଚାର୍ଯ୍ୟ ଚାଣକ୍ୟଙ୍କ କଥାରେ ଉପରେ ଗୁରୁତ୍ଵ ଦିଅନ୍ତୁ । ଯଦି ଆପଣ ମାନଙ୍କ ପାଖରେ ଏହି ସବୁ ଗୁଣ ନ ଥାଏ ତେବେ ଏହାର ସଦୁପୋଯୋଗ କରନ୍ତୁ । ଏହା ଫଳରେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।